ନୂଆପଡ଼ା ଉପନିର୍ବାଚନ ଫଳାଫଳ: ବିଜେପିର ବାଜି ମାର , କାର୍ଯ୍ୟାଳୟରେ ସେଲିବ୍ରେସନର ମାହୋଲ

ନୂଆପଡ଼ା ଉପନିର୍ବାଚନ ଫଳାଫଳ: ବିଜେପିର ବାଜି ମାର , କାର୍ଯ୍ୟାଳୟରେ ସେଲିବ୍ରେସନର ମାହୋଲ

ନୂଆପଡାରେ  ବିଜେପିର ବିପୁଳ ବିଜୟ ହୋଇଛି । ନୂଆପଡାର ଏହି ଐତିହାସିକ ବିଜୟକୁ  ବିଜେପି କାର୍ଯ୍ୟାଳୟରେ ବାଣ  ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଉଛି ।  ବିଜେପି କାର୍ଯ୍ୟାଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ  ଉପସ୍ଥିତ ଅଛନ୍ତି । ନୂଆପଡାର ବିପୁଳ ବିଜୟରେ ମୁଖ୍ୟମନ୍ତ୍ରୀ ନୂଆପଡାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଉ କହିଛନ୍ତି  ନୂଆପଡା ଫଳାଫଳ  ଐତିହାସିକ । ନୂଆପଡା ବିକାଶର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ସେହିପରି   ଏହି ବିଜୟ ନୂଆପଡାବାସୀଙ୍କ ବିଜୟ ବୋଲି କହିଛନ୍ତି  ରାଜ୍ୟ ସଭାପତି ମନମୋହନ ସାମଲ ।  ଏହି ବିଜୟ  ବିଶ୍ବାସ ଓ ବିଶ୍ବସନୀୟତାର ବିଜୟ । ନୂଆପଡ଼ାବାସୀ ଇତିହାସ ସୃଷ୍ଟି କରିଛନ୍ତି  ବୋଲି କହିଛନ୍ତି ମନମୋହନ  ସାମଲ ।   ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ  ମନାଇଲା ବିଜେପି । ବାଣ ଫୁଟାଇ ବିଜୟ ଉତ୍ସବ  ମନାଇଲା ରାଜ୍ୟ ବିଜେପି  ।  ବିଜେପି କାର୍ଯ୍ୟାଳୟରେ  ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ମନମୋହନ ସାମଲ ।  ନେତା କର୍ମୀ ବିଜୟ ଉିତ୍ସବରେ ମଧ୍ୟ ସାମିଲ ।

ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏହି ଆସନରୁ ୮୩ ହଜାର ୭୪୮ରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ବିଜୟ ପରେ ବିଜେପି ପ୍ରାର୍ଥୀଙ୍କ ସେଲିବ୍ରେସନ ଦେଖିବାକୁ ମିଳିଛି । ଜୋୟ ଢୋଲକିଆ ଏକ ବଡ଼ ଭୋଟ ବ୍ୟବଧାନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇଦେଇଥିଲେ । ଏକତରଫା ଭାବେ ବିଜେପି ନୂଆପଡ଼ାରେ ବିଜୟ ହାସଲ କରିଛି । ଜୟ ଢୋଲକିଆ ମୋଟ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୪୦ ହଜାର ୧୨୧ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ ଖଣ୍ଡ ଭୋଟ ପାଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ଉପ ନିର୍ବାଚନରେ ବିଜେଡି ପ୍ରଥମଥର ପାଇଁ ତୃତୀୟ ସ୍ଥାନରେ ରହିଛି । ବିଜେଡିକୁ ଟପି କଂଗ୍ରେସ ଦ୍ବିତୀୟ ସ୍ଥାନ ହାସଲ କରିଛି । ଏହି ଆସନରେ ବିଜେପି ୨ଥର ବିଜୟୀ ହୋଇଛି । ୨୦୦୦ ଓ ୨୦୧୪ ମସିହାରେ ବିଜେପିର ବସନ୍ତ କୁମାର ପଣ୍ଡା ବିଜୟୀ ହୋଇଥିଲେ । ତେବେ ପୁଣି ଥରେ ଏହି ଆସନ ଏବେ ବିଜେପି ହାତକୁ ଫେରିବାକୁ ଯାଉଛି । ବିଜେଡି ବି ଏହି ଆସନରୁ ୨ଥର ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ାରେ ଉପ ନିର୍ବାଚନ ହୋଇଥିଲା । ଜୟ ଢୋଲକିଆ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ । ହେଲେ ସେ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଆଉ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ।

Leave a Reply

Your email address will not be published. Required fields are marked *