କଟ୍ଟା ସରକାର କେବେ ବିହାରକୁ ଫେରିବ ନାହିଁ – ମୋଦୀ

କଟ୍ଟା ସରକାର କେବେ ବିହାରକୁ ଫେରିବ ନାହିଁ – ମୋଦୀ

ବିହାର ନିର୍ବାଚନରେ ଏନଡିଏର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ବିହାରବାସୀ ବିକାଶ ପାଇଁ ଭୋଟ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ବିହାରର ଲୋକମାନେ ଏକ ବିକଶିତ ବିହାର ପାଇଁ ଭୋଟ ଦେଇଛନ୍ତି। ବିହାରର ଲୋକମାନେ ଏକ ସମୃଦ୍ଧ ବିହାର ପାଇଁ ଭୋଟ ଦେଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ, ମୁଁ ବିହାରର ଲୋକମାନଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଥିଲି, ଏବଂ ବିହାରର ଲୋକମାନେ ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲେ। ମୁଁ NDA ପାଇଁ ଏକ ବିଶାଳ ବିଜୟ ସୁନିଶ୍ଚିତ କରିବା ପାଇଁ ବିହାରର ଲୋକମାନଙ୍କୁ ଅନୁରୋଧ କରିଥିଲି, ଏବଂ ବିହାରର ଲୋକମାନେ ମୋର ଅନୁରୋଧକୁ ରଖିଛନ୍ତି।”

ସେ କହିଛନ୍ତି, “ଯେତେବେଳେ ମୁଁ ଜଙ୍ଗଲ ରାଜ ଏବଂ କଟ୍ଟା (ଅସ୍ତ୍ର) ସରକାର ବିଷୟରେ କଥା ହେଲି, ଆରଜେଡି ଆପତ୍ତି କରୁନଥିଲା। କିନ୍ତୁ ଏହା କଂଗ୍ରେସକୁ ଅସନ୍ତୁଷ୍ଟ କରିଥିଲା। ଆଜି, ମୁଁ ପୁଣି ଥରେ କହିବାକୁ ଚାହୁଁଛି ଯେ କଟ୍ଟା ସରକାର କେବେ ବିହାରକୁ ଫେରିବ ନାହିଁ।” ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏଥର ଲୋକମାନେ ଭୟଭୀତ ନ ହୋଇ ଭୋଟ ଦେଇଥିଲେ। ବିହାର ୨୦୧୦ ପରଠାରୁ ଏନଡିଏକୁ ଏହାର ସବୁଠାରୁ ବଡ଼ ଜନାଦେଶ ଦେଇଥିଲା।

ବିହାର ନିର୍ବାଚନରେ ଏନଡିଏକୁ ଐତିହାସିକ ବିଜୟ ,ମହାମେଣ୍ଟକୁ କଡ଼ା ଜବାବ

ବିହାର ନିର୍ବାଚନରେ ଏନଡିଏକୁ ଐତିହାସିକ ବିଜୟ ,ମହାମେଣ୍ଟକୁ କଡ଼ା ଜବାବ

ବିହାର ନିର୍ବାଚନରେ ଏନଡିଏକୁ ଐତିହାସିକ ବିଜୟ ମିଳିଛି। ବିପୁଳ ଆସନରେ ଏନଡିଏ ବିଜୟଲାଭ କରି ବିରୋଧୀ ମହାମେଣ୍ଟକୁ କଡ଼ା ଜବାବ ଦେଇଛି। ମହାମେଣ୍ଟ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ସରକାର ଗଢ଼ିବାର ସ୍ଵପ୍ନ ଦେଖୁଥିବା ବିରୋଧୀଙ୍କ ମହାମେଣ୍ଟ ୫୦ଟି ଆସନ ବି ଦଖଲ କରିପାରି ନାହିଁ। ମାତ୍ର ୩୪ ଆସନ ପାଇଛି ମହାମେଣ୍ଟ।

୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ କୌଣସି ଦଳକୁ ୧୨୨ ଆସନରେ ବିଜୟୀ ହେବା ଆବଶ୍ୟକ ଥିଲା। ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଆକଳନ ଅନୁସାରେ ଏନଡିଏ(ବିଜେପି, ଜେଡିୟୁ, ଏଲଜେପି ଓ ଅନ୍ୟାନ୍ୟ ସହଯୋଗୀ ଦଳ) ୧୫୦ରୁ ୧୬୦ ଆସନରେ ବାଜି ମାରିବ ବୋଲି କୁହାଯାଉଥିଲା। ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଏନଡିଏ ପ୍ରାୟ ୨୦୩ ଆସନରେ ଆଗୁଆ ରହି ବଡ଼ ବିଜୟ ଅଭିମୁଖେ ଅଗ୍ରସର ହେଉଛି। ଯଦିଓ ଆନୁଷ୍ଠାନିକ ଭାବେ ଚୂଡ଼ାନ୍ତ ଫଳ ପ୍ରକାଶ କରାଯାଇ ନାହିଁ, ତେବେ ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଦଳ ୨୦୦ ଆସନ ପାର କରିଛି।

କଂଗ୍ରେସ, ଆରଜେଡି ଏବଂ ଅନ୍ୟ ବିରୋଧୀ ଦଳ ମିଳି ଗଢ଼ିଥିବା ମହାମେଣ୍ଟକୁ ମାତ୍ର ୩୪ଟି ଆସନ ମିଳିଛି। ଅନ୍ୟାନ୍ୟ ସ୍ଵାଧୀନ ଦଳଗୁଡ଼ିକ ୬ ଆସନରେ ବିଜୟୀ ହୋଇଛନ୍ତି। ନୂଆ କରି ନିର୍ବାଚନ ଲଢ଼ିଥିବା ପ୍ରଶାନ୍ତ କିଶୋରଙ୍କ ଜନ ସୂରାଜ ପାର୍ଟି ଖାତା ଖୋଲିବାରେ ବିଫଳ ହୋଇଛି।

ଏନଡିଏ ଦଖଲ କରିଥିବା ୨୦୩ ଆସନ ମଧ୍ୟରୁ ବିଜେପି ୯୨, ଜେଡିୟୁ ୮୩ ଏବଂ ଚିରାଗ ପାଶଓ୍ବାନଙ୍କ ଏଲଜେପି ୨୮ ଆସନ ପାଇଛି। ଅନ୍ୟପଟେ ମହାମେଣ୍ଟର ୩୪ ଆସନ ମଧ୍ୟରୁ ଆରଜେଡିକୁ ୨୭ ଆସନ ମିଳିଛି। କଂଗ୍ରେସକୁ ୫ ଆସନ ମିଳିଥିବବେଳେ ଅନ୍ୟ ସହଯୋଗୀ ଦଳ ୨ଟି ଆସନ ପାଇଛନ୍ତି।

ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ : ବାବ୍ରି ମସଜିଦ୍ ଭାଙ୍ଗିବାର ପ୍ରତିଶୋଧ

ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ : ବାବ୍ରି ମସଜିଦ୍ ଭାଙ୍ଗିବାର ପ୍ରତିଶୋଧ

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଖୁଲାସା ହୋଇଛି। ତଦନ୍ତକାରୀ ସଂସ୍ଥାମାନଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଆତଙ୍କବାଦୀମାନେ ବାବ୍ରି ମସଜିଦ୍ ଭାଙ୍ଗିବାର ବାର୍ଷିକୀ ଡିସେମ୍ବର ୬ ତାରିଖରେ ଦିଲ୍ଲୀ ସମେତ ୬ଟି ସ୍ଥାନରେ ସିରିଜ୍ ଆକ୍ରମଣ ପାଇଁ ୩୨ଟି କାର୍ (ଯେଉଁଥିରେ i20, Brezza, Swift Dzire ଓ EcoSport ସାମିଲ) ବ୍ୟବହାର କରିବାକୁ ଯୋଜନା କରିଥିଲେ।

ଜୈଶ-ଏ-ମହମ୍ମଦ (JeM) ସହ ଜଡ଼ିତ ଏହି ‘ଡାକ୍ତର ମଡ୍ୟୁଲ୍’ ପୁରୁଣା ଓ ବାରମ୍ବାର ବିକ୍ରି ହୋଇଥିବା ଗାଡ଼ି (ଯେପରିକି Maruti Brezza, Swift Dzire, Ford EcoSport) ବ୍ୟବହାର କରିବାକୁ ଯୋଜନା କରିଥିଲେ, ଯାହାଦ୍ୱାରା ପୋଲିସ ସେମାନଙ୍କୁ ଚିହ୍ନଟ କରିପାରିବ ନାହିଁ।

ହରିୟାଣାର ଫରିଦାବାଦରେ ଥିବା ‘ଅଲ-ଫଲାହ ସ୍କୁଲ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର’ ଏହି ଆତଙ୍କବାଦୀ କାର୍ଯ୍ୟକଳାପର ମୁଖ୍ୟ କେନ୍ଦ୍ର ପାଲଟିଥିଲା। ଏଠାରୁ Brezza କାର୍ ଜବତ ହୋଇଛି। Swift Dzire କାର୍ରୁ ଆକ୍ରମଣକାରୀ ରାଇଫଲ୍ ଏବଂ ଗୁଳି ଜବତ କରାଯାଇଛି।

Ford EcoSport (DL10 CK 0458) କାର୍ ଫରିଦାବାଦରୁ ଉଦ୍ଧାର ହୋଇଛି। ଏହି କାର୍‌ରେ ବିସ୍ଫୋରକ ସାମଗ୍ରୀ ପରିବହନ କରାଯାଉଥିଲା। ଜଣେ ଯୁବକ ସେହି କାର୍ ଭିତରେ ଶୋଇଥିବା ଅବସ୍ଥାରେ ଗିରଫ ହୋଇଛି।

i20 କାରରେ ଉଚ୍ଚମାନର ବିସ୍ଫୋରକ ଏବଂ ଆମୋନିୟମ୍ ନାଇଟ୍ରେଟ୍ ଥିଲା। ତେବେ ଡାକ୍ତର ଉମର ମହମ୍ମଦ ଓରଫ୍ ଉମର ଉନ୍-ନବୀ ନାମକ ଜଣେ ଆତଙ୍କବାଦୀ ସାଥୀମାନଙ୍କ ଗିରଫଦାରୀ ଓ ଫରିଦାବାଦରୁ ପ୍ରାୟ ୩,୦୦୦ କିଲୋଗ୍ରାମ ବିସ୍ଫୋରକ ଜବତ ହେବା ପରେ ଭୟଭୀତ ହୋଇ ଯୋଜନା ପୂର୍ବରୁ ହିଁ ବିସ୍ଫୋରଣ ଘଟାଇଥିଲେ। ଏହି ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ DNA ପରୀକ୍ଷାରେ ଉମରଙ୍କ ମୃତ୍ୟୁ ପ୍ରମାଣିତ ହୋଇଛି।

ମୂଳ ଯୋଜନା ଲାଲକିଲ୍ଲା ଭିତରର ପାର୍କିଂରେ ବିସ୍ଫୋରଣ କରିବା ଥିଲା, କିନ୍ତୁ ଉମର ସୋମବାର ଲାଲକିଲ୍ଲା ବନ୍ଦ ଥିବାରୁ ନିକଟସ୍ଥ ମେଟ୍ରୋ ଷ୍ଟେସନ୍ ସାମ୍ନାର ଏକ ବ୍ୟସ୍ତବହୁଳ ଟ୍ରାଫିକ୍ ସିଗନାଲ୍ ନିକଟରେ ବିସ୍ଫୋରଣ ଘଟାଇଥିଲେ।

ସନ୍ଦିଗ୍ଧ ଆତଙ୍କବାଦୀମାନେ ଡାକ୍ତର ଭଳି ‘ହ୍ୱାଇଟ୍ କଲାର୍ ପ୍ରଫେସନାଲ୍’ ଭାବରେ ନିଜର ପରିଚୟ ଲୁଚାଉଥିଲେ। ଆତଙ୍କବାଦ ନିରୋଧୀ ସଂସ୍ଥା NIA ଏହି ଘଟଣାର ତଦନ୍ତ କରୁଛି।

ବଲିଉଡ୍ ଅଭିନେତା ଗୋବିନ୍ଦା ଅସୁସ୍ଥ

ବଲିଉଡ୍ ଅଭିନେତା ଗୋବିନ୍ଦା ଅସୁସ୍ଥ

ବଲିଉଡ଼ ଅଭିନେତା ଗୋବିନ୍ଦାଙ୍କୁ ନେଇ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ବଲିଉଡ୍ ଅଭିନେତା ଗୋବିନ୍ଦା ଅସୁସ୍ଥ । ତାଙ୍କୁ ମୁମ୍ବାଇର ଜୁହୁସ୍ଥିତ କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ରାତିରେ ଗୋବିନ୍ଦା ହଠାତ୍ ଅଚେତ ହୋଇ ପଡିଥିଲେ । ଫୋନରେ ଡାକ୍ତରଙ୍କ ସହ ପରାମର୍ଶ କରି ତାଙ୍କୁ ତୁରନ୍ତ ଔଷଧ ଦିଆଯାଇଥିଲା । ଏହାପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଛି । ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗୋବିନ୍ଦାଙ୍କ ଲୟର ଲଲିତ ବିନ୍ଦଲ କହିଛନ୍ତି, ”ଅଭିନେତା ଗୋବିନ୍ଦା ଅସୁସ୍ଥ ଅନୁଭବ କରିଥିଲେ । ଘରେ ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସବୁ ପରୀକ୍ଷା କରାଯାଇଛି । ରିପୋର୍ଟ ଏବଂ ନ୍ୟୁରୋ ପରାମର୍ଶଦାତାଙ୍କୁ ଅପେକ୍ଷା କରିଛୁ । ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଅଛି ।”

ଆର୍ଜେଣ୍ଟିନାର ବଡ଼ ଟ୍ରେନ୍ ଦୁର୍ଘଟଣା, ଟ୍ରେନ୍ ଲାଇନଚ୍ୟୁତ ,୨୦ ରୁ ଅଧିକ ଲୋକ ଆହତ

ଆର୍ଜେଣ୍ଟିନାର ବଡ଼ ଟ୍ରେନ୍ ଦୁର୍ଘଟଣା, ଟ୍ରେନ୍  ଲାଇନଚ୍ୟୁତ ,୨୦ ରୁ ଅଧିକ ଲୋକ ଆହତ

ଆର୍ଜେଣ୍ଟିନାର ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବ୍ୟୁନୋସ୍ ଆୟର୍ସର ଲିନିୟର୍ସ ରେଳ ଷ୍ଟେସନ ନିକଟରେ ଏକ ଧୀର ଗତିରେ ଯାଉଥିବା ଟ୍ରେନ୍ ହଠାତ୍ ଲାଇନଚ୍ୟୁତ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ସାର୍ମିଏଣ୍ଟୋ ଲାଇନ ପାସେଞ୍ଜର ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ ହୋଇଥିଲା। ଦୁର୍ଘଟଣା ପରେ ସମଗ୍ର ରୁଟରେ ଟ୍ରେନ୍ ସେବା ବନ୍ଦ ହୋଇଯାଇଥିଲା। ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ଘଟଣା ଘଟିଛି।

ଦୁର୍ଘଟଣା କିପରି ଘଟିଲା?

ଇଣ୍ଟରଲକିଂ ସିଷ୍ଟମ ଟ୍ରାକ୍ ସ୍ୱିଚ୍ ନିୟନ୍ତ୍ରଣ କରେ। ଏହି ତ୍ରୁଟି ଯୋଗୁଁ ଟ୍ରେନର ଚକ ଧୀର ଗତିରେ ଚାଲୁଥିଲେ ମଧ୍ୟ ଟ୍ରାକ୍ ରୁ ଖସିଗଲା ଏବଂ ତିନୋଟି ବଗି ଲାଇନଚ୍ୟୁତ ହେଲା। ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପ୍ରକାଶ ପାଇଛି। ଯେଉଁଥିରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଦେଖାଯାଉଛି।

ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି

ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ଟ୍ରେନରେ ଆତଙ୍କ ଖେଳିଯାଇଥିଲା । ବଗି ଭିତରେ ଅନେକ ଯାତ୍ରୀ ଫସି ରହିଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ଦେଇ ରେଳ ପ୍ରଶାସନ କହିଛି ଯେ, ଏହି ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏଗାର ଜଣଙ୍କୁ ଘଟଣାସ୍ଥଳରେ ଚିକିତ୍ସା କରାଯାଇଥିଲା। ନଅ ଜଣ ଯାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଦୁର୍ଘଟଣାର କାରଣ ତଦନ୍ତ କରାଯାଉଛି।

ଲାଲ୍କିଲ୍ଲା ବିସ୍ଫୋରଣରେ ଆହତଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଲାଲ୍କିଲ୍ଲା ବିସ୍ଫୋରଣରେ ଆହତଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୂଟ୍ଟାନରୁ ଫେରିବା ପରେ ଡାକ୍ତରଖାନାକୁ ଯାଇ ଲାଲ୍କିଲ୍ଲା ସମ୍ମୁଖରେ ଘଟିଥିବା କାର ବିସ୍ଫୋରଣରେ ଆହତଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଡୋଶୀ ଭୂଟ୍ଟାନକୁ ଦୁଇ ଦିନିଆ ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ । ଏପଟେ ସୋମବାର ସଂଧ୍ୟାରେ ଲାଲକିଲ୍ଲା ସମ୍ମୁଖରେ କାର ବିସ୍ଫୋରଣରେ ଯାଇଛି ୧୩ ଜଣଙ୍କ ଜୀବନ । ଡଜନେରୁ ଅଧିକ ଲୋକ ଆହତ ହୋଇ ଏଲ୍ଏନଜେପି ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ପ୍ରଧାନମନ୍ତ୍ରୀ ବୁଧବାର ଦିଲ୍ଲୀରେ ଅବତରଣ ପରେ ତୁରନ୍ତ କେନ୍ଦ୍ରୀୟ ଦିଲ୍ଲୀ ସ୍ଥିତ ଡାକ୍ତରଖାନାକୁ ଯାଇ ସେହି ବିସ୍ଫୋରଣ ପୀଡିତଙ୍କୁ ଭେଟିଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସା ସଂପର୍କରେ ବୁଝିଛନ୍ତି । ଏହାସହ ବିସ୍ଫୋରଣ ସଂପର୍କୀତ ଏକ ଗୁରୁତ୍ବପୂର୍ଣ୍ମ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ସାରା ଦେଶକୁ ଥରାଇଦେଇଛି ୧୦/୧୧ ଦିଲ୍ଲୀ କାର ବୋମା ବିସ୍ଫୋରଣ । ତେବେ ଏନେଇ ବିଦେଶ ମାଟିରୁ ବି ଷଡୟନ୍ତ୍ରକାରୀଙ୍କୁ ପ୍ରଧାନମନ୍ତ୍ରୀ ଦେଇସାରିଛନ୍ତି ଚେତାବନୀ । ବିସ୍ଫୋରଣ ଘଟାଇଥିବା , ସେଥିରେ ସଂପୃକ୍ତ ଥିବା କେହି ବି ଜଣେ ଅଭିଯୁକ୍ତ ଏବଂ ଷଡୟନ୍ତ୍ରକାରୀ ନିସ୍ତାର ପାଇବେ ନାହିଁ । ସେମାନଙ୍କୁ ନିଶ୍ଚିତ ଭାବେ ଆଇନର କାଠଗଡ଼ାରେ ଛିଡ଼ାକରାଯିବ । କାହାରିକୁ ମଧ୍ୟ ଛଡାଯିବ ନାହିଁ । ଆଉ ବୁଧବାର ଆହତଙ୍କୁ ସାକ୍ଷାତ କରିସାରିବା ପରେ ସେହି କଥା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । “ ଆଜି ମୁଁ ଏକ ବ୍ୟଥିତ ହୃଦୟରେ ଏଠାକୁ ଆସିଛି । ସୋମବାର ଲାଲ୍କିଲ୍ଲା ସାମ୍ନାରେ ଘଟିଥିବା ଅଭାବନୀୟ ଘଟଣା ମୋତେ ଗଭୀର ବେଦନା ଦେଇଛି । ଏହି ଭୟାନକ ଏବଂ ନୃଶଂସ ଘଟଣା ସମସ୍ତଙ୍କ ପାଇଁ ଅତି ଦୁଃଖଦ ଏବଂ କଷ୍ଟକର । ମୁଁ ପୀଡିତ ପରିବାରଙ୍କ ଦୁଃଖ ଓ ବେଦନାକୁ ଅନୁଭବ କରୁଛି । ତେବେ ଏହି କ୍ଷଣରେ ସାରା ଦେଶ ସେହି ପରିବାର ମାନଙ୍କ ପଛରେ ଛିଡା ହୋଇଛି । “ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଦିଲ୍ଲୀରେ ଏହି ଅଘଟଣ ଘଟିବା ସମୟରୁ ହିଁ ସେ, ସମସ୍ତ ଘଟଣାକ୍ରମ ଉପରେ ନଜର ରଖିଛନ୍ତି । ତଦନ୍ତ ପ୍ରକିୟାକୁ ପ୍ରତ୍ୟକ୍ଷଭାବେ ଅନୁଧ୍ୟାନ କରୁଛନ୍ତି । ସେ ତଦନ୍ତକାରୀ ଏଜେନ୍ସୀ ଗୁଡିକ ସହ ନିରନ୍ତରଭାବେ ଯୋଗାଯୋଗରେ ଅଛନ୍ତି ଏବଂ ପ୍ରତିଟି ତଦନ୍ତ ଦିଗ ଉପରେ ମଧ୍ୟ ଦୃଷ୍ଟି ରଖିଛନ୍ତି। “ ଏହି ଭୟାନକ ହିଂସାରେ ସଂପୃକ୍ତ ଦେୋଷୀଙ୍କୁ କେବେ ବି ଛଡ଼ାଯିବ ନାହିଁ । ଷଡୟନ୍ତ୍ରକାରୀଙ୍କୁ ତ୍ରାହୀ ମିଳିବ ନାହିଁ । ଆମ ତଦନ୍ତକାରୀ ଟିମ୍ ଘଟଣାର ମୂଳକୁ ନିଶ୍ଚିତ ଭାବେ ଯିବେ ଏବଂ ଷଡୟନ୍ତ୍ରକାରୀଙ୍କ ପାଖରେ ହିଁ ପହଞ୍ଚିବେ । ସମସ୍ତ ଦେଷୀଙ୍କୁ ଆଇନର କାଠଗଡ଼ାକୁ ଅଣାଯିବ। “ବୁଧବାର ସୁରକ୍ଷା ସଂପର୍କୀତ ତଥା ଦିଲ୍ଲୀ ବିସ୍ଫୋରଣ ସଂକ୍ରାନ୍ତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ମଙ୍ଗଳବାର ଦୁଇଟି ଗୁରୁତ୍ବପୂର୍ଣ୍ଣ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ଦିଲ୍ଲୀ ବିସ୍ଫୋରଣ ଘଟଣାର ତଦନ୍ତ ସ୍ଥିତି ନେଇ ଅନୁଧ୍ୟାନ କରିଛନ୍ତି । ବିଭିନ୍ନ ସୁରକ୍ଷା ଏଜେନ୍ସିର ଅଫିସର ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ସେ ମଧ୍ୟ ତ୍ବରିତ ଯାଞ୍ଚ ଉପରେ ଫୋକସ କରିଛନ ସେ । ଏହାସହ ତୁରନ୍ତ ଦୋଷୀଙ୍କୁ ଖୋଜି ବାହାର କରି ବିଚାରର ସାମ୍ନାକୁ ଆଣିବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅମିତ ଶାହ ।

ଦିଲ୍ଲୀ ବିସ୍ଫୋରଣ ମାମଲା: ୪ଜଣ ଡାକ୍ତରଙ୍କ ସମେତ ୮ ଗିରଫ

ଦିଲ୍ଲୀ ବିସ୍ଫୋରଣ ମାମଲା: ୪ଜଣ ଡାକ୍ତରଙ୍କ ସମେତ ୮ ଗିରଫ

ଦେଶ ପାଇଁ ବିପଦ ସୃଷ୍ଟି କରିବାକୁ ଯାଉଥିବା ଏକ ଆନ୍ତଃ ରାଜ୍ୟ ଆତଙ୍କବାଦୀ ନେଟୱର୍କକୁ ଜାମ୍ମୁ-କାଶ୍ମୀର, ଉତ୍ତରପ୍ରଦେଶ, ଗୁଜରାଟ ଓ ହରିୟାଣା ପୁଲିସ ଠାବ କରିବାରେ ସଫଳ ହୋଇଛନ୍ତି। ଏହି ଆତଙ୍କବାଦୀ ନେଟୱର୍କକୁ ୪ଜଣ ଡାକ୍ତର ଓ ସେମାନଙ୍କ ସହଯୋଗୀମାନେ ଚଳାଇଥିଲେ। ପୁଲିସ ୪ଜଣ ଡାକ୍ତରଙ୍କ ସମେତ ୮ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୨୯୦୦ କିଲୋ ବିସ୍ଫୋରକ, ଏକାଧିକ ରାଇଫଲ, ପିସ୍ତଲ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଛି। ଗିରଫ ଡାକ୍ତରଙ୍କ ମଧ୍ୟରେ ଜଣେ ମହିଳା ଡାକ୍ତର ଅଛନ୍ତି। ନଭେମ୍ବର ୬ରୁ ୧୦ ତାରିଖ ୪ଦିନ ମଧ୍ୟରେ ଏହିସବୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଗିରଫ ଡାକ୍ତରମାନେ ମୌଳବାଦ ଦ୍ବାରା ପ୍ରଭାବିତ ହୋଇ ଦେଶ ବିରୋଧୀ କାର୍ଯ୍ୟ ପାଇଁ ଷଡଯନ୍ତ୍ର ଚଳାଇଥିଲେ। ସେମାନେ ଆଇଏସ୍‌ଆଇଏସ୍‌, ଜୈସ-ଇ-ମହମ୍ମଦ (ଜେଇଏମ୍‌) ଓ ଅନସର ଘଜୱାତ୍-ଉଲ୍‌-ହିନ୍ଦ (ଏଜିୟୁଏଚ୍‌) ଭଳି ବେଆଇନ ଘୋଷିତ ସଂଗଠନ ସହିତ ଜଡିତ ଥିଲେ। ଏପରି କି ଗିରଫ ଡାକ୍ତରମାନେ ନିଜ ସଂଗଠନର ଆନ୍ତର୍ଜାତିକ ସଦସ୍ୟଙ୍କ ସହିତ ନିୟମିତ ଯୋଗାଯୋଗରେ ଥିଲେ। ସେମାନେ ମାରାଣାସ୍ତ୍ର ଓ ବିସ୍ଫୋରକ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ ଘଟାଇବାକୁ ଯୋଜନା କରିଥିଲେ। ଡାକ୍ତର ଭଳି ଉଚ୍ଚ ଶିକ୍ଷିତ ବୃତ୍ତିରେ ରହି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିବା ଦେଶ ପାଇଁ ବଡ ଚିନ୍ତାର ବିଷୟ ହୋଇଛି।

ଏହି ଆତଙ୍କବାଦୀ ନେଟୱର୍କରେ ଜଡିତ ଡାକ୍ତର ହେଲେ ଜାମ୍ମୁ-କାଶ୍ମୀର ଅନନ୍ତନାଗର ଆଦିଲ ରାଠେର (୨୭)। ଆଦିଲକୁ ଜାମ୍ମୁ କାଶ୍ମୀର ପୁଲିସ ଉତ୍ତରପ୍ରଦେଶ ସାହରଣପୁରରୁ ନଭେମ୍ବର ୬ରେ ଗିରଫ କରିଥିଲା। ଆଦିଲକୁ ପ୍ରଥମେ ଗିରଫ କରାଯିବା ପରେ ତା’ର ତଥ୍ୟ ଆଧାରରେ ଅନ୍ୟମାନଙ୍କୁ ଗିରଫ କରାଯାଇଛି। ଆଦିଲ ଜାମ୍ମୁ-କାଶ୍ମୀର ଅନନ୍ତନାଗର ସରକାରୀ ମେଡିକାଲ କଲେଜରେ ୨୦୨୪ ଅକ୍ଟୋବରରୁ ସିନିୟର ରେସିଡେଣ୍ଟ ଡାକ୍ତର ଭାବେ କାର୍ଯ୍ୟ କରୁଛି। ସେ ଜେଇଏମ୍ ଓ ଏଜିୟୁଏଚ୍ ସଂଗଠନ ସହିତ ଜଡିତ ଥିଲା। ଜେଇଏମ୍ ପୋଷ୍ଟରରେ ଆଦିଲର ଫଟୋ ରହିଥିଲା। ପୋଷ୍ଟରର ଫଟୋକୁ ଆଧାର କରି ପୁଲିସ ତା’ର ସନ୍ଧାନ କରିଥିଲା। ତା’ ନିକଟରୁ ଏକ ଏକେ-୪୭ ରାଇଫଲ ଜବତ କରାଯିବା ସହିତ ପୁଲିସ ୟୁଏପିଏ ଅନୁଯାୟୀ ମାମଲା ରୁଜୁ କରି ନିଜ ହେପାଜତରେ ରଖି ଜେରା କରିଥିଲା।

ନଭେମ୍ବର ୭ରେ ଗୁଜରାଟ ପୁଲିସର ଏଟିଏସ୍‌ ହାଇଦରାବାଦର ଡାକ୍ତର ଅହମ୍ମଦ ମୋହିଉଦ୍ଦିନ ସୟଦ (୩୫)କୁ ଗିରଫ କରିଥିଲା। ସୟଦ ଚୀନରୁ ଏମବିବିଏସ୍‌ ପାସ୍‌ କରିଛି। କିଛି ମାସ ହେଲା ସେ ରିସିନ୍ ନାମକ ଏକ ପ୍ରକାର ବିଷାକ୍ତ ସାମଗ୍ରୀ ତିଆର କରୁଥିଲା। କାଷ୍ଟର ସିଡ୍‌ରୁ ପ୍ରସ୍ତୁତ ଏହି ବିଷାକ୍ତ ସାମଗ୍ରୀକୁ ଦିଲ୍ଲୀ, ଲକ୍ଷ୍ମୌ ଭଳି ବିଭିନ୍ନ ସ୍ଥାନକୁ ଚାଲାଣ କରିଥିଲା। ଖାଦ୍ୟରେ ବିଷ ମିଶ୍ରଣ କରିବା ଲାଗି ସେ ଦିଲ୍ଲୀ ଭଳି ଖାଦ୍ୟ ବଜାରରେ ସର୍ଭେ କରିଥିଲା। ତା’ ନିକଟରୁ ଦୁଇଟି ଗ୍ଲୋକ୍ ପିସ୍ତଲ ଓ ୩୦ଟି କାଟ୍ରିଜ୍ ଜବତ କରାଯାଇଛି। ଏହା ସହିତ ୪ଲିଟର କାଷ୍ଟର ତେଲ ଜବତ କରାଯାଇଛି।

ନଭେମ୍ବର ୯ରେ ଗିରଫ ହୋଇଥିବା ଡାକ୍ତର ହେଲେ ମୁଜାମିଲ୍ ସକିଲ୍‌। ସକିଲକୁ ଜାମ୍ମୁ-କାଶ୍ମୀର ଓ ହରିୟାଣା ପୁଲିସ ମିଳିତ ଭାବେ ଗିରଫ କରିଛନ୍ତି। ତା’ର ଘର ଜାମ୍ମୁ-କାଶ୍ମୀରର ପୁଲୱାମା। ସକିଲ ଡାକ୍ତରଙ୍କ ଆତଙ୍କବାଦୀ ନେଟୱର୍କ (ହ୍ବାଇଟ୍ କଲାର ଟେରରିଜିମ୍‌)ର ମୁଖ୍ୟ ବୋଲି ବିବେଚନା କରାଯାଇଛି। ସକିଲ ଅଲ୍ ଫରିଦାବାଦସ୍ଥିତ ଅଲ୍‌ ପଲାହ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ଏହି ଘରୋଇ ମେଡିକାଲ କଲେଜଟି ଦିଲ୍ଲୀଠାରୁ ମାତ୍ର ୪୫ କିମି ଦୂର। ସକିଲର ଦୁଇଟି ଘରୁ ମୋଟ ୨୯୦୦ କିଲୋ ବିସ୍ଫୋରକ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଗତ ସାଢେ ତିନି ବର୍ଷ ହେଲା ସେ ଫରିଦାବାଦର ଧୌଜରେ ଅବସ୍ଥାନ କରିଆସୁଥିଲା। ରବିବାର ସକିଲକୁ ଗିରଫ କରାଯିବା ପରେ ଏହି ଘରୁ ୩୫୦ କିଲୋ ବିସ୍ଫୋରକ, ୨୦ଟି ଟାଇମର, ରାଇଫଲ, ହ୍ୟାଣ୍ଡଗନ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ସକିଲ ଫରିଦାବାଦର ଫତେପୁର ଗ୍ରାମରେ ଆଉ ଏକ ଘର ଭଡା ନେଇଥିଲା। ଯାହା ଧୌଜ ଠାରୁ ୪ କିମି ଦୂର। ଘର ମାଲିକ ଜଣେ ମୌଲାନାଙ୍କୁ ପୁଲିସ ମଧ୍ୟ ଗିରଫ କରିଛି। ଦ୍ବିତୀୟ ଘରୁ ସୋମବାର ୨୫୬୩ କିଲୋ ବିସ୍ଫୋରକ, ଏକ ପିସ୍ତଲ, ରାଇଫଲ, ଦୁଇଟି ମାଗାଜିନ୍, ଏକ କାର୍‌ ଜବତ କରାଯାଇଛି। ଫରିଦାବାଦ ପୁଲିସ କମିସନର କହିଛନ୍ତି ଯେ ସକିଲ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ସହିତ ଜଡିତ ଥିଲା। ଆଦିଲ ରାଥରର ସୂଚନା ଆଧାରରେ ସକିଲକୁ ଗିରଫ କରାଯାଇଛି।

ସୋମବାର ଗିରଫ ହୋଇଥିବା ମହିଳା ଡାକ୍ତର ହେଲେ ସାହିନ ସାହିଦ। ସାହିନ ଉତ୍ତରପ୍ରଦେଶ ଲକ୍ଷ୍ନୌର ବାସିନ୍ଦା ହୋଇଥିବାବେଳେ ତାକୁ ଫରିଦାବାଦରୁ ଗିରଫ କରାଯାଇଛି। ସେ ଅଲ୍‌ ପଲାହ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ସେ ମୁଜାମିଲ୍ ସକିଲ୍‌ ସହ ଯୋଗାଯୋଗରେ ରହିଥିଲା। ସାହିନ ବ୍ୟବହାର କରୁଥିବା କାରରୁ ପୁଲିସ ଏକ ରାଇଫଲ ଓ କାଟ୍ରିଜ୍ ଜବତ କରିଛି। ସାହିନର କାରଟିକୁ ସକିଲ ଅସ୍ତ୍ରଶସ୍ତ୍ର ନେବା ଆଣିବା ଲାଗି ବ୍ୟବହାର କରୁଥିଲା ବୋଲି ପୁଲିସ କହିଛି। ହ୍ବାଇଟ୍ କଲାର ଟେରରିଜିମ୍ ନେଟୱର୍କର ଏହି ୪ଜଣ ଡାକ୍ତରଙ୍କ ବ୍ୟତୀତ ପୁଲିସ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜାମ୍ମୁ-କାଶ୍ମୀର ଶ୍ରୀନଗରର ଆରିଫ୍ ନିସାର ଦାର ଓରଫ ସାହିଲ ୟାସିର ଉଲ୍ ଅସ୍ରଫ ଓ ମକସୁଦ ଅହମ୍ମଦ ଦାର୍‌ ଓରଫ ସାହିଦ, ସୋଫିଆନାର ଜମିର ଅହମ୍ମଦ ଅହଙ୍ଗର ଓ ମୌଲବୀ ଇରଫାନ ଅହମ୍ମଦ। ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏର ୧୩,୨୮,୩୮ ଓ ୩୯ ଏବଂ ଅସ୍ତ୍ରଶସ୍ତ୍ର ଆଇନର ଧାରା ୭ ଓ ୨୫ରେ ମାମଲା ରୁଜୁ କରାଯାଇଛି।

ଲାଲକିଲ୍ଲା ମେଟ୍ରୋ ବାହାରେ କାର୍‌ ବିସ୍ଫୋରଣରେ ୧୦ ମୃତ

ଲାଲକିଲ୍ଲା ମେଟ୍ରୋ ବାହାରେ କାର୍‌ ବିସ୍ଫୋରଣରେ ୧୦ ମୃତ

ଦିଲ୍ଲୀରେ ଭୟଙ୍କର କାର୍ ବିସ୍ଫୋରଣ ।  ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ୧ ନମ୍ବର ଗେଟ ନିକଟରେ ଜୋରଦାର ଧମାକା ।  ବିସ୍ଫୋରଣରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ୨୦ରୁ ଅଧିକ ଆହତ ହୋଇଛନ୍ତି ।  ଆହତମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି ।  ବିସ୍ଫୋରଣ ପରେ ଆଖପାଖରେ ଥିବା କାର ଗୁଡ଼ିକ ମଧ୍ଯ କ୍ଷତିଗ୍ରସ୍ତ ହୋଇଛି ।  ୫ରୁ ୬ଟି ଗାଡି ପୂରା ଛିନଛତ୍ର ହୋଇଯାଇଛି ।  ବିସ୍ଫୋରଣରେ  ୨୩ ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି ।

ବିସ୍ଫୋରଣ ପରେ ଗାଡ଼ି ଗୁଡ଼ିକ ହୁହୁ ହୋଇ ଜଳିଥିଲା ।  ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ, ପାଖରେ ଥିବା ଦେକାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ବେଳେ କାର ପାର୍କିଂ ନିକଟରେ ପ୍ରବଳ ଭିଡ଼ ରହିଥିଲା। ପ୍ରାୟ ୬ଟା ୫୨ରେ ବିସ୍ଫୋରଣ ହୋଇଥିଲା। କାର୍ ଟି ଧୀରେ ଧୀରେ ଆସି ରେଡ୍ ଲାଇଟ୍ ନିକଟରେ ଛିଡ଼ା ହୋଇଥିଲା। ତା ପରେ ହଠାତ ବିସ୍ଫୋରଣ ହେଲା। ବିସ୍ଫୋରଣ ବେଳେ କାର୍ ଭିତରେ ୨ ରୁ ୩ ଜଣ ଲୋକ ବସିଥିବା ସୂଚନା ମିଳିଛି।

ବିସ୍ପୋରଣ କେତେ ଭୟଙ୍କର ଥିଲା, ତାର ବର୍ଣ୍ଣନା କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ବିସ୍ଫୋରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସ, କ୍ରାଇମବ୍ରାଞ୍ଚ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଫରେନସିକ୍ ଟିମ୍ ଓ ଟେକ୍ନିକାଲ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛି। ଏନଏସଜି ଓ ଏନଆଇଏ ମଧ୍ୟ ତଦନ୍ତ ପାଇଁ ପହଞ୍ଚିଛନ୍ତି।

ତେବେ କାର ବିସ୍ଫୋରଣ କେମିତି ହେଲା, ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। କେମିତି ହେଲା ଏହି ଘଟଣା ପରେ ଲାଲକିଲା ନିକଟ ଚାନ୍ଦିନୀଚୌକ ମାର୍କେଟକୁ ବନ୍ଦ କରିଦିଆଯାଇଛି। ଆସନ୍ତାକାଲି ମଧ୍ୟ ବନ୍ଦ ରହିବ ଏହି ବଜାର। ଏହି ଘଟଣା ପରେ ପୂରା ନୂଆଦିଲ୍ଲୀ ହାଇ ଆଲର୍ଟରେ। ନୂଆଦିଲ୍ଲୀ ସମେତ ଉତ୍ତର ପ୍ରଦେଶ ଓ ମୁମ୍ବାଇରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି। ବିଭିନ୍ନ ସ୍ଥାନରେ ଚେକିଂ ବ୍ଳକିଂ ଚାଲିଛି।

ସେତେବେଳେ କାର ପାର୍କିଂ ନିକଟରେ ପ୍ରବଳ ଭିଡ଼ ରହିଥିଲା। ପ୍ରାୟ ୬ଟା ୫୫ରେ ବିସ୍ଫୋରଣ ନେଇ ଫାୟାର ବ୍ରିଗେଡ ନିକଟକୁ ସୂଚନା ମିଳିଲା। ନିଆଁ ଲିଭାଇବାକୁ ୭ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା। ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ଫରେନସିକ ଟିମ ଓ ଟେକନିକାଲ ଟିମ ମଧ୍ୟ ପହଞ୍ଚିଛନ୍ତି। ଏନଏସଜି ଓ ଏନଆଇଏ ମଧ୍ୟ ତଦନ୍ତ ପାଇଁ ପହଞ୍ଚିଛନ୍ତି। ଏହି ଘଟଣା ପରେ ଲାଲକିଲା ନିକଟ ଚାନ୍ଦିନୀଚୌକ ମାର୍କେଟକୁ ବନ୍ଦ କରିଦିଆଯାଇଛି। ନୂଆଦିଲ୍ଲୀ ଓ ମୁମ୍ବାଇରେ ହାଇ ଆଲର୍ଟ ଘୋଷଣା କରାଯାଇଛି।

ଉତ୍ତରାଖଣ୍ଡକୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଉତ୍ତରାଖଣ୍ଡକୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଡେରାଡୁନରେ ଉତ୍ତରାଖଣ୍ଡ ରାଜ୍ୟ ଗଠନର ରୌପ୍ୟ ଜୟନ୍ତୀ ପାଳନ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ୮,୧୪୦ କୋଟି ମୂଲ୍ୟ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୋଦି । ଏଥିସହ ସ୍ୱତନ୍ତ୍ର ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଛନ୍ତି । ଜନସଭାକୁ ସମ୍ବୋଧିତ କରି ପିଏମ୍ କହିଛନ୍ତି- ଉତ୍ତରାଖଣ୍ଡର ସମ୍ଭାବନାକୁ ନୂତନ ଉଚ୍ଚତାକୁ ନେଇଯିବା ପାଇଁ କାମ କରୁଛି ଡବଲ-ଇଞ୍ଜିନ୍ ସରକାର ।

ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସେଗୁଡ଼ିକ ମଧ୍ୟରେ ସୋଙ୍ଗ ଡ୍ୟାମ୍ ପାନୀୟ ଜଳ ପ୍ରକଳ୍ପ ଏବଂ ନୈନିତାଲରେ ଜମରାନି ଡ୍ୟାମ୍ ବହୁମୁଖୀ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ପାନୀୟ ଜଳ, ଜଳସେଚନ ଏବଂ ବିଦ୍ୟୁତ୍ ଉତ୍ପାଦନରେ ଯୋଗଦାନ ଦେବ। ଏହା ସହିତ, ପ୍ରଧାନମନ୍ତ୍ରୀ ବୈଷୟିକ ଶିକ୍ଷା, ଶକ୍ତି, ସହରାଞ୍ଚଳ ବିକାଶ, କ୍ରୀଡା ଏବଂ ଦକ୍ଷତା ବିକାଶ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରକଳ୍ପ ମଧ୍ୟ ଆରମ୍ଭ କରିଛନ୍ତି।

୨୫ ବର୍ଷ ପୂର୍ବେ, ଯେତେବେଳେ ଉତ୍ତରାଖଣ୍ଡ ନୂତନ ଭାବରେ ଗଠିତ ହୋଇଥିଲା, ସେତେବେଳେ ଅନେକ ଚ୍ୟାଲେଞ୍ଜ ଥିଲା । ସମ୍ବଳ ସୀମିତ ଥିଲା । ରାଜ୍ୟ ବଜେଟ୍ ଛୋଟ ଥିଲା । ଆୟର ଉତ୍ସ ଅତି କମ୍ ଥିଲା ଏବଂ ଅଧିକାଂଶ ଆବଶ୍ୟକତା କେନ୍ଦ୍ରୀୟ ସହାୟତା ଦ୍ୱାରା ପୂରଣ କରାଯାଉଥିଲା । ଆଜି, ଚିତ୍ର ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି । ଉତ୍ତରାଖଣ୍ଡର ପ୍ରକୃତ ପରିଚୟ ଏହାର ଆଧ୍ୟାତ୍ମିକ ଶକ୍ତିରେ ନିହିତ । ଯଦି ଉତ୍ତରାଖଣ୍ଡ ନିଜର ମନ ସ୍ଥିର କରେ, ତେବେ ମାତ୍ର କିଛି ବର୍ଷ ମଧ୍ୟରେ ଏହା ନିଜକୁ ବିଶ୍ୱର ଆଧ୍ୟାତ୍ମିକ ରାଜଧାନୀ ଭାବରେ ପ୍ରତିଷ୍ଠିତ କରିପାରିବ।

ଜାପାନ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ

ଜାପାନ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ

ରବିବାର ଉତ୍ତର ଜାପାନ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ହେବା ପରେ ଜାପାନ ପାଣିପାଗ ସଂସ୍ଥା ସୁନାମି ଚେତାବନୀ ଜାରି କରିଛି। ପାଣିପାଗ ସଂସ୍ଥା ରିପୋର୍ଟ କରିଛି ଯେ ୬.୭ ତୀବ୍ରତାର ପ୍ରାରମ୍ଭିକ ଭୂମିକମ୍ପ ଇୱାଟେ ପ୍ରଦେଶର ଉପକୂଳରୁ ସମୁଦ୍ର ପତ୍ତନରୁ ୧୦ କିଲୋମିଟର ତଳେ ଆସିଥିଲା।
ଏଜେନ୍ସି ଉତ୍ତର ଉପକୂଳ ଅଞ୍ଚଳରେ ୧ ମିଟର ପର୍ଯ୍ୟନ୍ତ ସୁନାମି ଚେତାବନୀ ଜାରି କରିଛି। ଏହି ସମୟରେ, ଜାପାନର ସାର୍ବଜନୀନ ପ୍ରସାରକ NHK ରବିବାର କହିଛି ଯେ ଦେଶର ଉତ୍ତରରେ ଥିବା ଇୱାଟେ ପ୍ରଦେଶ ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି, ବାସିନ୍ଦାମାନଙ୍କୁ ଉପକୂଳ ଅଞ୍ଚଳରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି।
NHK ରିପୋର୍ଟ କରିଛି ଯେ ସା ୫ଟା୧୨ (0812 GMT) ସମୟରେ ଇୱାଟେ ପ୍ରଦେଶର ଉପକୂଳରୁ ୭୦ କିଲୋମିଟର (୪୫ ମାଇଲ) ଦୂରରେ ସୁନାମି ଦେଖାଯାଇଛି ଏବଂ ଏହା ଖୁବ ଶୀଘ୍ର ପ୍ରଶାନ୍ତ ମହାସାଗର ଉପକୂଳରେ ପହଞ୍ଚିବ ବୋଲି ଆଶା କରାଯାଉଛି।
ଏଥିରେ କୁହାଯାଇଛି ଯେ ଲହରୀ ପ୍ରାୟ ୧ ମିଟର (୩ ଫୁଟ, ୩ ଇଞ୍ଚ) ଉଚ୍ଚ ହେବ। ପୂର୍ବରୁ, ଆମେରିକା ସୁନାମି ଚେତାବନୀ ବ୍ୟବସ୍ଥା ଅନୁଯାୟୀ, ଜାପାନର ସର୍ବବୃହତ ଦ୍ୱୀପ, ହୋନସୁର ପୂର୍ବ ଉପକୂଳରେ ୬.୨୬ ତୀବ୍ରତାର ଏକ ଭୂମିକମ୍ପ ଆସିଥିଲା।
ଜେଆର ପୂର୍ବ ରେଳବାଇ ଅପରେଟରଙ୍କ ଅନୁଯାୟୀ, ଏହି ଅଞ୍ଚଳରେ ବୁଲେଟ ଟ୍ରେନ ବିଳମ୍ବ ହୋଇଥିଲା। କ୍ୟୋଟୋ ନ୍ୟୁଜ ରିପୋର୍ଟ କରିଛି ଯେ ଭୂମିକମ୍ପ ଯୋଗୁ ବିଦ୍ୟୁତ ବିଭ୍ରାଟ ହୋଇଥିଲା। ମାର୍ଚ୍ଚ ୨୦୧୧ରେ ଏହି ଅଞ୍ଚଳରେ ଏକ ଭୟଙ୍କର ଭୂମିକମ୍ପ ଏବଂ ସୁନାମି ଆସିଥିଲା।