ଦେଶକୁ ବଡ଼ ଏବଂ ବିଶ୍ୱସ୍ତରୀୟ ବ୍ୟାଙ୍କଗୁଡ଼ିକର ଆବଶ୍ୟକତା ରହିଛି – କେନ୍ଦ୍ର ଅର୍ଥମନ୍ତ୍ରୀ

ଦେଶକୁ ବଡ଼ ଏବଂ ବିଶ୍ୱସ୍ତରୀୟ ବ୍ୟାଙ୍କଗୁଡ଼ିକର ଆବଶ୍ୟକତା ରହିଛି – କେନ୍ଦ୍ର ଅର୍ଥମନ୍ତ୍ରୀ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର କହିଛନ୍ତି ଯେ ଦେଶକୁ ବଡ଼ ଏବଂ ବିଶ୍ୱସ୍ତରୀୟ ବ୍ୟାଙ୍କଗୁଡ଼ିକର ଆବଶ୍ୟକତା ରହିଛି ଏବଂ ଏ ନେଇ ରିଜର୍ଭ ବ୍ୟାଙ୍କ (RBI) ସହ ଆଲୋଚନା ଜାରି ରହିଛି। ୧୨ତମ SBI ବ୍ୟାଙ୍କିଙ୍ଗ୍ ଏବଂ ଅର୍ଥନୀତି ସମ୍ମିଳନୀ ୨୦୨୫କୁ ସମ୍ବୋଧିତ କରି ସେ ବ୍ୟାଙ୍କଗୁଡ଼ିକୁ ଶିଳ୍ପ କ୍ଷେତ୍ରକୁ ଅଧିକ ଋଣ ପ୍ରବାହ କରିବାକୁ ଆହ୍ୱାନ କରିଛନ୍ତି।

ଅର୍ଥମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଭାରତକୁ ଅନେକ ବଡ଼ ଓ ବିଶ୍ୱସ୍ତରୀୟ ବ୍ୟାଙ୍କ ଆବଶ୍ୟକ। ସରକାର ଏ ଦିଗରେ ଦେଖୁଛନ୍ତି ଏବଂ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଏ ନେଇ RBI ଓ ବ୍ୟାଙ୍କମାନଙ୍କ ସହ ଆଲୋଚନା ଚାଲିଛି।

ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସଂସ୍କାରକୁ ଆଗେଇ ନେଇ ସରକାର IDBI ବ୍ୟାଙ୍କରୁ ସେମାନଙ୍କ ଅଂଶଧନ ବିକ୍ରି କରିବାକୁ ଯୋଜନା କରିଛନ୍ତି। ନିକଟରେ (ଅଗଷ୍ଟ ୨୦୨୫ରେ) ସେବି (SEBI) ଏହି ବ୍ୟାଙ୍କରେ LICକୁ ପ୍ରମୋଟରରୁ ପବ୍ଲିକ୍ ଅଂଶୀଦାର ଭାବରେ ପୁନଃବର୍ଗୀକରଣ କରିବାକୁ ଅନୁମୋଦନ କରିଛି।

ଏହା ପୂର୍ବରୁ ସରକାର ୨୦୧୭ରେ ଥିବା ୨୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟାକୁ କମାଇ ୧୨ରେ ସୀମିତ କରିବାକୁ ବୃହତ୍ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହି ମିଶ୍ରଣ ଅଭିଯାନରେ ୟୁନାଇଟେଡ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ, ସିଣ୍ଡିକେଟ୍ ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେସନ୍ ବ୍ୟାଙ୍କ ସମେତ ଅନେକ ବ୍ୟାଙ୍କକୁ ଅନ୍ୟ ବଡ଼ ବ୍ୟାଙ୍କ ସହ ମିଶାଯାଇଛି।

ସୀତାରମଣ ଦର୍ଶାଇଛନ୍ତି ଯେ ଭିତ୍ତିଭୂମି ସୃଷ୍ଟି ଉପରେ ସରକାର ମୁଖ୍ୟତଃ ଗୁରୁତ୍ୱ ଦେଉଛନ୍ତି ଏବଂ ଗତ ଦଶନ୍ଧି ମଧ୍ୟରେ ପୁଞ୍ଜି ବ୍ୟୟ ପାଞ୍ଚ ଗୁଣା ବୃଦ୍ଧି ପାଇଛି।

ଆରପାରିରେ ଟ୍ରାଭେଲ ଇନଫ୍ଲୁଏନ୍ସର ଓ ଫଟୋଗ୍ରାଫର ଅନୁନୟ ସୁଦ

ଆରପାରିରେ ଟ୍ରାଭେଲ ଇନଫ୍ଲୁଏନ୍ସର ଓ ଫଟୋଗ୍ରାଫର ଅନୁନୟ ସୁଦ

ଦୁବାଇର ଜଣାଶୁଣା ଟ୍ରାଭେଲ ଇନଫ୍ଲୁଏନ୍ସର ଓ ଫଟୋଗ୍ରାଫର ଅନୁନୟ ସୁଦଙ୍କ ଦେହାନ୍ତ। ୩୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କ ପରିବାର ଲୋକେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ ମୃତ୍ୟୁ ଖବର ସୁନିଶ୍ଚିତ କରିଥିବା ବେଳେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। କୁହାଯାଉଛି ଯେ,ମୃତ୍ୟୁ ବେଳକୁ ଅନୁନୟ ଆମେରିକାର ଲାସ ଭେଗାସରେ ଥିବା ଜଣାପଡିଛିଯେଉଁଠାରେ ସେ ତାଙ୍କର ଶେଷ ପୋଷ୍ଟ ସେୟାର କରିଥିଲେ।

ଅନୁନୟ ସୁଦଙ୍କ ଶେଷ ଇନଷ୍ଟାଗ୍ରାମ୍ ପୋଷ୍ଟ କିଛି ଦିନ ପୂର୍ବରୁ ଥିଲାଯେଉଁଥିରେ ସେ ଲାସ୍ ଭେଗାସ୍‌ର ରାସ୍ତାରେ ସ୍ପୋର୍ଟସ୍ କାରମାନଙ୍କ ମଝିରେ ଥିବା ଦେଖିବାକୁ ମିଳିଥିଲା। ଏହି ପୋଷ୍ଟ ଏବେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ତାଙ୍କ ସ୍ମୃତିର ଶେଷ ଅଂଶ ପାଲଟିଛି।ଦୁବାଇର ଟ୍ରାଭେଲ୍ ସୁପରଷ୍ଟାର ଅନୁନୟ ସୁଦ କେବଳ ଟ୍ରାଭେଲ ଇନଫ୍ଲୁଏସର ନଥିଲେ ବରଂ ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ଥିଲେ। ତାଙ୍କର ଇନଷ୍ଟାଗ୍ରାମରେ ୧.୪ ମିଲିୟନରୁ ଅଧିକ ଫଲୋଅର୍ସ ଏବଂ ୟୁଟ୍ୟୁବ୍‌ରେ ପ୍ରାୟ ୪୦୦,୦୦୦ ସବସ୍କ୍ରାଇବର୍ ଥିଲେ। ସ୍ୱିଜରଲ୍ୟାଣ୍ଡର ପର୍ବତଠାରୁ ଆଇସଲ୍ୟାଣ୍ଡର ହ୍ରଦ ଏବଂ ଟୋକିଓର ରାସ୍ତା ପର୍ଯ୍ୟନ୍ତତାଙ୍କ କ୍ୟାମେରା ପ୍ରତ୍ୟେକ ସ୍ଥାନର କାହାଣୀ କହୁଥିଲା।

ଫୋର୍ବସ୍‌ର ଶ୍ରେଷ୍ଠ ୧୦୦ ଡିଜିଟାଲ୍ ଷ୍ଟାର୍ ତାଲିକାରେ ଲଗାତାର ତିନି ବର୍ଷ – ୨୦୨୨୨୦୨୩ ଏବଂ ୨୦୨୪ – ଅନ୍ତର୍ଭୁକ୍ତ । ଅନୁନୟ ଏକ ସଫଳ ମାର୍କେଟିଂ ଫାର୍ମ ମଧ୍ୟ ଚଲାଇଥିଲେଯାହା ମାଧ୍ୟମରେ ସେ ସୋସିଆଲ ମିଡିଆର ସୃଜନଶୀଳ ଦୁନିଆରେ ନିଜକୁ ଭିନ୍ନ କରିଥିଲେ।  ତେବେ ଏହି ଖବର ପରେତାଙ୍କ ଫଲୋର୍ସମାନେ କମେଣ୍ଟ ବକ୍ସରେରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅନେକ ଲେଖିଛନ୍ତି ଯେଅନୁନୟ ସେମାନଙ୍କୁ ପୂର୍ଣ୍ଣ ଜୀବନ ବଞ୍ଚିବାକୁ ପ୍ରେରଣା ଦେଇଛନ୍ତି। ଏକ ସ୍ୱପ୍ନ ଯାହା ଅଧୁରା ରହିଗଲା। ଅନୁନୟ ସୁଦଙ୍କ କ୍ୟାରିଅର ନୂତନ ଶିଖରରେ ପହଞ୍ଚିବା ସମୟରେ ତାଙ୍କ ଯାତ୍ରା ଶେଷ ହୋଇଗଲା। ସେ ଥରେ କହିଥିଲେ, “ଯଦି ମୋର କ୍ୟାମେରା ଗୋଟିଏ ବ୍ୟକ୍ତିକୁ ମଧ୍ୟ ଦୁନିଆ ଦେଖିବା ପାଇଁ ପ୍ରେରଣା ଦିଏତେବେ ମୋର କାମ ସଫଳ।”

ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟାରେ ମତଦାନ, ସଂଧ୍ୟା ୬ଟା ସୁଦ୍ଧା ୬୪.୬୬ ପ୍ରତିଶତ ମତଦାନ ରେକର୍ଡ

ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟାରେ ମତଦାନ, ସଂଧ୍ୟା ୬ଟା ସୁଦ୍ଧା ୬୪.୬୬ ପ୍ରତିଶତ ମତଦାନ ରେକର୍ଡ

ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟାରେ ମତଦାନ ହୋଇଛି । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା । ସଂଧ୍ୟା ୬ଟା ସୁଦ୍ଧା ୬୪.୬୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ନିର୍ବାଚନ କମିଶନ ଦାବି କରିଛନ୍ତି ଯେ ଚଳିତ ଥର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ଭୋଟିଂ ହୋଇଛି ।

ଏହା ପୂର୍ବରୁ ୨୦୦୦ରେ ବିହାରରେ ୬୨ ପ୍ରତିଶତ ମତଦାନ ହୋଇଥିଲା । ଚଳିତ ବର୍ଷ ଭୋଟିଂ ୬୪ ପ୍ରତିଶତରୁ ଅଧିକ ହୋଇଛି । ଏହା ଇତିହାସରେ ସର୍ବାଧିକ ଭୋଟିଂ । ୨୦୨୦ରେ ହୋଇଥିବା ବିଧାନସଭା ନିର୍ବାଚନରେ ୫୭ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଭୋଟିଂ ପ୍ରତିଶତ ଅଧିକ ରହିଲେ ଏହି ନିର୍ବାଚନ ଇତିହାସରେ ଲିପିବଦ୍ଧ ହୋଇଯିବ ।

ନିର୍ବାଚନ କମିଶନ ପାଟନାରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଗଣତନ୍ତ୍ରର ପର୍ବ ବିହାରର ଗର୍ବର ଅବସର, ଅର୍ଥାତ୍ ବିଧାନସଭା ନିର୍ବାଚନ ୨୦୨୫ର ପ୍ରଥମ ପର୍ଯ୍ୟାୟରେ ଐତିହାସିକ ୬୪.୬୬% ମତଦାନ ରେକର୍ଡ କରାଯାଇଛି । ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆଜି ଶାନ୍ତିପୂର୍ଣ୍ଣ ପରିବେଶରେ ସମାପ୍ତ ହୋଇଛି । ବିହାରର ଇତିହାସରେ ସର୍ବାଧିକ ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିଥିଲେ ।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ନିର୍ବାଚନ କମିଶନର ସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଯୋଶୀଙ୍କ ସହିତ, ଲାଇଭ୍ ୱେବକାଷ୍ଟିଂ ମାଧ୍ୟମରେ ମତଦାନକୁ ତଦାରଖ କରିଥିଲେ । ବିହାରରେ ପ୍ରଥମ ଥର ପାଇଁ ଶତ ପ୍ରତିଶତ ମତଦାନ କେନ୍ଦ୍ର ୱେବକାଷ୍ଟ କରାଯାଇଥିଲା । ମୁକ୍ତ, ନିରପେକ୍ଷ, ନିର୍ଭୟ ନିର୍ବାଚନ ଏବଂ ମତଦାନକୁ ସୂଚାରୁ ଭାବେ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବ୍ୟକ୍ତିଗତ ଭାବରେ ଇସିଆଇ ନିୟନ୍ତ୍ରଣ କକ୍ଷରୁ ପ୍ରିଜାଇଡିଂ ଅଧିକାରୀ ଏବଂ ଉପ ନିର୍ବାଚନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ଆଜି ରାଜ୍ୟର ୧୮ଟି ଜିଲ୍ଲାର ୧୨୧ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଥିଲା । ଏହି ପର୍ଯ୍ୟାୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୭୫ ଲକ୍ଷରୁ ଅଧିକ ଥିଲା । ବିହାରରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ, ଫିଲିପାଇନ୍ସ, ବେଲଜିୟମ ଏବଂ କଲମ୍ବିଆରୁ ୧୬ ଜଣ ପ୍ରତିନିଧି ଆନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ (IEVP) ଅଧୀନରେ ନିର୍ବାଚନ ପ୍ରକ୍ରିୟା ପର୍ଯ୍ୟବେକ୍ଷଣ କରିଥିଲେ । ପ୍ରତିନିଧିମାନେ ବିହାର ନିର୍ବାଚନକୁ ପ୍ରଶଂସା କରି ଏହାକୁ ଆନ୍ତର୍ଜାତୀୟ ସ୍ତରରେ ସବୁଠାରୁ ସୁସଂଗଠିତ, ସ୍ୱଚ୍ଛ, ଦକ୍ଷ ନିର୍ବାଚନ ମଧ୍ୟରୁ ଗୋଟିଏ ବୋଲି କହିଥିଲେ ।

ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଧୁଆଁଧାର ପ୍ରଚାର

ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଧୁଆଁଧାର ପ୍ରଚାର

ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଧୁଆଁଧାର ପ୍ରଚାର । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଶାଳ ରୋଡ୍ ଶୋ’ କରିଥିବା ବେଳେ ଏକ ସଭାକୁ ଉଦବୋଧନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କୋମନା ବ୍ଲକରେ ତାଙ୍କ ପ୍ରଚାର କାର୍ଯ୍ୟକ୍ରମ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ରେ ହଜାର ହଜାର ସଂଖ୍ୟାରେ ଲୋକମାନେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ପାଇଁ ରାସ୍ତାର ଦୁଇ କଡରେ ହଜାର ହଜାର ଲୋକ ଠିଆ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ଗାଡି ରାଲିରେ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ ଧ୍ବନୀରେ ଉଛୁଳି ପଡୁଥିଲା କୋମନା ।

କୋମନା ବ୍ଲକ ଉଦ୍ୟାନ ବନ୍ଧ ଭୀମରାଓ ଛକରୁ କୋମନା ବ୍ଲକ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ରେ ଯାଇଥିଲେ । ବାଟରେ ସ୍ଥାନେ ସ୍ଥାନେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଉଥିବା ବେଳେ ମହିଳା ମାନେ ଫୁଲ ଚନ୍ଦନ ଦେଉଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେପି ସଭାପତି ମନମୋହନ ସାମଲ, ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରୋଡ୍ ଶୋ’ରେ ସାମିଲ ହୋଇଥିଲେ । ରୋଡ୍ ଶୋ’ ପରେ ମୁଖ୍ୟମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ କରି ବିଜେଡିକୁ ନିଶାନା ସାଧିଥିଲେ ।

କୋମନା ବ୍ଲକ ଉପରେ ସବୁ ଦଳର ନଜର ରହିଛି । ବିଜେପି, ବିଜେଡି ଓ କଂଗ୍ରେସର ତମାମ ବଡ ନେତା କୋମନାରେ ଡେରା ପକାଇଛନ୍ତି । ନୂଆପଡା ନିର୍ବାଚନ ମଣ୍ଡଳୀରେ କୋମନା ବ୍ଲକରେ ସବୁଠୁ ଅଧିକ ଭୋଟର ଅଛନ୍ତି । ମୋଟ ୨ ଲକ୍ଷ ୫୪ ହଜାର ଭୋଟରଙ୍କ ଭିତରୁ ପ୍ରାୟ ୧ ଲକ୍ଷ ୧୧ ହଜାର ଭୋଟର ଅଛନ୍ତି କୋମନା ବ୍ଲକରେ । ଆଗରୁ କୋମନାରେ ବିଜେଡି ବଡ ଭୋଟ ବ୍ୟାଙ୍କ ଥିଲା । କିନ୍ତୁ ଉପନିର୍ବାଚନରେ ବିଜେପି ଏହି ବିଜେଡି ଗଡକୁ ଭାଙ୍ଗିବାକୁ ପୁରା ଦମ୍ ଲଗାଇଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାରର ପୁରା ଫୋକସ କରିଛନ୍ତି କୋମନା ବ୍ଲକରେ ।

ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟି-୨୦ – ଅଷ୍ଟ୍ରେଲିଆକୁ ୪୮ ରନରେ ପରାସ୍ତ କରିଛି ଭାରତ

ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟି-୨୦ – ଅଷ୍ଟ୍ରେଲିଆକୁ ୪୮ ରନରେ ପରାସ୍ତ କରିଛି ଭାରତ

କ୍ବିନ୍ସଲାଣ୍ଡର କାରାରା ଓଭାଲ୍ସଠାରେ ଗୁରୁବାର ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟି-୨୦ରେ ଅଷ୍ଟ୍ରେଲିଆକୁ ୪୮ ରନରେ ପରାସ୍ତ କରିଛି ଭାରତ । ଏହା ସହିତ ଏହି ୫ ଟିକିଆ ସିରିଜରେ ଭାରତ ୨-୧ରେ ଆଗୁଆ ହୋଇଯାଇଛି ।  ଭାରତ ଦ୍ବାରା ରଖାଯାଇଥିବା ୧୬୮ରନର ଲକ୍ଷ୍ୟର ଜବାବରେ ଅଷ୍ଟ୍ରେଲିଆ ୧୮.୨ ଓଭରରେ ୧୧୯ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ମିଚେଲ ମାର୍ସ ୩୦ ରନ କରିଥିବାବେଳେ ମାଥ୍ୟୁ ସର୍ଟ ୨୫ରନ କରିଥିଲେ । କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ । ଭାରତ ପକ୍ଷରୁ ଓ୍ବାସିଂଟନ ସୁନ୍ଦର ୩ଟି ଓ୍ବିକେଟ ନେଇଥିବାବେଳେ ଅକ୍ଷର ପଟେଲ ଓ ଶିବମ ଦୁବେ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତି ଓ ଯସପ୍ରୀତ ବୁମରା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୭ ରନ କରିଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ଓ ଶୁବମନ ଗିଲ୍ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୧ ରନ କରି ଏକ ଭଲ ମୂଳଦୁଆ ପକାଇଥିଲେ । ଶର୍ମା ୨୮ ରନ ଓ ଗିଲ୍ ୪୬ ରନ କରିଥିଲେ । ସେହିପରି ଶିବମ ଦୁବେ ୨୨ ଓ ସୂର୍ଯ୍ୟକୁମାର ଯାଦବ ୨୦ ରନ କରିଥିଲେ । ମାତ୍ର ତିଳକ ବର୍ମା ଓ ଜିତେଶ ଶର୍ମା ଯଥାକ୍ରମେ ୫ ଓ ୩ ରନ କରି ବିଫଳ ହୋଇଥିଲେ । ତେବେ ଅକ୍ଷର ପଟେଲ ୧୧ଟି ବଲରୁ ୨୧ ରନ କରି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ୍ ଓ ଆଡାମ ଜାମ୍ପା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

 

ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ବହୁ ଚର୍ଚ୍ଚିତ ଓଡ଼ିଶା ପୁଲିସ ସବ୍ ଇନ୍ସପେକ୍ଟର (SI) ନିଯୁକ୍ତି ସ୍କାମ୍ ର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କର ପୃଷ୍ଟିଙ୍କୁ ଶେଷରେ କ୍ରାଇମବ୍ରାଞ୍ଚ ଗିରଫ କରିବାରେ ସଫଳ ହୋଇଛି। ଗଞ୍ଜାମ ଜିଲ୍ଲାର ଏହି ମୁଖ୍ୟ ଅଭିଯୁକ୍ତଙ୍କୁ ନେପାଳ ସୀମାନ୍ତ ଅଞ୍ଚଳରୁ କାବୁ କରାଯାଇଛି। ମାମଲା ପଦାକୁ ଆସିବା ପରେ ଶଙ୍କର ଫେରାର ହୋଇଯାଇଥିଲେ।

ଗାଜିଆବାଦରେ ଥିବା ତାଙ୍କ ଘରେ କ୍ରାଇମବ୍ରାଞ୍ଚ୍ ଚଢ଼ଉ କରିବା ପରେ ସେ ସେଠାରୁ ନେପାଳ ପଳାଇଥିଲେ। ନିକଟରେ ସେ ନେପାଳରୁ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗରେ ଥିଲେ। ଶଙ୍କର ଓ ତାଙ୍କ ପତ୍ନୀଙ୍କ ଆଗୁଆ ଜାମିନ ଆବେଦନକୁ ପୂର୍ବରୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଥିଲେ।

ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (OPRB) ଦ୍ବାରା ପରିଚାଳିତ ଏହି SI ନିଯୁକ୍ତି କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୧୨୪ ଜଣଙ୍କୁ ଗିରଫ କରିସାରିଲାଣି। ପରୀକ୍ଷାର୍ଥୀଙ୍କୁ ଜାମିନି ମିଳିଛି ।  ମୁଖ୍ୟ ଅଭିଯୁକ୍ତର ଗିରଫଦାରୀ ପରେ ଏହି ମାମଲାରେ ଆହୁରି ଅନେକ ଗୁମର ଖୋଲିବାର ସମ୍ଭାବନା ରହିଛି।

ଗିରଫ ସମୟରେ ଶଙ୍କର ନିକଟରୁ ଦୁଇଟି ମୋବାଇଲ୍ ଫୋନ ଓ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଏହା ସହିତ ଗାଜିଆବାଦସ୍ଥିତ ତାଙ୍କ ଘରୁ ଗୋଟିଏ ଫର୍ଚୁନର୍‌ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଅନ୍ୟ ଏକ କ୍ରାଇମବ୍ରାଞ୍ଚ ଟିମ୍ ଗାଜିଆବାଦରେ ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ଜେରା କରୁଥିବା ବେଳେ ଗିରଫ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କୁ ନେଇ ଟିମ୍ ଓଡ଼ିଶା ଅଭିମୁଖେ ଆସି ଭୁବନେଶ୍ବରରେ ପହଁଚିଛି । ଭୁବନେଶ୍ୱରରେ ପହଞ୍ଚିବା ପରେ ଗିରଫ ଶଙ୍କର ପୃଷ୍ଟିର ବଡ଼ ଖୁଲାସା କରିଛି। ପୂର୍ବ ସରକାରରେ SI ପରୀକ୍ଷାରେ ହଜାରେ କୋଟିର ଡିଲ୍‌ ହୋଇଥିବା ସେ ଦାବି କରିଛି । ଯାହାକୁ ନେଇ ରାଜନୀତି ଜୋରଧରିଛି ।

ନୂଆପଡ଼ା ଉପନିର୍ବାଚନ: ରାଜେନ୍ଦ୍ର ଢୋଲକିଆ କାହାର?

ନୂଆପଡ଼ା ଉପନିର୍ବାଚନ: ରାଜେନ୍ଦ୍ର ଢୋଲକିଆ କାହାର?

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ  ବିବାଦ ଦେଖାଦେଇଛି। ସ୍ୱର୍ଗତ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନେଇ କୌଣସି ଦ୍ୱନ୍ଦ୍ୱ ନ ଥିବା ବେଳେ, ହଠାତ୍ ଜିଲ୍ଲା ପ୍ରଶାସନ ତାଙ୍କ ନାମକୁ ନେଇ କେଁ ପୂରାଇଛି। ନିର୍ବାଚନ ପ୍ରଚାର ସମୟରେ ବିଜେଡି ତାଙ୍କର ଭିଡିଓ ବ୍ୟବହାର କରିପାରିବ ନାହିଁ ବୋଲି ଜିଲ୍ଲାପାଳ ଆପତ୍ତି ଉଠାଇବା ପରେ ଏହି ପ୍ରସଙ୍ଗ ଉପରକୁ ଆସିଛି। ଏହି ଘଟଣାକୁ ନେଇ ଆଜି ବିଜୁ ଜନତା ଦଳ (ବିଜେଡି) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି।

ଅଭିଯୋଗ ଅନୁଯାୟୀ, ଦୀର୍ଘ ଦିନ ଧରି ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ବିଜୁ ବାବୁଙ୍କଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ବିଜୁ ପରିବାର ଏବଂ ବିଜେଡି ସହ ଜଡ଼ିତ ଥିଲେ। ତେଣୁ, ଉପନିର୍ବାଚନରେ ବିଜେଡି ତାଙ୍କ ଫଟୋ ବା ଭିଡିଓ ପ୍ରଚାରରେ ବ୍ୟବହାର କରିବା ସ୍ୱାଭାବିକ। କିନ୍ତୁ ବିଜେଡିର ଏକ ପ୍ରଚାର ଭିଡିଓରେ ରାଜେନ୍ଦ୍ର ଢୋଲକିଆଙ୍କର ମାତ୍ର ଦୁଇ ସେକେଣ୍ଡର ଭିଡିଓ କ୍ଲିପ୍ ବ୍ୟବହାର ହୋଇଥିବାରୁ ଜିଲ୍ଲାପାଳ ଏହା ଉପରେ କଟକଣା ଲଗାଇଛନ୍ତି।

ବିଜେଡି ଅଭିଯୋଗ କରିଛି ଯେ ଜିଲ୍ଲାପାଳ ଭାରତୀୟ ଜନତା ପାର୍ଟି (ବିଜେପି) ନେତାମାନଙ୍କ ଇଙ୍ଗିତରେ କାମ କରୁଛନ୍ତି। ରାଜେନ୍ଦ୍ର ଢୋଲକିଆ ଥିଲେ ବିଜେଡିର ସମ୍ପତ୍ତି। ତାଙ୍କ ପୁଅ ଜୟ ଢୋଲକିଆ ବିଜେପିରୁ ପ୍ରାର୍ଥୀ ହୋଇଥିବାରୁ, ତାଙ୍କ ପିତାଙ୍କ ଫଟୋ ବିଜେଡି ବ୍ୟବହାର କଲେ ବିଜେପି ହାରିଯିବା ଭୟରେ ପ୍ରଶାସନକୁ ଦୁରୁପଯୋଗ କରାଯାଉଛି।

ବିଜେଡି କହିଛି ଯେ ବିଜେପି ମଧ୍ୟ ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ବ୍ୟବହାର କରୁଛି, ଯାହାକୁ ବିଜେଡି କେବେ ପ୍ରତିବାଦ କରିନାହିଁ। ତେଣୁ କେବଳ ବିଜେଡି ଉପରେ କଟକଣା ଲଗାଇବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି।

ଜିଲ୍ଲାପାଳଙ୍କ ଏହି ଆପତ୍ତି ଉଠାଇବା ସହ ବିଜେଡି ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛି। ଆସନ୍ତା ତିନି ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋମନାଠାରେ ହେବାକୁ ଥିବା ଜନସଭାକୁ ପଞ୍ଚାୟତିରାଜ ମନ୍ତ୍ରୀ ଷଡଯନ୍ତ୍ର କରି ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି ବୋଲି ମଧ୍ୟ ବିଜେଡି ଅଭିଯୋଗ କରିଛି।

ସମୁଦାୟ ଘଟଣାକୁ ନେଇ ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟାନୁଷ୍ଠାନ ଉପରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।

ବିଜେଡିର ଅଭିଯୋଗ ଉପରେ ଜବାବ ଦେଇ ବିଜେପି ସ୍ପଷ୍ଟ ଭାବରେ କହିଛି ଯେ, ନିର୍ବାଚନରେ ନିଶ୍ଚିତ ପରାଜୟର ଭୟରେ ବିଜେଡି ଜିଲ୍ଲା ପ୍ରଶାସନ ଉପରେ ଆଧାରହୀନ ଅଭିଯୋଗ ଆଣୁଛି।

ବିଜେପିର ମିଡିଆ ରାଜ୍ୟ ପ୍ରଭାରୀ ଶ୍ରୀ ସୁଜିତ ଦାସ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି: “ଉଭୟ ବିଜେଡି ଏବଂ କଂଗ୍ରେସ ନିଜର ଆସନ୍ନ ପରାଜୟ ପାଇଁ ବାହାନା ଖୋଜୁଛନ୍ତି। ଗଣତାନ୍ତ୍ରିକ ଢଙ୍ଗରେ ଲଢ଼େଇ କରିବା ପରିବର୍ତ୍ତେ, ଏହି ଦୁଇ ଦଳ ମିଶି ଜିଲ୍ଲା ପ୍ରଶାସନ ବିରୋଧରେ ମିଥ୍ୟା ଓ ମୂଲ୍ୟହୀନ ଅଭିଯୋଗରେ ଲିପ୍ତ ଅଛନ୍ତି।” ବିଜେଡି ନିର୍ବାଚନ ହାରିଯିବ ବୋଲି ଭୟଭୀତ ହୋଇ ପଡ଼ିଛି। ସେମାନେ ଜାଣିଛନ୍ତି ଯେ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ (ଯିଏ ବର୍ତ୍ତମାନ ବିଜେପି ପ୍ରାର୍ଥୀ) ଙ୍କ ପାଇଁ ଜନ ସମର୍ଥନ ବୃଦ୍ଧି ପାଉଛି। ତେଣୁ ନିର୍ବାଚନରେ କୌଣସି ପ୍ରକାରେ ବାଧା ସୃଷ୍ଟି କରିବା ପାଇଁ ସେମାନେ ପ୍ରଶାସନ ଉପରେ ଚାପ ପକାଉଛନ୍ତି।”

ବିଜେପିର ଯୁକ୍ତି ହେଉଛି, ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଏବେ ବିଜେପିର ପ୍ରାର୍ଥୀ। ତେଣୁ ତାଙ୍କ ପିତାଙ୍କ ରାଜନୈତିକ ବିରାସତ ଉପରେ ବିଜେପିର ପୂରା ଅଧିକାର ଅଛି। ଅପରପକ୍ଷରେ ବିଜେଡି ଯେଉଁ ଅଭିଯୋଗ ଆଣୁଛି, ତାହା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ବିଜେପି କୌଣସି ଜିଲ୍ଲାପାଳଙ୍କୁ ପ୍ରଭାବିତ କରିନାହିଁ ଏବଂ ଜିଲ୍ଲା ପ୍ରଶାସନ କେବଳ ନିର୍ବାଚନ ଆଚରଣ ବିଧି (Model Code of Conduct) ଅନୁଯାୟୀ କାର୍ଯ୍ୟ କରୁଛନ୍ତି।