ସାମି ଭଲ ବୋଲିଂ କରିପାରିବେ ବୋଲି ଯୁକ୍ତି ବାଢିଛନ୍ତି ଗାଙ୍ଗୁଲି

ସାମି ଭଲ ବୋଲିଂ କରିପାରିବେ ବୋଲି ଯୁକ୍ତି ବାଢିଛନ୍ତି ଗାଙ୍ଗୁଲି

ଫିଟ୍ ଅଛନ୍ତି ମହମ୍ମଦ ସାମି । ସେ ଟେଷ୍ଟ୍ ମ୍ୟାଚ୍ ଖେଳିପାରିବେ । ଦଳରେ ତାଙ୍କୁ ସୁଯୋଗ ଦେଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ପୂର୍ବତନ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି । ସାମି ଭଲ ବୋଲିଂ କରିପାରିବେ ବୋଲି ଯୁକ୍ତି ବାଢିଛନ୍ତି ଗାଙ୍ଗୁଲି ।

ରିପୋର୍ଟ ଅନୁସାରେ, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ଦଳ ଘୋଷଣା କରିଥିଲା । ଏଥିରେ ୩୫ ବର୍ଷୀୟ ମହମ୍ମଦ ସାମିଙ୍କ ନାଁ ନଥିଲା । ଯାହା ଫ୍ୟାନ୍ସଙ୍କୁ ନିରାଶ କରିଥିଲା । ରଣଜୀରେ ଭଲ ପ୍ରଦର୍ଶନ କରିଥିଲେ ବି ସାମିଙ୍କୁ ସୁଯୋଗ ମିଳିନଥିଲା । ଶେଷଥର ପାଇଁ ତାଙ୍କୁ ଭାରତୀୟ ଜର୍ସିରେ ଚାମ୍ପିଅନ୍ସ ଟ୍ରଫିରେ ଦେଖିବାକୁ ମିଳିଥିଲା ।

ଭାରତୀୟ କ୍ରିକେଟରେ ଦାଦା ଭାବେ ପରିଚିତ ଗାଙ୍ଗୁଲିଙ୍କୁ ସାମିଙ୍କ ବାବଦରେ ପ୍ରଶ୍ନ କରାଯାଇଥିଲା । ଯାହାର ଜବାବରେ ସେ କହିଛନ୍ତି ଯେ, ସାମି ପୂରା ଫିଟ୍ ଅଛନ୍ତି । ରଣତୀ ଟ୍ରଫିର ତିନୋଟି ମ୍ୟାଚରେ ସେ ପଶ୍ଚିମବଙ୍ଗକୁ ନିଜ ଦମରେ ଜିତାଇଥିଲେ । ଏହାସହ ସେ ୯୧ ଓଭର ବୋଲିଂ କରି ୧୫ଟି ଓ୍ୱିକେଟ୍ ଅକ୍ତିଆର୍ କରିଥିଲେ । ୨୦୨୩ ବିଶ୍ବକପ ପରେ ତାଙ୍କ ହାତରେ ସର୍ଜିରୀ ହୋଇଥିଲା । ସୁସ୍ଥ ହେଲା ପରେ ସେ ତୁରନ୍ତ ଲୟକୁ ଫେରିଥିଲେ ।

ଗାଙ୍ଗୁଲି ଆହୁରି କହିଛନ୍ତି ଯେ, ଚୟନକର୍ତ୍ତା ତାଙ୍କୁ ନଜରରେ ରଖିଛନ୍ତି । ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବ । ଫିଟନେସ ଏବଂ କୌଶଳକୁ ଦେଖିଲେ ସାମି ଆଗ ଭଳି ଅଛନ୍ତି । ସେ ଭାରତ ପାଇଁ ନ ଖେଳିବାର କୌଣସି କାରଣ ନାହିଁ । ଏବେ ଭାରତ ପାଖରେ ପ୍ରସିଦ୍ଧ କ୍ରିଷ୍ଣା ଏବଂ ଆକାଶ ଦୀପଙ୍କ ଭଳି ଦକ୍ଷ ବୋଲର ଅଛନ୍ତି । ତଥାପି ସାମିଙ୍କ ଅନୁଭବ ଭାରତ ପାଇଁ ଭଲ ରହିବ । ଆଗାମୀ ଦିନରେ ସେ ଅନ୍ତର୍ଜାତୀୟ ମୁକାବିଲାରେ ନଜର ଆସିବା ନେଇ କହିଛନ୍ତି ଗାଙ୍ଗୁଲି ।

ଇତିହାସ ହେବାକୁ ଯାଉଛି ଦିଲ୍ଲୀର ଐତିହାସିକ ଜବାହରଲାଲ୍ ନେହରୁ ଷ୍ଟାଡିୟମ

ଇତିହାସ ହେବାକୁ ଯାଉଛି ଦିଲ୍ଲୀର ଐତିହାସିକ ଜବାହରଲାଲ୍ ନେହରୁ ଷ୍ଟାଡିୟମ

ଦିଲ୍ଲୀର ଐତିହାସିକ ଜବାହରଲାଲ୍ ନେହରୁ ଷ୍ଟାଡିୟମ ଏବେ ଇତିହାସ ହେବାକୁ ଯାଉଛି । ସରକାର ଏହାକୁ ଧ୍ୱଂସ କରି, ଏଠାରେ ନୂଆ ବିଶ୍ୱ ସ୍ତରୀୟ ସ୍ପୋର୍ଟ୍ସ ସିଟି ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି । ଏହି ଷ୍ଟାଡିୟମରେ ଗତ ୧୫ ବର୍ଷରେ  ପ୍ରାୟ ୧,୦୧୧ କୋଟି ଟଙ୍କ ଖର୍ଚ୍ଚ କରାଯାଇଛି । ଏହି ଷ୍ଟାଡିୟମ ୧୯୮୨ ଏସୀୟ କ୍ରୀଡ଼ା ଓ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମୁକ ସାକ୍ଷୀ ରହିଛି ।

ଜବାହରଲାଲ୍ ନେହରୁ ଷ୍ଟାଡିୟମକୁ ସର୍ବପ୍ରଥମେ ୧୯୮୨ ଏସୀୟ କ୍ରୀଡ଼ା ପାଇଁ ନିର୍ମାଣ କରାଯାଇଥିଲା । ୨୦୧୦ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ଏଥିରେ ପୁଣି ଥରେ ନିର୍ମାଣ କାର୍ଯ୍ୟ କରି ଅପଗ୍ରେଡେସନ କରାଯାଇଥିଲା । ଆଧୁନିକ ସୁବିଧା ସହ ଖେଳାଳି ଓ ଦର୍ଶକଙ୍କ ପାଇଁ ଉନ୍ନତ ଭିତ୍ତିଭୂମି ନିର୍ମାଣ କରାଯାଇଥିଲା । ନିକଟରେ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନଶିପ ପୂର୍ବରୁ ଏହାର ଅପଗ୍ରେଡେସନ ପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ୱାର୍ଲଡ ପାରା ଚାମ୍ପିଅନଶିପ ପାଇଁ ଷ୍ଟାଡିୟମରେ ୧୦,୦୦୦ ନୂଆ ସିଟ୍ ଓ ଦୁଇଟି ନୂଆ ମୋଣ୍ଡୋ ଟ୍ରାକ୍ ଲଗାଯାଇଥିଲା ।

ଇଣ୍ଡିୟନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ଜବାହରଲାଲ୍ ନେହରୁ ଷ୍ଟାଡିୟମକୁ ଧ୍ୱସ୍ତ କରି ଏକ ସୋର୍ଟ୍ସ ସିଟି ନିର୍ମାଣ କରିବା ପାଇଁ ରଣନୀତି କରାଯାଉଛି । ଏହି ସ୍ପୋର୍ଟ୍ସ ସିଟିରେ ସମସ୍ତ ଖେଳର ଆୟୋଜନ ସ୍ଥଳ ଏବଂ ଖେଳାଳିଙ୍କ ପାଇଁ ଆବଶ୍ୟକୀୟ ସୁବିଧା ରହିବ । ତେବେ ଏହା ବର୍ତ୍ତମାନ ବିଚାର-ବିମର୍ଶ ପର୍ଯ୍ୟାୟରେ ରହିଛି । ସରକାର ଏବେ ସାରା ଦୁନିଆର ବିଭିନ୍ନ ମଡେଲର ଅଧ୍ୟୟନ କରୁଛନ୍ତି । ସୂତ୍ର ଅନୁସାରେ ଏହି ପରିଯୋଜନା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ସମୟ ସୀମା ସ୍ଥିର କରାଯାଇ ନାହିଁ । ସରକାର ଦୋହା ପରି ସ୍ପୋର୍ଟ୍ସ ସିଟିର ଆକଳନ କରୁଛନ୍ତି ।

ଜେଏଲଏନ୍ ଷ୍ଟାଡିୟମରେ ବର୍ତ୍ତମାନ ଗୋଟିଏ ମୁଖ୍ୟ ଫୁଟବଲ୍ ଷ୍ଟାଡିୟମ ଏବଂ ଆଥଲେଟିକ୍ସ ଟ୍ରାକ୍ ବ୍ୟତୀତ, ଏକ ତୀରନ୍ଦାଜୀ ଏକାଡେମୀ, ବ୍ୟାଡମିଣ୍ଟନ କୋର୍ଟ ଏବଂ ଭାରତୀୟ କ୍ରୀଡା ପ୍ରାଧିକରଣ, ଜାତୀୟ ଆଣ୍ଟିଂ ଡୋପିଂ ଏଜେନ୍ସି ଏବଂ ଜାତୀୟ ଡୋପ୍ ପରୀକ୍ଷଣ ପ୍ରୟୋଗଶାଳାର କାର୍ଯ୍ୟାଳୟ ରହିଛି । IE ରିପୋର୍ଟ ଅନୁସାରେ, ଏଗୁଡିକର କ’ଣ ହେବ ପ୍ରଶ୍ନର ଜବାବରେ ଅଧିକାରୀ କହିଛନ୍ତି, “ସମସ୍ତ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବ। ସେହିପରି, ମୁଖ୍ୟ ଷ୍ଟାଡିୟମକୁ ଭାଙ୍ଗି ଦିଆଯିବ । ଆବାସିକ କମ୍ପ୍ଲେକ୍ସ ନିର୍ମାଣ କରାଯିବ ଯାହା ଦ୍ୱାରା ଖେଳାଳିମାନେ ଏଠାକୁ ପ୍ରତିଯୋଗିତା କରିବାକୁ ଆସିଲେ ଷ୍ଟାଡିୟମ ନିକଟରେ ରହିପାରିବେ।”

କ୍ରୀଡା ମନ୍ତ୍ରଣାଳୟ ୧୦୨ ଏକର ବିଶିଷ୍ଟ ଷ୍ଟାଡିୟମ କମ୍ପ୍ଲେକ୍ସକୁ ବ୍ୟବହାର କରିବାକୁ ଚାହୁଁଛି, କାରଣ ଏହାର ଏକ ପ୍ରମୁଖ ଅଂଶ ବର୍ତ୍ତମାନ ଅବ୍ୟବହୃତ ହୋଇ ରହିଛି । ପ୍ରାୟ ୬୦,୦୦୦ ଦର୍ଶକଙ୍କ କ୍ଷମତା ସହିତ ଏହି ଷ୍ଟାଡିୟମ ଦେଶର ସବୁଠାରୁ ପ୍ରତିଷ୍ଠିତ ସ୍ଥାନ ମଧ୍ୟରୁ ଗୋଟିଏ ହୋଇଆସିଛି । ଏହା ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ୨୦୧୭ ଫିଫା୧୭ ବର୍ଷରୁ କମ୍ ବିଶ୍ୱକପ୍ ମଧ୍ୟ ଆୟୋଜନ କରିଥିଲା ।

ଷ୍ଟାଡିୟମରେ ପ୍ରଥମ ଥର ପାଇଁ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନଶିପ୍ ଆୟୋଜନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ମୁଖ୍ୟ ଷ୍ଟାଡିୟମ ଏବଂ ଅଭ୍ୟାସ କ୍ଷେତ୍ରରେ ଦୁଇଟି ନୂତନ ମୋଣ୍ଡୋ ଟ୍ରାକ୍ ବିଛାଯାଇଥିଲା । ସେହିପରି ତଳ ଷ୍ଟାଣ୍ଡରେ ୧୦,୦୦୦ ନୂଆ ସିଟ୍ ଲଗାଯାଇଥିଲା । ଏହା ସହିତ, ଷ୍ଟାଡିୟମକୁ ନୂତନ ଲିଫ୍ଟ ଏବଂ ସୁଗମ ଶୌଚାଳୟ ସହିତ ହ୍ୱିଲଚେୟାର-ଅନୁକୂଳ କରାଯାଇଥିଲା ।

ନଭେମ୍ବର ୨୭ରୁ ବିଧାନସଭାର ଶୀତ ଅଧିବେସନ

ନଭେମ୍ବର ୨୭ରୁ ବିଧାନସଭାର ଶୀତ ଅଧିବେସନ

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେସନ   ।  ଏନେଇ କନକ ନ୍ୟୁଜକୁ ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ତେବେ ନୂଆପଡ଼ା ଉପ ନିର୍ବାଚନ ପରେ ବିଧାନସଭାର ଶୀତ ଅଧିବେଶନ ବସିବ ବୋଲି ସୂଚନା ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବାର ଅଛି, ଆଉ ଏହି ଗସ୍ତରେ ରାଷ୍ଟ୍ରପତି ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରିପାରନ୍ତି । ତେବେ ଏନେଇ କୌଣସି ପ୍ରକାର ବିଧିବଦ୍ଧ ଘୋଷଣା କରାଯାଇନି ।ତେବେ ଯଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରନ୍ତି ତେବେ ଏହା ରାଜ୍ୟର ବିଧାନସଭା ଇତିହାସରେ ଉଦାହରଣ ସୃଷ୍ଟି କରିବ । ତେବେ ନଭେମ୍ବର ୨୭ ତାରିଖରୁ ବିଧାନସଭାର ଶୀତ ଅଧିବେସନ ଆରମ୍ଭ ହେଲେ, ଶୀତ ଅଧିବେଶନ ସରଗରମ ହେବ ବୋଲି ଅନୁମାନ କରାଯାଉଛି । ବିଭିନ୍ନ ପ୍ରସଙ୍ଗରେ ବିରୋଧୀମାନେ ସରକାରକୁ ଘେରିବା ନେଇ ଅନୁମାନ କରାଯାଉଛି । ଖାସ୍ କରି ଶୀତ ଅଧିବେଶନ ବସିବା ବେଳକୁ, ନୂଆପଡ଼ା ଉପ ନିର୍ବାଚନ ସରିଥିବ, ଆଉ ନୂଆପଡ଼ା ନିଜର ନୂଆ ବିଧାୟକ ପାଇସାରିଥିବ, ତେଣୁ ବିଧାନସଭା ଶୀତ ଅଧିବେଶନ ସରଗରମ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଲାଲକିଲ୍ଲା ମେଟ୍ରୋ ବାହାରେ କାର୍‌ ବିସ୍ଫୋରଣରେ ୧୦ ମୃତ

ଲାଲକିଲ୍ଲା ମେଟ୍ରୋ ବାହାରେ କାର୍‌ ବିସ୍ଫୋରଣରେ ୧୦ ମୃତ

ଦିଲ୍ଲୀରେ ଭୟଙ୍କର କାର୍ ବିସ୍ଫୋରଣ ।  ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ୧ ନମ୍ବର ଗେଟ ନିକଟରେ ଜୋରଦାର ଧମାକା ।  ବିସ୍ଫୋରଣରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ୨୦ରୁ ଅଧିକ ଆହତ ହୋଇଛନ୍ତି ।  ଆହତମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି ।  ବିସ୍ଫୋରଣ ପରେ ଆଖପାଖରେ ଥିବା କାର ଗୁଡ଼ିକ ମଧ୍ଯ କ୍ଷତିଗ୍ରସ୍ତ ହୋଇଛି ।  ୫ରୁ ୬ଟି ଗାଡି ପୂରା ଛିନଛତ୍ର ହୋଇଯାଇଛି ।  ବିସ୍ଫୋରଣରେ  ୨୩ ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି ।

ବିସ୍ଫୋରଣ ପରେ ଗାଡ଼ି ଗୁଡ଼ିକ ହୁହୁ ହୋଇ ଜଳିଥିଲା ।  ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ, ପାଖରେ ଥିବା ଦେକାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ବେଳେ କାର ପାର୍କିଂ ନିକଟରେ ପ୍ରବଳ ଭିଡ଼ ରହିଥିଲା। ପ୍ରାୟ ୬ଟା ୫୨ରେ ବିସ୍ଫୋରଣ ହୋଇଥିଲା। କାର୍ ଟି ଧୀରେ ଧୀରେ ଆସି ରେଡ୍ ଲାଇଟ୍ ନିକଟରେ ଛିଡ଼ା ହୋଇଥିଲା। ତା ପରେ ହଠାତ ବିସ୍ଫୋରଣ ହେଲା। ବିସ୍ଫୋରଣ ବେଳେ କାର୍ ଭିତରେ ୨ ରୁ ୩ ଜଣ ଲୋକ ବସିଥିବା ସୂଚନା ମିଳିଛି।

ବିସ୍ପୋରଣ କେତେ ଭୟଙ୍କର ଥିଲା, ତାର ବର୍ଣ୍ଣନା କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ବିସ୍ଫୋରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସ, କ୍ରାଇମବ୍ରାଞ୍ଚ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଫରେନସିକ୍ ଟିମ୍ ଓ ଟେକ୍ନିକାଲ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛି। ଏନଏସଜି ଓ ଏନଆଇଏ ମଧ୍ୟ ତଦନ୍ତ ପାଇଁ ପହଞ୍ଚିଛନ୍ତି।

ତେବେ କାର ବିସ୍ଫୋରଣ କେମିତି ହେଲା, ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। କେମିତି ହେଲା ଏହି ଘଟଣା ପରେ ଲାଲକିଲା ନିକଟ ଚାନ୍ଦିନୀଚୌକ ମାର୍କେଟକୁ ବନ୍ଦ କରିଦିଆଯାଇଛି। ଆସନ୍ତାକାଲି ମଧ୍ୟ ବନ୍ଦ ରହିବ ଏହି ବଜାର। ଏହି ଘଟଣା ପରେ ପୂରା ନୂଆଦିଲ୍ଲୀ ହାଇ ଆଲର୍ଟରେ। ନୂଆଦିଲ୍ଲୀ ସମେତ ଉତ୍ତର ପ୍ରଦେଶ ଓ ମୁମ୍ବାଇରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି। ବିଭିନ୍ନ ସ୍ଥାନରେ ଚେକିଂ ବ୍ଳକିଂ ଚାଲିଛି।

ସେତେବେଳେ କାର ପାର୍କିଂ ନିକଟରେ ପ୍ରବଳ ଭିଡ଼ ରହିଥିଲା। ପ୍ରାୟ ୬ଟା ୫୫ରେ ବିସ୍ଫୋରଣ ନେଇ ଫାୟାର ବ୍ରିଗେଡ ନିକଟକୁ ସୂଚନା ମିଳିଲା। ନିଆଁ ଲିଭାଇବାକୁ ୭ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା। ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ଫରେନସିକ ଟିମ ଓ ଟେକନିକାଲ ଟିମ ମଧ୍ୟ ପହଞ୍ଚିଛନ୍ତି। ଏନଏସଜି ଓ ଏନଆଇଏ ମଧ୍ୟ ତଦନ୍ତ ପାଇଁ ପହଞ୍ଚିଛନ୍ତି। ଏହି ଘଟଣା ପରେ ଲାଲକିଲା ନିକଟ ଚାନ୍ଦିନୀଚୌକ ମାର୍କେଟକୁ ବନ୍ଦ କରିଦିଆଯାଇଛି। ନୂଆଦିଲ୍ଲୀ ଓ ମୁମ୍ବାଇରେ ହାଇ ଆଲର୍ଟ ଘୋଷଣା କରାଯାଇଛି।

ରାଜ୍ୟରେ ଶୀତର ଲହରୀ

ରାଜ୍ୟରେ ଶୀତର ଲହରୀ

ରାଜ୍ୟରେ ଶୀତର ଲହରୀ । ୧୫ଡିଗ୍ରୀ ତଳେ ରହିଛି ୯ ସହରର ପାରଦ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ବଢୁଛି । ମୟୂରଭଞ୍ଜରେ ୬ ଡିଗ୍ରୀକୁ ଖସିଲା ତାପମାତ୍ରା । ଓଡ଼ିଶାର କାଶ୍ମିର ତଥା ଦାରିଙ୍ଗବାଡ଼ିରେ ତାପମାତ୍ରା ୧୧ ଡିଗ୍ରୀ ଖସିଥିବା ବେଳେ ଝାରସୁଗୁଡ଼ା, ଫୁଲବାଣୀ, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ,ଭଦ୍ରକ, କଳାହାଣ୍ଡି ପରି ସହରରେ ପାରଦ ୧୫ଡିଗ୍ରୀ ତଳକୁ ଖସିଛି । ଆସନ୍ତା ୨ରୁ ୩ଦିନରେ ପାରଦ ଆହୁରି ଖସିବା ସହ ଥଣ୍ଡା ବଢିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଉତ୍ତରାଖଣ୍ଡକୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଉତ୍ତରାଖଣ୍ଡକୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଡେରାଡୁନରେ ଉତ୍ତରାଖଣ୍ଡ ରାଜ୍ୟ ଗଠନର ରୌପ୍ୟ ଜୟନ୍ତୀ ପାଳନ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ୮,୧୪୦ କୋଟି ମୂଲ୍ୟ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୋଦି । ଏଥିସହ ସ୍ୱତନ୍ତ୍ର ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଛନ୍ତି । ଜନସଭାକୁ ସମ୍ବୋଧିତ କରି ପିଏମ୍ କହିଛନ୍ତି- ଉତ୍ତରାଖଣ୍ଡର ସମ୍ଭାବନାକୁ ନୂତନ ଉଚ୍ଚତାକୁ ନେଇଯିବା ପାଇଁ କାମ କରୁଛି ଡବଲ-ଇଞ୍ଜିନ୍ ସରକାର ।

ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସେଗୁଡ଼ିକ ମଧ୍ୟରେ ସୋଙ୍ଗ ଡ୍ୟାମ୍ ପାନୀୟ ଜଳ ପ୍ରକଳ୍ପ ଏବଂ ନୈନିତାଲରେ ଜମରାନି ଡ୍ୟାମ୍ ବହୁମୁଖୀ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ପାନୀୟ ଜଳ, ଜଳସେଚନ ଏବଂ ବିଦ୍ୟୁତ୍ ଉତ୍ପାଦନରେ ଯୋଗଦାନ ଦେବ। ଏହା ସହିତ, ପ୍ରଧାନମନ୍ତ୍ରୀ ବୈଷୟିକ ଶିକ୍ଷା, ଶକ୍ତି, ସହରାଞ୍ଚଳ ବିକାଶ, କ୍ରୀଡା ଏବଂ ଦକ୍ଷତା ବିକାଶ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରକଳ୍ପ ମଧ୍ୟ ଆରମ୍ଭ କରିଛନ୍ତି।

୨୫ ବର୍ଷ ପୂର୍ବେ, ଯେତେବେଳେ ଉତ୍ତରାଖଣ୍ଡ ନୂତନ ଭାବରେ ଗଠିତ ହୋଇଥିଲା, ସେତେବେଳେ ଅନେକ ଚ୍ୟାଲେଞ୍ଜ ଥିଲା । ସମ୍ବଳ ସୀମିତ ଥିଲା । ରାଜ୍ୟ ବଜେଟ୍ ଛୋଟ ଥିଲା । ଆୟର ଉତ୍ସ ଅତି କମ୍ ଥିଲା ଏବଂ ଅଧିକାଂଶ ଆବଶ୍ୟକତା କେନ୍ଦ୍ରୀୟ ସହାୟତା ଦ୍ୱାରା ପୂରଣ କରାଯାଉଥିଲା । ଆଜି, ଚିତ୍ର ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି । ଉତ୍ତରାଖଣ୍ଡର ପ୍ରକୃତ ପରିଚୟ ଏହାର ଆଧ୍ୟାତ୍ମିକ ଶକ୍ତିରେ ନିହିତ । ଯଦି ଉତ୍ତରାଖଣ୍ଡ ନିଜର ମନ ସ୍ଥିର କରେ, ତେବେ ମାତ୍ର କିଛି ବର୍ଷ ମଧ୍ୟରେ ଏହା ନିଜକୁ ବିଶ୍ୱର ଆଧ୍ୟାତ୍ମିକ ରାଜଧାନୀ ଭାବରେ ପ୍ରତିଷ୍ଠିତ କରିପାରିବ।

ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରଚାର

ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରଚାର

ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରଚାର । ଆସନ୍ତା ୧୧ ତାରିଖରେ ପଡିବ ଭୋଟ୍ । କିଛି ଦିନ ଧରି ଏହି ଉପ ନିର୍ବାଚନ ନୂଆପଡାବାସୀଙ୍କୁ ଦେଉଛି ନୂଆ ଅନୁଭୂତି । ସକାଳ ହେଲେ ମାଳ ମାଳ ନେତା ଆଉ ସେମାନଙ୍କ ମାରାଥନ ପ୍ରଚାର । ଯେଉଁ ଗାଁର ରାସ୍ତାରେ ଦିନେ ଗୋଟିଏ ଗାଡି କାଁ ଭାଁ ଦେଖା ଯାଉଥିଲା ସେଠି ନାମୀ ଦାମୀ ଗାଡି ଦୌଡିଲା ଆଉ ହେଲିକପ୍ଟର ଓହ୍ଲାଇଲା । ତେବେ ଆଜି ସେହି ପ୍ରଚାରରେ ପୂର୍ଣ୍ଣଚ୍ଛେଦ ପଡିଛି । ନିର୍ବାଚନ ଆଚରଣ ସଂହିତା ଅନୁଯାଇ ସନ୍ଧ୍ୟା ୪ ଟାରୁ ଆରମ୍ଭ ହୋଇଛି ସାଇଲେନ୍ସ ପିରିୟଡ । ସବୁ ପୋଲିଂ ଶାନ୍ତିଶୃଙ୍ଖଳାରେ ହେବ । ୫୭ ସମ୍ବେଦନଶୀଳ ବୁଥ୍ ଅଛି ।  ସବୁ ବୁଥ୍‌ରେ ପୋଲିସ ବ୍ୟବସ୍ଥା ହୋଇଛି । କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ମୁତୟନ ଅଛନ୍ତି । ସାଇଲେଣ୍ଟ ଆୱାରରେ ଏକାକୀ ପ୍ରାର୍ଥୀ ଘର ଘର ବୁଲି ପ୍ରଚାର କରିପାରିବେ । ରାତି ୧୦ଟା ପରେ ସମ୍ପୂର୍ଣ୍ଣ ପ୍ରଚାର ବନ୍ଦ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।ତେବେ ଶେଷ ଦିନରେ ତିନି ପ୍ରମୁଖ ଦଳ ଶେଷ ପ୍ରଚାର କରିଛନ୍ତି । ଆଉ ପ୍ରଚାରର ମଙ୍ଗ ଧରିଛନ୍ତି ନିଜେ ପ୍ରାର୍ଥୀ । ତିନି ପ୍ରମୁଖ ଦଳ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡ଼ିର ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ।ନୂଆପଡ଼ା ଉପ ନିର୍ବାଚନ ତାରିଖ ଘୋଷଣା ପରଠୁ ତିନି ପ୍ରମୁଖ ଦଳ ଏହି ସିଟ୍ ହାତେଇବା ପାଇଁ ପ୍ରଚାରକୁ ଗୁରୁତ୍ବ ଦେଇଥିଲେ । ବିଜେପିର ଷ୍ଟାର ପ୍ରଚାରକ ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନି ଥର ନୂଆପଡା ଆସି ପ୍ରଚାର କରିଥିଲେ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡାକୁ ଦୁଇ ଥର ଆସି ରୋଡ୍ ଶୋ’ ଓ ସାଧାରଣ ସଭା କରିଛନ୍ତି ।ଅନ୍ୟପଟେ କଂଗ୍ରେସ ପ୍ରଚାରରେ ପଛରେ ପଡିଯାଇଥିଲା । ରେବନ୍ତ ରେଡ୍ଡି, କହେଁୟା କୁମାରଙ୍କ ଭଳି ନେତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖିବା ସତ୍ତ୍ବେ ରାଜ୍ୟ ନେତୃତ୍ବ ହିଁ କଂଗ୍ରେସ ପ୍ରଚାରର ମଙ୍ଗ ଧରିଥିଲେ । ସେପଟେ ସମାଜବାଦୀ ପାର୍ଟି ପ୍ରାର୍ଥୀ ରମାକାନ୍ତ ହାତୀଙ୍କ ପ୍ରଚାର ପାଇଁ ଶେଷ ଦିନରେ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ସିଂ ଯାଦବ ଆସିଥିଲେ ।

ଜାପାନ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ

ଜାପାନ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ

ରବିବାର ଉତ୍ତର ଜାପାନ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ହେବା ପରେ ଜାପାନ ପାଣିପାଗ ସଂସ୍ଥା ସୁନାମି ଚେତାବନୀ ଜାରି କରିଛି। ପାଣିପାଗ ସଂସ୍ଥା ରିପୋର୍ଟ କରିଛି ଯେ ୬.୭ ତୀବ୍ରତାର ପ୍ରାରମ୍ଭିକ ଭୂମିକମ୍ପ ଇୱାଟେ ପ୍ରଦେଶର ଉପକୂଳରୁ ସମୁଦ୍ର ପତ୍ତନରୁ ୧୦ କିଲୋମିଟର ତଳେ ଆସିଥିଲା।
ଏଜେନ୍ସି ଉତ୍ତର ଉପକୂଳ ଅଞ୍ଚଳରେ ୧ ମିଟର ପର୍ଯ୍ୟନ୍ତ ସୁନାମି ଚେତାବନୀ ଜାରି କରିଛି। ଏହି ସମୟରେ, ଜାପାନର ସାର୍ବଜନୀନ ପ୍ରସାରକ NHK ରବିବାର କହିଛି ଯେ ଦେଶର ଉତ୍ତରରେ ଥିବା ଇୱାଟେ ପ୍ରଦେଶ ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି, ବାସିନ୍ଦାମାନଙ୍କୁ ଉପକୂଳ ଅଞ୍ଚଳରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି।
NHK ରିପୋର୍ଟ କରିଛି ଯେ ସା ୫ଟା୧୨ (0812 GMT) ସମୟରେ ଇୱାଟେ ପ୍ରଦେଶର ଉପକୂଳରୁ ୭୦ କିଲୋମିଟର (୪୫ ମାଇଲ) ଦୂରରେ ସୁନାମି ଦେଖାଯାଇଛି ଏବଂ ଏହା ଖୁବ ଶୀଘ୍ର ପ୍ରଶାନ୍ତ ମହାସାଗର ଉପକୂଳରେ ପହଞ୍ଚିବ ବୋଲି ଆଶା କରାଯାଉଛି।
ଏଥିରେ କୁହାଯାଇଛି ଯେ ଲହରୀ ପ୍ରାୟ ୧ ମିଟର (୩ ଫୁଟ, ୩ ଇଞ୍ଚ) ଉଚ୍ଚ ହେବ। ପୂର୍ବରୁ, ଆମେରିକା ସୁନାମି ଚେତାବନୀ ବ୍ୟବସ୍ଥା ଅନୁଯାୟୀ, ଜାପାନର ସର୍ବବୃହତ ଦ୍ୱୀପ, ହୋନସୁର ପୂର୍ବ ଉପକୂଳରେ ୬.୨୬ ତୀବ୍ରତାର ଏକ ଭୂମିକମ୍ପ ଆସିଥିଲା।
ଜେଆର ପୂର୍ବ ରେଳବାଇ ଅପରେଟରଙ୍କ ଅନୁଯାୟୀ, ଏହି ଅଞ୍ଚଳରେ ବୁଲେଟ ଟ୍ରେନ ବିଳମ୍ବ ହୋଇଥିଲା। କ୍ୟୋଟୋ ନ୍ୟୁଜ ରିପୋର୍ଟ କରିଛି ଯେ ଭୂମିକମ୍ପ ଯୋଗୁ ବିଦ୍ୟୁତ ବିଭ୍ରାଟ ହୋଇଥିଲା। ମାର୍ଚ୍ଚ ୨୦୧୧ରେ ଏହି ଅଞ୍ଚଳରେ ଏକ ଭୟଙ୍କର ଭୂମିକମ୍ପ ଏବଂ ସୁନାମି ଆସିଥିଲା।

ଆମେରିକାର ଧମକକୁ ଖାତିର କରିବନି ଭାରତ ,ଋଷଠାରୁ କିଣିବ ତେଲ

ଆମେରିକାର ଧମକକୁ ଖାତିର କରିବନି ଭାରତ ,ଋଷଠାରୁ କିଣିବ ତେଲ

ଆମେରିକାର ଧମକକୁ ଖାତିର କରିବନି ଭାରତ । ଋଷଠାରୁ କିଣିବ ତେଲ । ଏନଇ ଉଭୟ ଭାରତ ଏବଂ ଋଷ ନୂଆ ଯୋଜନା ପ୍ରସ୍ତୁତ କରିବେ । ଯାହା ଆମେରିକାର ପ୍ରତିବନ୍ଧ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ଜଣାପଡିଛି ।

ରିପୋର୍ଟ ଅନୁସାରେ, ଟ୍ରମ୍ପ ସରକାର ଋଷର ବିଭିନ୍ନ ତୈଳ କମ୍ପାନୀ ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ତେବେ ଲୁକୋଇ ଏବଂ ରସନେଫ୍ଟ କମ୍ପାନୀ ଏଥିରେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛି । ଏହି ଦୁଇ କମ୍ପାନୀ ଭାରତକୁ ପ୍ରାୟ ୬୦ ପ୍ରତିଶତ ତୈଳ ରପ୍ତାନୀ କରିଥାନ୍ତି । ଟ୍ରମ୍ପ ମଧ୍ୟ ଋଷଠାରୁ ଭାରତ କମ୍ ତେଲ କିଣୁଥିବା ବାରମ୍ବାର କହୁଛନ୍ତି । କିନ୍ତୁ ଭାରତରେ ଅବସ୍ଥିତ ଋଷିଆ ରାଷ୍ଟ୍ରଦୁତ ଡେନିସ୍ ଅଲିପୋଭ୍ ଋଷ ଭାରତକୁ ଅଶୋଦ୍ଧିତ ତୈଳ ରପ୍ତାନୀର ଏକ ବିଶ୍ବାସଯୋଗ୍ୟ ସାଥି ଭାବୁଥିବା କହିଛନ୍ତି ।

ଡେନିସ୍ କହିଛନ୍ତି ଯେ, ଆମେିରିକା ଋଷ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି । କିନ୍ତୁ ଭାରତ ଏଥିରୁ ଖସିବାର ବାଟ ଜାଣିଛି । ଋଷ ଭାରତକୁ ସବୁଠୁ ଭଲ କ୍ବାଲିଟିର ତେଲ ଦେଇଥାଏ । ନିକଟରେ ଏହା ଭାରତୀୟ ବଜାରରେ ଦବଦବା ଜାହିର କରିଥିଲା । ଦେଶର ତୈଳ ଚାହିଦାର ଏକ ତୃତୀୟାଂଶ ଋଷ ପୂରଣ କରିଥାଏ ।

ସେ ଆହୁରି କହିଛନ୍ତି ଯେ, ଭ୍ଲାଦିମିର ପୁଟିନ ଲଗାତର ଭାବେ ଭାରତ ସରକାରଙ୍କ ସହ ଆଲୋଚନା କରୁଛନ୍ତି । ମସ୍କୋ ଭାରତର ଶକ୍ତି କ୍ଷମତାକୁ ବଢାଇବା ପାଇଁ ରାଜି ଅଛି । ଅତୀତରେ ଦୁଇ ଦେଶର ସମ୍ପର୍କରେ ଫାଟ ପାଇଁ ଅନେକ ପ୍ରୟାସ ହୋଇଛି । କିନ୍ତୁ ଏହା ଫଳପ୍ରଦ ଦୋଇନାହିଁ । ତେଣୁ ସେମାନେ ନିଶ୍ଚିତ ଭାବେ ବିକଳ୍ପ ରାସ୍ତା ବାହାର କରିବେ । ଉଭୟ ଦେଶର ସମ୍ପର୍କ ଜନତାଙ୍କ ହିତକୁ ନଜରରେ ରଖିଥାଏ ବୋଲି ସେ ପ୍ରକାଶ କରିଛନ୍ତି  ।

ଆମେରିକାର ପ୍ରତିବନ୍ଧକକୁ ନେଇ ସେ କହିଛନ୍ତି ୟେ, ଏକତରଫା ପ୍ରତିବନ୍ଧକ ସଦାବେଳେ କ୍ଷତିକାରକ ହୋଇଥାଏ । ଯାହା ସାଧାରଣ ନାଗିରକଙ୍କୁ ପ୍ରଭାବିତ କରିଥାଏ । ଭାରତ ଅନେକ ଦେଶର ପ୍ରତିବନ୍ଧକକୁ ସମର୍ଥନ କରିନାହିଁ । କିନ୍ତୁ ଆମେରିକା ଏବଂ ୟୁରୋପରେ ବ୍ୟବସାୟ କରୁଥିବା କିଚି ତୈଳ କମ୍ପାନୀ ଋଷଠାରୁ ତୈଳ କାରବାର ସମୟରେ ସତର୍କତା ଅବଲମ୍ବନ କରୁଥିବା ସେ କହିଛନ୍ତି ।

ଡିସେମ୍ବର ମାସରେ ଅନୁଷ୍ଠିତ ହେବା IPL ୨୦୨୬ ମିନି-ନିଲାମ

ଡିସେମ୍ବର ମାସରେ ଅନୁଷ୍ଠିତ ହେବା IPL ୨୦୨୬  ମିନି-ନିଲାମ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୬ ସିଜିନ୍ ପାଇଁ ଖେଳାଳିଙ୍କ ମିନି-ନିଲାମ ଚଳିତ ବର୍ଷ ଡିସେମ୍ବର ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ୨୦୨୬ର ମିନି-ନିଲାମ ପାଇଁ ଡିସେମ୍ବର ୧୫ ତାରିଖ ସ୍ଥିର କରାଯାଇଛି। ପୂର୍ବରୁ ଏହି ନିଲାମ ଉପସାଗରୀୟ ଅଞ୍ଚଳରେ ହେବାର ଗୁଜବ ଥିବାବେଳେ, ବର୍ତ୍ତମାନ ଏହା ଭାରତରେ ହିଁ ହେବାର ସମ୍ଭାବନା ଅଧିକ ରହିଛି। ତେବେ ଏନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ପକ୍ଷରୁ କୌଣସି ଆଧିକାରିକ ଘୋଷଣା କରାଯାଇ ନାହିଁ। ୨୦୨୨ ପରେ ଏହା ପ୍ରଥମ ଥର ପାଇଁ ଭାରତରେ ନିଲାମ ହେବ।

ସମସ୍ତ ୧୦ଟି ଆଇପିଏଲ୍ ଫ୍ରାଞ୍ଚାଇଜ୍ ପାଇଁ ଖେଳାଳି ଧାରଣ (Retention) ତାଲିକା ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୧୫ ରହିଛି। ଚେନ୍ନାଇ ସୁପର କିଙ୍ଗସ୍ (CSK) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) କାଶୀ ବିଶ୍ୱନାଥନ୍ ସୂଚନା ଦେଇଛନ୍ତି ଯେ ଅଧିନାୟକ ଏମଏସ୍ ଧୋନି ଆଇପିଏଲ୍ ୨୦୨୬ରେ ଖେଳିବା ପାଇଁ ଉପଲବ୍ଧ ଅଛନ୍ତି। ସେ କହିଛନ୍ତି, “ଏମଏସ୍ ଆମକୁ କହିଛନ୍ତି ଯେ ସେ ଆସନ୍ତା ସିଜିନ୍ ପାଇଁ ଉପଲବ୍ଧ ରହିବେ।”

ଧୋନିଙ୍କ ଖେଳିବା ଖବର ସହ ସଞ୍ଜୁ ସାମସନଙ୍କୁ ଟ୍ରେଡ୍ କରି CSKକୁ ଆଣିବା ନେଇ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି। ଏହା ବ୍ୟତୀତ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ମାଲିକ ଡିଆଜିଓ (Diageo) ୨୦୨୬ ସିଜିନ ପୂର୍ବରୁ ଫ୍ରାଞ୍ଚାଇଜ୍‌କୁ ବିକ୍ରି କରିବା ପାଇଁ ‘ରଣନୀତିକ ସମୀକ୍ଷା’ ଆରମ୍ଭ କରିଛି। କମ୍ପାନୀ ଏହି କ୍ରିକେଟ୍ ବ୍ୟବସାୟକୁ ଏହାର ମୂଳ ମଦ୍ୟପାନ କାରବାର ବାହାରେ ରଖିଛି।