ନୂଆପଡ଼ା ଉପନିର୍ବାଚନ: ବିକାଶକୁ ସମର୍ଥନ କରି ଲୋକେ ଭାଜପାକୁ ସ୍ପଷ୍ଟ ଜନାଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ନୂଆପଡ଼ା ଉପନିର୍ବାଚନ: ବିକାଶକୁ ସମର୍ଥନ କରି ଲୋକେ ଭାଜପାକୁ ସ୍ପଷ୍ଟ ଜନାଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ନୂଆପଡ଼ା ଉପନିର୍ବାଚନରେ ଭାଜପା ବାଜିମାତ୍‌ କରିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡ଼ା ବିଜୟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନୂଆପଡ଼ା ବିଜୟ ଓଡ଼ିଶା ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ସରକାରଙ୍କ ନୀତି, ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ଆସ୍ଥାକୁ ପ୍ରମାଣିତ କରୁଛି। ବିରୋଧୀଙ୍କ ଅପପ୍ରଚାର, ମିଥ୍ୟା ପ୍ରତିଶ୍ରୁତିକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି। ବିକାଶକୁ ସମର୍ଥନ କରି ଲୋକେ ଭାଜପାକୁ ସ୍ପଷ୍ଟ ଜନାଦେଶ ଦେଇଛନ୍ତି। ଦେଶରେ ମୋଦିଙ୍କ ନେତୃତ୍ୱ ବିକାଶର ଏକମାତ୍ରା ପରିଭାଷା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୋଦିଙ୍କ ମାର୍ଗଦର୍ଶନରେ ରାଜ୍ୟର ବିକାଶ ପାଇଁ ଭାଜପା ଦିନରାତି କାମ କରିଚାଲିଛି। ନୂଆପଡ଼ାବାସୀଙ୍କ ସମର୍ଥନ ଦଳକୁ ନୂଆ ପ୍ରେରଣା ଏବଂ ଶକ୍ତି ଦେଇଛି। ନୂଆପଡ଼ାର ବିକାଶ ପାଇଁ ଦଳ ସଂପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ ନୂଆପଡ଼ା ଉପନିର୍ବାଚନ ଭୋଟ ଗଣତି ଶୁକ୍ରବାର ଶେଷ ହୋଇ ଫଳଫଳ ପ୍ରକାଶ ପାଇଛି। ଅନ୍ତିମ ତଥା ୨୯ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୧୨୩୮୬୯ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୪୦ ହଜାର ୧୨୧ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୮ ହଜାର ୪୦୮ ଖଣ୍ଡ ଭୋଟ ମିଳିଛି। ଫଳରେ ଭାଜପା ପ୍ରାର୍ଥୀ ଢୋଲକିଆ ୮୩ ହଜାର ୭୪୮ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ନିର୍ବାଚନ କମିଶନରଙ୍କ ଓ୍ବେବସାଇଟରୁ ଜଣାପଡ଼ିଛି।

କଟ୍ଟା ସରକାର କେବେ ବିହାରକୁ ଫେରିବ ନାହିଁ – ମୋଦୀ

କଟ୍ଟା ସରକାର କେବେ ବିହାରକୁ ଫେରିବ ନାହିଁ – ମୋଦୀ

ବିହାର ନିର୍ବାଚନରେ ଏନଡିଏର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ବିହାରବାସୀ ବିକାଶ ପାଇଁ ଭୋଟ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ବିହାରର ଲୋକମାନେ ଏକ ବିକଶିତ ବିହାର ପାଇଁ ଭୋଟ ଦେଇଛନ୍ତି। ବିହାରର ଲୋକମାନେ ଏକ ସମୃଦ୍ଧ ବିହାର ପାଇଁ ଭୋଟ ଦେଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ, ମୁଁ ବିହାରର ଲୋକମାନଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଥିଲି, ଏବଂ ବିହାରର ଲୋକମାନେ ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲେ। ମୁଁ NDA ପାଇଁ ଏକ ବିଶାଳ ବିଜୟ ସୁନିଶ୍ଚିତ କରିବା ପାଇଁ ବିହାରର ଲୋକମାନଙ୍କୁ ଅନୁରୋଧ କରିଥିଲି, ଏବଂ ବିହାରର ଲୋକମାନେ ମୋର ଅନୁରୋଧକୁ ରଖିଛନ୍ତି।”

ସେ କହିଛନ୍ତି, “ଯେତେବେଳେ ମୁଁ ଜଙ୍ଗଲ ରାଜ ଏବଂ କଟ୍ଟା (ଅସ୍ତ୍ର) ସରକାର ବିଷୟରେ କଥା ହେଲି, ଆରଜେଡି ଆପତ୍ତି କରୁନଥିଲା। କିନ୍ତୁ ଏହା କଂଗ୍ରେସକୁ ଅସନ୍ତୁଷ୍ଟ କରିଥିଲା। ଆଜି, ମୁଁ ପୁଣି ଥରେ କହିବାକୁ ଚାହୁଁଛି ଯେ କଟ୍ଟା ସରକାର କେବେ ବିହାରକୁ ଫେରିବ ନାହିଁ।” ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏଥର ଲୋକମାନେ ଭୟଭୀତ ନ ହୋଇ ଭୋଟ ଦେଇଥିଲେ। ବିହାର ୨୦୧୦ ପରଠାରୁ ଏନଡିଏକୁ ଏହାର ସବୁଠାରୁ ବଡ଼ ଜନାଦେଶ ଦେଇଥିଲା।

ବିହାର ନିର୍ବାଚନରେ ଏନଡିଏକୁ ଐତିହାସିକ ବିଜୟ ,ମହାମେଣ୍ଟକୁ କଡ଼ା ଜବାବ

ବିହାର ନିର୍ବାଚନରେ ଏନଡିଏକୁ ଐତିହାସିକ ବିଜୟ ,ମହାମେଣ୍ଟକୁ କଡ଼ା ଜବାବ

ବିହାର ନିର୍ବାଚନରେ ଏନଡିଏକୁ ଐତିହାସିକ ବିଜୟ ମିଳିଛି। ବିପୁଳ ଆସନରେ ଏନଡିଏ ବିଜୟଲାଭ କରି ବିରୋଧୀ ମହାମେଣ୍ଟକୁ କଡ଼ା ଜବାବ ଦେଇଛି। ମହାମେଣ୍ଟ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ସରକାର ଗଢ଼ିବାର ସ୍ଵପ୍ନ ଦେଖୁଥିବା ବିରୋଧୀଙ୍କ ମହାମେଣ୍ଟ ୫୦ଟି ଆସନ ବି ଦଖଲ କରିପାରି ନାହିଁ। ମାତ୍ର ୩୪ ଆସନ ପାଇଛି ମହାମେଣ୍ଟ।

୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ କୌଣସି ଦଳକୁ ୧୨୨ ଆସନରେ ବିଜୟୀ ହେବା ଆବଶ୍ୟକ ଥିଲା। ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଆକଳନ ଅନୁସାରେ ଏନଡିଏ(ବିଜେପି, ଜେଡିୟୁ, ଏଲଜେପି ଓ ଅନ୍ୟାନ୍ୟ ସହଯୋଗୀ ଦଳ) ୧୫୦ରୁ ୧୬୦ ଆସନରେ ବାଜି ମାରିବ ବୋଲି କୁହାଯାଉଥିଲା। ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଏନଡିଏ ପ୍ରାୟ ୨୦୩ ଆସନରେ ଆଗୁଆ ରହି ବଡ଼ ବିଜୟ ଅଭିମୁଖେ ଅଗ୍ରସର ହେଉଛି। ଯଦିଓ ଆନୁଷ୍ଠାନିକ ଭାବେ ଚୂଡ଼ାନ୍ତ ଫଳ ପ୍ରକାଶ କରାଯାଇ ନାହିଁ, ତେବେ ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଦଳ ୨୦୦ ଆସନ ପାର କରିଛି।

କଂଗ୍ରେସ, ଆରଜେଡି ଏବଂ ଅନ୍ୟ ବିରୋଧୀ ଦଳ ମିଳି ଗଢ଼ିଥିବା ମହାମେଣ୍ଟକୁ ମାତ୍ର ୩୪ଟି ଆସନ ମିଳିଛି। ଅନ୍ୟାନ୍ୟ ସ୍ଵାଧୀନ ଦଳଗୁଡ଼ିକ ୬ ଆସନରେ ବିଜୟୀ ହୋଇଛନ୍ତି। ନୂଆ କରି ନିର୍ବାଚନ ଲଢ଼ିଥିବା ପ୍ରଶାନ୍ତ କିଶୋରଙ୍କ ଜନ ସୂରାଜ ପାର୍ଟି ଖାତା ଖୋଲିବାରେ ବିଫଳ ହୋଇଛି।

ଏନଡିଏ ଦଖଲ କରିଥିବା ୨୦୩ ଆସନ ମଧ୍ୟରୁ ବିଜେପି ୯୨, ଜେଡିୟୁ ୮୩ ଏବଂ ଚିରାଗ ପାଶଓ୍ବାନଙ୍କ ଏଲଜେପି ୨୮ ଆସନ ପାଇଛି। ଅନ୍ୟପଟେ ମହାମେଣ୍ଟର ୩୪ ଆସନ ମଧ୍ୟରୁ ଆରଜେଡିକୁ ୨୭ ଆସନ ମିଳିଛି। କଂଗ୍ରେସକୁ ୫ ଆସନ ମିଳିଥିବବେଳେ ଅନ୍ୟ ସହଯୋଗୀ ଦଳ ୨ଟି ଆସନ ପାଇଛନ୍ତି।

ନୂଆପଡ଼ା ଉପନିର୍ବାଚନ ଫଳାଫଳ: ବିଜେପିର ବାଜି ମାର , କାର୍ଯ୍ୟାଳୟରେ ସେଲିବ୍ରେସନର ମାହୋଲ

ନୂଆପଡ଼ା ଉପନିର୍ବାଚନ ଫଳାଫଳ: ବିଜେପିର ବାଜି ମାର , କାର୍ଯ୍ୟାଳୟରେ ସେଲିବ୍ରେସନର ମାହୋଲ

ନୂଆପଡାରେ  ବିଜେପିର ବିପୁଳ ବିଜୟ ହୋଇଛି । ନୂଆପଡାର ଏହି ଐତିହାସିକ ବିଜୟକୁ  ବିଜେପି କାର୍ଯ୍ୟାଳୟରେ ବାଣ  ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଉଛି ।  ବିଜେପି କାର୍ଯ୍ୟାଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ  ଉପସ୍ଥିତ ଅଛନ୍ତି । ନୂଆପଡାର ବିପୁଳ ବିଜୟରେ ମୁଖ୍ୟମନ୍ତ୍ରୀ ନୂଆପଡାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଉ କହିଛନ୍ତି  ନୂଆପଡା ଫଳାଫଳ  ଐତିହାସିକ । ନୂଆପଡା ବିକାଶର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ସେହିପରି   ଏହି ବିଜୟ ନୂଆପଡାବାସୀଙ୍କ ବିଜୟ ବୋଲି କହିଛନ୍ତି  ରାଜ୍ୟ ସଭାପତି ମନମୋହନ ସାମଲ ।  ଏହି ବିଜୟ  ବିଶ୍ବାସ ଓ ବିଶ୍ବସନୀୟତାର ବିଜୟ । ନୂଆପଡ଼ାବାସୀ ଇତିହାସ ସୃଷ୍ଟି କରିଛନ୍ତି  ବୋଲି କହିଛନ୍ତି ମନମୋହନ  ସାମଲ ।   ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ  ମନାଇଲା ବିଜେପି । ବାଣ ଫୁଟାଇ ବିଜୟ ଉତ୍ସବ  ମନାଇଲା ରାଜ୍ୟ ବିଜେପି  ।  ବିଜେପି କାର୍ଯ୍ୟାଳୟରେ  ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ମନମୋହନ ସାମଲ ।  ନେତା କର୍ମୀ ବିଜୟ ଉିତ୍ସବରେ ମଧ୍ୟ ସାମିଲ ।

ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏହି ଆସନରୁ ୮୩ ହଜାର ୭୪୮ରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ବିଜୟ ପରେ ବିଜେପି ପ୍ରାର୍ଥୀଙ୍କ ସେଲିବ୍ରେସନ ଦେଖିବାକୁ ମିଳିଛି । ଜୋୟ ଢୋଲକିଆ ଏକ ବଡ଼ ଭୋଟ ବ୍ୟବଧାନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇଦେଇଥିଲେ । ଏକତରଫା ଭାବେ ବିଜେପି ନୂଆପଡ଼ାରେ ବିଜୟ ହାସଲ କରିଛି । ଜୟ ଢୋଲକିଆ ମୋଟ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୪୦ ହଜାର ୧୨୧ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ ଖଣ୍ଡ ଭୋଟ ପାଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ଉପ ନିର୍ବାଚନରେ ବିଜେଡି ପ୍ରଥମଥର ପାଇଁ ତୃତୀୟ ସ୍ଥାନରେ ରହିଛି । ବିଜେଡିକୁ ଟପି କଂଗ୍ରେସ ଦ୍ବିତୀୟ ସ୍ଥାନ ହାସଲ କରିଛି । ଏହି ଆସନରେ ବିଜେପି ୨ଥର ବିଜୟୀ ହୋଇଛି । ୨୦୦୦ ଓ ୨୦୧୪ ମସିହାରେ ବିଜେପିର ବସନ୍ତ କୁମାର ପଣ୍ଡା ବିଜୟୀ ହୋଇଥିଲେ । ତେବେ ପୁଣି ଥରେ ଏହି ଆସନ ଏବେ ବିଜେପି ହାତକୁ ଫେରିବାକୁ ଯାଉଛି । ବିଜେଡି ବି ଏହି ଆସନରୁ ୨ଥର ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ାରେ ଉପ ନିର୍ବାଚନ ହୋଇଥିଲା । ଜୟ ଢୋଲକିଆ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ । ହେଲେ ସେ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଆଉ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ।

ଆସନ୍ତା ୨୦ରୁ ଆରମ୍ଭ ହେବ ଖରିଫ ଧାନ କିଣା

ଆସନ୍ତା ୨୦ରୁ ଆରମ୍ଭ ହେବ ଖରିଫ ଧାନ କିଣା

ଆସନ୍ତା ୨୦ରୁ ଆରମ୍ଭ ହେବ ଖରିଫ ଧାନ କିଣା । ବରଗଡ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା । ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି । ଦୁଇ ବର୍ଷ ମଧ୍ୟରେ ୧୦୦ ଟି ମଡେଲ ମଣ୍ଡି ପାଇଁ ହୋଇଛି ନିଷ୍ପତ୍ତି ।

ପ୍ରଥମ ପର୍ଯାୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି । ଚଳିତ ଆର୍ଥିକ ବର୍ଷରେ ୮୦ ଟି ସମବାୟ ସମିତିରେ ୨୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ ପାଇଁ ୨୦ କୋଟିର ବ୍ୟୟ ବରାଦ ହୋଇଛି । ୯୩୭ଟି ସମବାୟ ସମିତି, RMC ରେ ୫୧୬କୋଟି ଟଙ୍କା ବ୍ୟୟ ରେ ଭିତ୍ତି ଭୂମି ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହେବ ।

ଚଳିତ ବର୍ଷ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏହା ପ୍ରଥମ କ୍ରୟ ଋତୁ ହେବ। “ବିଜେପି ସରକାର କ୍ୱିଣ୍ଟାଲ ପିଛା ୩,୧୦୦ ଟଙ୍କାରେ ଧାନ କିଣିବା ପାଇଁ ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରତିବଦ୍ଧ । କେନ୍ଦ୍ର ଦ୍ୱାରା ସ୍ଥିର କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ୨,୩୦୦ ଟଙ୍କା ବ୍ୟତୀତ ଚାଷୀମାନଙ୍କୁ ଫସଲର କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଅତିରିକ୍ତ ଇନପୁଟ୍ ସବସିଡି ଦିଆଯିବ ।

ଆଜି ଶେଷ ହେବ ବିଶ୍ବପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା

ଆଜି ଶେଷ ହେବ ବିଶ୍ବପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା

ଆଜି ଶେଷ ହେବ ବିଶ୍ବପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଗତକାଲି ବାଲିଯାତ୍ରା ଶେଷ ହୋଇଥାନ୍ତା । କିନ୍ତୁ ରାଜ୍ୟ ସରକାର ଏହାକୁ ଆଉ ଗୋଟିଏ ଦିନ ପାଇଁ ବଢାଇ ଥିଲେ । ଅର୍ଥାତ୍ ଆଜି ବାଲିଯାତ୍ରାର ଶେଷ ଦିନ।  ପୁଣି ଅପେକ୍ଷା ଆରବର୍ଷକୁ । ଲକ୍ଷ ଲକ୍ଷ ଦର୍ଶକଙ୍କ କୋଳାହଳରେ ଫାଟିପଡୁଥିବା ମହାନଦୀ ପଠାରେ କାଲିକୁ ନଥିବ ଆଉ ଏ ଗହଳି। ଶୂନଶାନ୍ ହୋଇଯିବ ମଞ୍ଚ, ଏ ସାଜସଜା ବି ନଥିବ । ନିଜ ନିଜର ସାମଗ୍ରୀ ବାନ୍ଧି ବାହୁଡ଼ିଯିବେ ବ୍ୟବସାୟୀ । ନଭେମ୍ବର ୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ଏହା ସରିବାକୁ ଯାଉଛି । ବହୁ ବାଦ ବିବାଦ ପରେ ଉଭୟ ତଳ ଏବଂ ଉପର ପଡ଼ିଆରେ ବାଲିଯାତ୍ରା ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଚଳିତବର୍ଷ ଉପର ପଡ଼ିଆରେ ସେମିତି ଭଲ ବ୍ୟବସାୟ ହୋଇନାହିଁ । କିନ୍ତୁ ତଳ ପଡ଼ିଆରେ ଖୁବ୍ ଜମିଛି ବିକ୍ରିବଟା । ବାଲିଯାତ୍ରାରେ ଲୋକେ ଭଳିକି ଭଳି ଚଟପଟା ଖାଦ୍ୟର ମଜା ନେବା ସହ ଘରକରଣା ସାମଗ୍ରୀ କିଣି ନେଇଛନ୍ତି । ରୋବୋଟିକ୍ ଆନିମଲ୍‌ଠୁ ଆରମ୍ଭ କରି ଜଳପରୀ ସୋ ସଭିଙ୍କୁ ଆକର୍ଷିତ କରିଥିଲା । ଚଳିତ ବର୍ଷ ବାଲିଯାତ୍ରାରେ କଟକ ଇନ୍‌ କଟକ ଭିତରେ ଓଡ଼ିଆ ଭାଷା ଓ ସାହିତ୍ୟ ନେଇ ଯେଉଁଭଳି ଭାବେ ସବୁ କାର୍ଯ୍ୟକ୍ରମ ହୋଇଥିଲା ତାହା ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥିଲା ।

କାଲି ଆସିବ ନୂଆପଡ଼ା ଉପ ନିର୍ବାଚନର ଫଳାଫଳ, ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି

କାଲି ଆସିବ ନୂଆପଡ଼ା ଉପ ନିର୍ବାଚନର ଫଳାଫଳ, ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି

କାଲି ନୂଆପଡ଼ା ଉପ ନିର୍ବାଚନର ଫଳାଫଳ । ଶୁକ୍ରବାର ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ଖୋଲିବ EVM । କାହା ସପକ୍ଷରେ ଆସିଛି ଜନାଦେଶ । ଧଡ଼ ଧଡ଼ ହେଲାଣି ପ୍ରାର୍ଥୀ ଛାତି । ୩୫୮ ବୁଥ ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ମୋଟ ୨୬ ରାଉଣ୍ଡ ଗଣତି ହେବ । ସକାଳ ୮ଟାରେ ପ୍ରଥମେ ବାଲଟ ପେପର ଗଣତି ହେବ । ଏହା ପରେ ୮ଟା ୩୦ରେ EVM ଖୋଲାଯାଇ ଗଣତି ହେବ । ସେପଟେ ଫଳାଫଳ ପୂର୍ବରୁ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ବୁଥ୍ ରିଗିଂ ଅଭିଯୋଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି ନେତା । ପ୍ରତି ଟେବୁଲ୍ ପାଇଁ ଜଣେ ଲେଖାଏଁ କାଉଣ୍ଟି ସୁପର ଭାଇଜର ଦାୟିତ୍ବରେ ରହିବେ । ତାଙ୍କୁ ସହଯୋଗ କରିବେ କାଉଣ୍ଟି ଆସିଷ୍ଟାଣ୍ଟ । ଜଣେ ମାଇକ୍ରୋ ଅବଜରଭର କାଉଣ୍ଟିଂ ଟେବୁଲରେ ରହିବେ । ଏହା ସହ ଭୋଟ ଗଣତି ପ୍ରକ୍ରିୟାକୁ ତଦାରଖ କରିବେ ରିଟର୍ଣିଂ ଅଫିସର । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ରହିବ ଭୋଟ୍ ଗଣତି କେନ୍ଦ୍ର । ନୂଆପଡ଼ା ନ୍ୟାସନାଲ କଲେଜ୍ରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍ ଓ ଭୋଟ୍ ଗଣତି କେନ୍ଦ୍ରକୁ ଜଗି ରହିଛନ୍ତି ସଶସ୍ତ୍ର ସୁରକ୍ଷା ବାହିନୀ । ଏଥି ସହ ଦୁଇ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ମଧ୍ୟ ମୁତୟନ କରାଯାଇଛି ।

ସେପଟେ ଭୋଟ୍ ଗଣତି ପୂର୍ବରୁ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି | ବୁଥ ରିଗିଂ କୁ ନେଇ ମୁହାଁ ମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି ନେତା । ବିଜେଡିର ଅଭିଯୋଗ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ବେଳେ ବୁତ୍ ରିଗିଂ କରିଛି ଶାସକ ଦଳ ବିଜେପି । ୪୧ଟି ବୁଥରେ ଭୋଟ ହାର ୯୧ ପ୍ରତିଶତରୁ ଅଧିକ ହୋଇଛି । ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନାହିଁ | ଏହା ଜନାଦେଶ ନା ଯନ୍ତ୍ରାଦେଶ ବୋଲି ପ୍ରଶ୍ନ କରିଛି ବିଜେଡି | ଏହି ୪୧ଟି ବୁଥର ସିସିଟିଭି ଫୁଟେଜ ଦେଖାଇବାକୁ ଦାବି କରିଛି ଦଳ ।

ଏଥର ନୂଆପଡା ଭୋଟିଂରେ ରେକର୍ଡ କରିଥିବା ବେଳେ ଫଳାଫଳକୁ ନେଇ ସାଧାରଣରେ ବଢ଼ିଛି ଉତ୍କଣ୍ଠା । ନୂଆପଡ଼ା ଫଳାଫଳ ସରକାର ଉପରେ ସିଧା ସଳଖ କୌଣସି ପ୍ରଭାବ ପକାଉନଥିଲେ ମଧ୍ୟ ପ୍ରମୁଖ ୩ ରାଜନୈତିକ ଦଳ ଭିତରୁ କିଏ ଏକ-ଦୁଇ ଓ ତିନି ନମ୍ବରରେ ରହିବେ ତା’ ଉପରେ ରହିଛି ନଜର । କାରଣ ଏହି ପୋଜିସନ ହିଁ ତିନି ପ୍ରମୁଖ ରାଜନୈତିକ ଦଳର ଦଶା ଓ ଦିଶାକୁ ପ୍ରମାଣିତ କରିବ ।

ଇଣ୍ଟରନେଟ୍‌ର ନୂଆ ‘କ୍ରସ୍ ଗିରିଜା ଓକ୍

ଇଣ୍ଟରନେଟ୍‌ର ନୂଆ ‘କ୍ରସ୍ ଗିରିଜା ଓକ୍

ମରାଠୀ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଗିରିଜା ଓକ୍ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ଇଣ୍ଟରନେଟ୍‌ର ନୂଆ ‘କ୍ରସ୍’ (New Crush) ପାଲଟିଛନ୍ତି। ଏକ ସାକ୍ଷାତକାରରେ ସେ ନୀଳ ରଙ୍ଗର ଶାଢ଼ୀ ପିନ୍ଧିଥିବାର ଏକ ଭିଡିଓ କ୍ଲିପ୍ ଭାଇରାଲ୍ ହେବା ପରେ, ତାଙ୍କର ସୌନ୍ଦର୍ଯ୍ୟ ଓ ସରଳତା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଭାଇରାଲ୍ ଭିଡିଓରେ ଗିରିଜା ନିଜ ଜୀବନର କିଛି ଅନୁଭୂତି ବର୍ଣ୍ଣନା କରୁଛନ୍ତି, ଯେଉଁଥିରେ ତାଙ୍କର ଫିଜିକ୍ସ ଶିକ୍ଷକ ‘waves’ ଶବ୍ଦକୁ ଭୁଲ ଉଚ୍ଚାରଣ କରି ‘babes’ କହୁଥିବାର ଏକ ମଜାଦାର ଘଟଣା ସାମିଲ ଅଛି। ଏହି କ୍ଲିପ୍ ଯୋଗୁଁ ଇଣ୍ଟରନେଟରେ ଉପଭୋକ୍ତାମାନେ ପଚାରିବା ଆରମ୍ଭ କରି ଦେଇଛନ୍ତି, “ଏହି ନୀଳ ଶାଢ଼ୀରେ ଥିବା ମହିଳା ଜଣକ କିଏ?”

କିଏ ଏହି ଗିରିଜା ଓକ୍?

ଗିରିଜା ଓକ୍ ଜଣେ ମରାଠୀ ଓ ହିନ୍ଦୀ ଅଭିନେତ୍ରୀ। ସେ ଡିସେମ୍ବର ୨୭, ୧୯୮୭ରେ ନାଗପୁର, ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ। ସେ ହେଉଛନ୍ତି ବରିଷ୍ଠ ମରାଠୀ ଅଭିନେତା ଗିରୀଶ ଓକ୍‌ଙ୍କ ଝିଅ। ସେ ମୁମ୍ବାଇର ଠାକୁର କଲେଜ୍ ଅଫ୍ ସାଇନ୍ସ ଆଣ୍ଡ କମର୍ସରୁ ବାୟୋଟେକ୍ନୋଲୋଜିରେ ଡିଗ୍ରୀ ହାସଲ କରିଛନ୍ତି।ମରାଠୀ ସିନେମା ବ୍ୟତୀତ ସେ ବଲିଉଡ୍‌ର ବହୁ ଚର୍ଚ୍ଚିତ ଫିଲ୍ମ ଯେପରିକି ‘ତାରେ ଜମିନ୍ ପର୍’, ‘ଶୋର୍ ଇନ୍ ଦ ସିଟି’, ଏବଂ ଶାହରୁଖ ଖାନ୍‌ଙ୍କ ‘ଜୱାନ୍’ ରେ ଅଭିନୟ କରିଛନ୍ତି। ସେ OTT ପ୍ରୋଜେକ୍ଟ ‘ଇନ୍ସପେକ୍ଟର ଜେନ୍ଦେ’ରେ ମନୋଜ ବାଜପେୟୀଙ୍କ ବିପକ୍ଷରେ ମଧ୍ୟ ଅଭିନୟ କରିଛନ୍ତି।ଇଣ୍ଟରନେଟରୁ ଏପରି ପ୍ରଶଂସା ମିଳିବା ପରେ ଗିରିଜା ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ କହିଛନ୍ତି ଯେ ରବିବାର ଠାରୁ ତାଙ୍କ ଫୋନ୍ ଲଗାତାର ବାଜୁଛି। ତେବେ, ସେ ସଚେତନ ଅଛନ୍ତି ଯେ ଏହା କେବଳ ଏକ ଟ୍ରେଣ୍ଡ। ସେ କହିଛନ୍ତି, “ମୁଁ ଯେଉଁ କାମ କରେ, ସେଥିରେ ଏପରି ରହିବ। ଯଦି ଲୋକମାନେ ବର୍ତ୍ତମାନ ମୋ କାମକୁ ଆବିଷ୍କାର କରୁଛନ୍ତି, ତେବେ ଏଥିରେ ମୁଁ ଖୁସି।” ”ସେ ଆହୁରି ଏକ ପୋଷ୍ଟରେ ଲେଖିଛନ୍ତି ଏବେ ଏହି ଆଟେନ୍ସନ୍ କୁ ଦେଖି ମଜା ନେଉଛି।”

ଆଫଗାନିସ୍ତାନର ବ୍ୟବସାୟୀମାନଙ୍କୁ ପାକିସ୍ତାନ ସହିତ ବାଣିଜ୍ୟ ହ୍ରାସ କରିବାକୁ ନିର୍ଦ୍ଦେଶ

ଆଫଗାନିସ୍ତାନର ବ୍ୟବସାୟୀମାନଙ୍କୁ ପାକିସ୍ତାନ ସହିତ ବାଣିଜ୍ୟ ହ୍ରାସ କରିବାକୁ ନିର୍ଦ୍ଦେଶ

ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ସୁଧୁରିବାର ନାଁ ଧରୁନି । ଏହି ସମୟରେ, ଆଫଗାନିସ୍ତାନର ଉପ-ପ୍ରଧାନମନ୍ତ୍ରୀ ବ୍ୟବସାୟୀମାନଙ୍କୁ ପାକିସ୍ତାନ ସହିତ ବାଣିଜ୍ୟ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ ବ୍ୟବସାୟୀ ଏବଂ ଶିଳ୍ପପତିମାନେ ପାକିସ୍ତାନ ଉପରେ ନିର୍ଭର କରିବା ପରିବର୍ତ୍ତେ ବିକଳ୍ପ ବାଣିଜ୍ୟ ପାଇଁ ନୂଆ ରାସ୍ତା ଖୋଜିବା ଉଚିତ।

ଏକ ସମ୍ମିଳନୀରେ ସେ କହିଛନ୍ତି ଯେ ଦେଶର ପ୍ରତିଷ୍ଠାକୁ ସୁରକ୍ଷା ଦେବା ପାଇଁ ଏହି ପରିବର୍ତ୍ତନ କରାଯାଉଛି, କାରଣ ପାକିସ୍ତାନ ବାରମ୍ବାର ସେମାନଙ୍କର ବାଣିଜ୍ୟ ପଥକୁ ଅବରୋଧ କରିଛି। ଏହି ନିର୍ଦ୍ଦେଶନାମା ବାଣିଜ୍ୟ, ଶିଳ୍ପ ଏବଂ ଆଫଗାନବାସୀଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ ମଧ୍ୟ ଉଦ୍ଦିଷ୍ଟ। ବର୍ତ୍ତମାନ ପାକିସ୍ତାନରୁ ହେଉଥିବା ଆମଦାନିକୁ ବିକଳ୍ପ ବଜାର ଏବଂ ଦେଶ ଗୁଡ଼ିକୁ ଫେରାଇ ଆଣିବା ପାଇଁ ବ୍ୟବସାୟୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଆଫଗାନ ବ୍ୟବସାୟୀ ଏବଂ ଶିଳ୍ପପତିମାନେ ପାକିସ୍ତାନ ବଦଳରେ ବିକଳ୍ପ ବାଣିଜ୍ୟ ରାସ୍ତା ଖୋଜିବା ଉଚିତ। ଏହି ପଥ ଗୁଡ଼ିକ କେବଳ ଆମର ବ୍ୟବସାୟୀମାନଙ୍କୁ କ୍ଷତି ପହଞ୍ଚାଉ ନାହିଁ ବରଂ ବଜାର ଓ ସାଧାରଣ ଜନତାଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି। ମୁଁ ସମସ୍ତ ବ୍ୟବସାୟୀଙ୍କୁ ଯଥାଶୀଘ୍ର ଆମଦାନି ଏବଂ ରପ୍ତାନି ପାଇଁ ବିକଳ୍ପ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରୁଛି।

୩ ମାସର ସମୟସୀମା ଦିଆଯାଇଛି

ବରାଦର କହିଛନ୍ତି, “ଆମର ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଖ୍ୟ ସମସ୍ୟା ହେଉଛି ପାକିସ୍ତାନରୁ ଆମଦାନି ହେଉଥିବା ନିମ୍ନମାନର ଔଷଧ। ମୁଁ ସମସ୍ତ ଔଷଧ ଆମଦାନିକାରୀଙ୍କୁ ତୁରନ୍ତ ବିକଳ୍ପ ଯୋଗାଣ ପଥ ଖୋଜିବାକୁ ଅନୁରୋଧ କରୁଛି। ଯେଉଁମାନେ ପାକିସ୍ତାନରେ ଚୁକ୍ତି କିମ୍ବା କ୍ରୟ କରିଛନ୍ତି ସେମାନଙ୍କୁ ସେମାନଙ୍କର ଆକାଉଣ୍ଟ ସମାଧାନ କରିବାକୁ ଏବଂ ତିନି ମାସ ମଧ୍ୟରେ ସେମାନଙ୍କର କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।” ସେ ଆଶ୍ୱାସନା ଦେଇଥିଲେ ଯେ ଆଫଗାନିସ୍ତାନରେ ଆମଦାନି ଏବଂ ରପ୍ତାନି ପାଇଁ ବର୍ତ୍ତମାନ ବିକଳ୍ପ ବାଣିଜ୍ୟ ପଥ ଉପଲବ୍ଧ ଅଛି, ଏବଂ ପୂର୍ବ ସମୟ ତୁଳନାରେ ଆଞ୍ଚଳିକ ଦେଶମାନଙ୍କ ସହିତ ଆର୍ଥିକ ସମ୍ପର୍କ ଯଥେଷ୍ଟ ବୃଦ୍ଧି ପାଇଛି।

ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ : ବାବ୍ରି ମସଜିଦ୍ ଭାଙ୍ଗିବାର ପ୍ରତିଶୋଧ

ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ : ବାବ୍ରି ମସଜିଦ୍ ଭାଙ୍ଗିବାର ପ୍ରତିଶୋଧ

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଖୁଲାସା ହୋଇଛି। ତଦନ୍ତକାରୀ ସଂସ୍ଥାମାନଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଆତଙ୍କବାଦୀମାନେ ବାବ୍ରି ମସଜିଦ୍ ଭାଙ୍ଗିବାର ବାର୍ଷିକୀ ଡିସେମ୍ବର ୬ ତାରିଖରେ ଦିଲ୍ଲୀ ସମେତ ୬ଟି ସ୍ଥାନରେ ସିରିଜ୍ ଆକ୍ରମଣ ପାଇଁ ୩୨ଟି କାର୍ (ଯେଉଁଥିରେ i20, Brezza, Swift Dzire ଓ EcoSport ସାମିଲ) ବ୍ୟବହାର କରିବାକୁ ଯୋଜନା କରିଥିଲେ।

ଜୈଶ-ଏ-ମହମ୍ମଦ (JeM) ସହ ଜଡ଼ିତ ଏହି ‘ଡାକ୍ତର ମଡ୍ୟୁଲ୍’ ପୁରୁଣା ଓ ବାରମ୍ବାର ବିକ୍ରି ହୋଇଥିବା ଗାଡ଼ି (ଯେପରିକି Maruti Brezza, Swift Dzire, Ford EcoSport) ବ୍ୟବହାର କରିବାକୁ ଯୋଜନା କରିଥିଲେ, ଯାହାଦ୍ୱାରା ପୋଲିସ ସେମାନଙ୍କୁ ଚିହ୍ନଟ କରିପାରିବ ନାହିଁ।

ହରିୟାଣାର ଫରିଦାବାଦରେ ଥିବା ‘ଅଲ-ଫଲାହ ସ୍କୁଲ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର’ ଏହି ଆତଙ୍କବାଦୀ କାର୍ଯ୍ୟକଳାପର ମୁଖ୍ୟ କେନ୍ଦ୍ର ପାଲଟିଥିଲା। ଏଠାରୁ Brezza କାର୍ ଜବତ ହୋଇଛି। Swift Dzire କାର୍ରୁ ଆକ୍ରମଣକାରୀ ରାଇଫଲ୍ ଏବଂ ଗୁଳି ଜବତ କରାଯାଇଛି।

Ford EcoSport (DL10 CK 0458) କାର୍ ଫରିଦାବାଦରୁ ଉଦ୍ଧାର ହୋଇଛି। ଏହି କାର୍‌ରେ ବିସ୍ଫୋରକ ସାମଗ୍ରୀ ପରିବହନ କରାଯାଉଥିଲା। ଜଣେ ଯୁବକ ସେହି କାର୍ ଭିତରେ ଶୋଇଥିବା ଅବସ୍ଥାରେ ଗିରଫ ହୋଇଛି।

i20 କାରରେ ଉଚ୍ଚମାନର ବିସ୍ଫୋରକ ଏବଂ ଆମୋନିୟମ୍ ନାଇଟ୍ରେଟ୍ ଥିଲା। ତେବେ ଡାକ୍ତର ଉମର ମହମ୍ମଦ ଓରଫ୍ ଉମର ଉନ୍-ନବୀ ନାମକ ଜଣେ ଆତଙ୍କବାଦୀ ସାଥୀମାନଙ୍କ ଗିରଫଦାରୀ ଓ ଫରିଦାବାଦରୁ ପ୍ରାୟ ୩,୦୦୦ କିଲୋଗ୍ରାମ ବିସ୍ଫୋରକ ଜବତ ହେବା ପରେ ଭୟଭୀତ ହୋଇ ଯୋଜନା ପୂର୍ବରୁ ହିଁ ବିସ୍ଫୋରଣ ଘଟାଇଥିଲେ। ଏହି ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ DNA ପରୀକ୍ଷାରେ ଉମରଙ୍କ ମୃତ୍ୟୁ ପ୍ରମାଣିତ ହୋଇଛି।

ମୂଳ ଯୋଜନା ଲାଲକିଲ୍ଲା ଭିତରର ପାର୍କିଂରେ ବିସ୍ଫୋରଣ କରିବା ଥିଲା, କିନ୍ତୁ ଉମର ସୋମବାର ଲାଲକିଲ୍ଲା ବନ୍ଦ ଥିବାରୁ ନିକଟସ୍ଥ ମେଟ୍ରୋ ଷ୍ଟେସନ୍ ସାମ୍ନାର ଏକ ବ୍ୟସ୍ତବହୁଳ ଟ୍ରାଫିକ୍ ସିଗନାଲ୍ ନିକଟରେ ବିସ୍ଫୋରଣ ଘଟାଇଥିଲେ।

ସନ୍ଦିଗ୍ଧ ଆତଙ୍କବାଦୀମାନେ ଡାକ୍ତର ଭଳି ‘ହ୍ୱାଇଟ୍ କଲାର୍ ପ୍ରଫେସନାଲ୍’ ଭାବରେ ନିଜର ପରିଚୟ ଲୁଚାଉଥିଲେ। ଆତଙ୍କବାଦ ନିରୋଧୀ ସଂସ୍ଥା NIA ଏହି ଘଟଣାର ତଦନ୍ତ କରୁଛି।