ବର୍ଷା ଯୋଗୁଁ ବାତିଲ ହେଲା ଭାରତ-ଅଷ୍ଟ୍ରେଲିଆ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍ । ଶେଷ ଟି-୨୦ ମ୍ୟାଚ୍ରେ ମାତ୍ର ୪.୫ ଓଭର ଖେଳାଯାଇଥିଲା । ଯେଉଁଥିରେ ଟିମ୍ ଇଣ୍ଡିଆ ୫୨ ରନ୍ କରିଥିଲା । ଏହା ପରେ ବର୍ଷା କାରଣରୁ ମ୍ୟାଚ୍ ପୁଣି ଆରମ୍ଭ ହୋଇପାରିଲା ନାହିଁ । ଯାହାଫଳରେ ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୧ରେ ଜିତିଛି ।ବ୍ରିସବେନର ଐତିହାସିକ ଗାବାରେ ଖେଳାଯାଇଥିବା ପଞ୍ଚମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶୁବମନ ଗିଲ୍ ଏବଂ ଅଭିଷେକ ଶର୍ମା ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ତେବେ ୪.୫ ଓଭରରେ ଖେଳ ହେବା ପରେ ପ୍ରବଳ ବର୍ଷା ଯୋଗୁଁ ଖେଳ ବନ୍ଦ ହୋଇଯାଇଥିଲା । ପ୍ରାୟ ୨ ଘଣ୍ଟା ୧୫ ମିନିଟ୍ ପର୍ଯ୍ୟନ୍ତ ବର୍ଷା ନ କମିବାରୁ ଏହି ମ୍ୟାଚ୍କୁ ବାତିଲ କରାଯାଇଥିଲା । ପୂର୍ବରୁ, ସିରିଜର ପ୍ରଥମ ମ୍ୟାଚ୍ ମଧ୍ୟ ବର୍ଷା ଯୋଗୁଁ ଧୋଇ ଯାଇଥିଲା ।
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୨୯ରେ କାନବେରାରେ ଖେଳାଯାଇଥିଲା । ଏହି ମ୍ୟାଚ୍ ବର୍ଷା କାରଣରୁ ବାତିଲ ହୋଇଥିଲା । ତେବେ ଦ୍ବିତୀୟ ମ୍ୟାଚ୍ ଅକ୍ଟୋବର ୩୧ରେ ମେଲବର୍ଣ୍ଣରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୨୫ ରନ୍ କରିଥିଲା ।