ବିହାର ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଅପରାହ୍ନ ୧ଟା ସୁଦ୍ଧା ବିହାରରେ ୪୭.୬୨% ମତଦାନ

ବିହାର ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଅପରାହ୍ନ ୧ଟା ସୁଦ୍ଧା ବିହାରରେ ୪୭.୬୨% ମତଦାନ

ବିହାର ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି, ଏବଂ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ୧୨୨ ଆସନରେ ଭୋଟର ୧,୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି। ରାଜ୍ୟରେ ଅପରାହ୍ନ ୧ଟା ସୁଦ୍ଧା ବିହାରରେ ୪୭.୬୨% ମତଦାନ ହୋଇଛି।

ଆରାରିଆର ଫୋର୍ବସଗଞ୍ଜରେ ବିଜେପି ଏବଂ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ସୁରକ୍ଷା କର୍ମୀଙ୍କୁ ବଳ ପ୍ରୟୋଗ କରି ହସ୍ତକ୍ଷେପ କରିବାକୁ ପଡିଥିଲା। ଫୋର୍ବସଗଞ୍ଜ କଲେଜର ୧୯୮ ନମ୍ବର ପୋଲିଂ ବୁଥ୍‌ରେ ଏହି ଘଟଣା ଘଟିଛି। କଂଗ୍ରେସ ସମର୍ଥକମାନେ ଅଭିଯୋଗ କରିଛନ୍ତି, ବିଜେପି ବିଧାୟକ ଏବଂ ଏନଡିଏ ପ୍ରାର୍ଥୀ କଂଗ୍ରେସ ଭୋଟରଙ୍କୁ ମାଡ଼ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଶୁଣି କଂଗ୍ରେସ କର୍ମୀମାନେ ଉତ୍ତେଜିତ ହୋଇ ପୋଲିଂ ବୁଥ ବାହାରେ ହଙ୍ଗାମା କରିବାକୁ ଲାଗିଲେ। ଏସଡିଓ ରଞ୍ଜିତ କୁମାର କହିଛନ୍ତି ଯେ, କୌଣସି ଲାଠିଚାର୍ଜ ହୋଇନାହିଁ ଏବଂ ପରିସ୍ଥିତି ଏବେ ଶାନ୍ତ ଅଛି।