କବିବର ରାଧାନାଥ ରାୟଙ୍କ ପବିତ୍ର ୧୭୮ ତମ ଜୟନ୍ତୀ

କବିବର ରାଧାନାଥ ରାୟଙ୍କ ପବିତ୍ର ୧୭୮ ତମ ଜୟନ୍ତୀ

ଆଜି ଚିର ବନ୍ଦନୀୟ, ପ୍ରାତଃ ସ୍ମରଣୀୟ କବିବର ରାଧାନାଥ ରାୟଙ୍କ ପବିତ୍ର ୧୭୮ ତମ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ୧୯୦୮ ମସିହା, ଅପ୍ରେଲ ୧୭ତାରିଖ ରାତିରେ କଟକ ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଓଡ଼ିଆ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ୧୮୬୯ ମସିହା ଠାରୁ ଏକ ନୂଆ ଅଧ୍ୟାୟ ର ସୂତ୍ରପାତ ହୋଇଥିଲା । କବିବର ରାଧାନାଥ ଏହି ସମୟରେ ସାରସ୍ଵତ ସାଧନା କରି ଓଡ଼ିଶା ର ନବ ଜାଗରଣ କୁ ଦୃଢିଭୂତ ଓ ତ୍ବରାନ୍ବିତ କରିଥିଲେ । ସେ ସେହି କାଳଖଣ୍ଡ ର କେବଳ ଧାରକ ଓ ବାହକ ନୁହନ୍ତି, ଅଧିକନ୍ତୁ ଅନ୍ୟତମ ନିର୍ମାତା ।

ଏହି ମହାନ ସାରସ୍ଵତ ସାଧକ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ସୋର ନିକଟବର୍ତ୍ତୀ କେଦାରପୁର ଗ୍ରାମରେ ୨୮ ସେପ୍ଟେମ୍ବର ୧୮୪୮ (ଆଶ୍ୱିନ ପନ୍ଦରଦିନ, ୧୭୭୧ ଶକାବ୍ଦ) ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ସୁନ୍ଦର ନାରାୟଣ ରାୟ ଓ ତାରିଣୀ ଦାସୀଙ୍କର ଜ୍ୟେଷ୍ଠ ସନ୍ତାନ ଥିଲେ । ସୁନ୍ଦର ନାରାୟଣ ଥିଲେ ଦକ୍ଷିଣ ଭାରତୀୟ କାୟସ୍ଥ ଓ ତାଙ୍କ ପୂର୍ବପୁରୁଷ ମେଦିନୀପୁର ଅନ୍ତର୍ଗତ ରାଧାନଗର ଗ୍ରାମରୁ ଆସିଥିଲେ । ତାଙ୍କର ବଂଶଗତ ଉପାଧି ଥିଲା ‘ଦେ’ ।

ସୁନ୍ଦର ନାରାୟଣ ବାଲେଶ୍ୱର କଲେକ୍ଟୋରେଟ୍‌ରେ ସଦର କାନୁନଗୋ ଥିଲେ । ଅତି ଶୈଶବରୁ ତାଙ୍କର ମାତୃ ବିୟୋଗ ଘଟିଥିଲା । ସେ ଶୈଶବରୁ ଅତ୍ୟନ୍ତ ରୋଗପ୍ରବଣ ଥିଲେ, ତେଣୁ ପାଠପଢ଼ା ତାଙ୍କର ବହୁ ସମୟ ରୋଗରେ ନଷ୍ଟ ହୋଇଥିଲା । ସେ ବାଲେଶ୍ୱର ଜିଲ୍ଲାସ୍କୁଲରୁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ, ସେ ସମୟରେ କଟକର ଉଚ୍ଚତର ଶିକ୍ଷା ନିମନ୍ତେ କଲେଜ୍ ନଥିବାରୁ, କଲିକତାକୁ ଏଫ୍. ଏ. ପଢ଼ିବାକୁ ଗଲେ । ସେଠାରେ ସ୍ୱାସ୍ଥ୍ୟହାନି ଘଟିବାରୁ ଉଚ୍ଚଶିକ୍ଷାକୁ ଜଳାଞ୍ଜଳି ଦେଇ ତାଙ୍କୁ ଶୀଘ୍ର ସେଠାରୁ ଫେରିଆସିବାକୁ ହେଲା ।

କିଛିଦିନ ପରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ମାସିକ ୩ ଟଙ୍କା ବେତନରେ ତୃତୀୟ ଶିକ୍ଷକ ପଦରେ ନିୟୁକ୍ତ ହେଲେ । କଲେଜରେ ପଢ଼ିବା ସୁବିଧା ଆଉ ନଘଟିବାରୁ ସେ ନିଜ ଯତ୍ନରେ ଘରେ ପାଠ ପଢ଼ି ଏଫ୍.ଏ. ପାସ୍ କରିଥିଲେ ଓ ବି.ଏ. ପରୀକ୍ଷାରେ ସମସ୍ତ ପାଠ୍ୟ ନିଜ ଉଦ୍ୟମରେ ଘରେ ପଢ଼ିଥିଲେ । ତତ୍କାଳୀନ ବିଖ୍ୟାତ ପଣ୍ଡିତ ସଦାଶିବ ନନ୍ଦଙ୍କ ପାଖରେ ରାଧାନାଥ, ଫକୀରମୋହନଙ୍କ ସହିତ ସଂସ୍କୃତ କାବ୍ୟ ନାଟକାଦି ଅଧ୍ୟୟନ କରି ସେଥିରେ ପାଣ୍ଡିତ୍ୟ ଅର୍ଜ୍ଜନ କରିଥିଲେ । ବାଲେଶ୍ୱର ଜିଲ୍ଲା ସ୍କୁଲରେ ରାଧାନାଥ ୫ ବର୍ଷକାଳ ଚାକିରୀ କରିଥିଲେ ଓ ଏହି ସମୟରେ ରେମୁଣା ଗ୍ରାମର ଆଦିତ୍ୟ ବଂଶର ଚନ୍ଦ୍ରମୋହନ ଆଦିତ୍ୟଙ୍କ କନ୍ୟା ପରଶମଣିଙ୍କ ସହିତ ରାଧାନାଥଙ୍କ ବିବାହ ସମ୍ପନ୍ନ ହୋଇଥିଲା ।

ଏହା ପରେ ସେ ଦ୍ୱିତୀୟ ଶିକ୍ଷକ ପଦରେ ପୁରୀଜିଲ୍ଲା ସ୍କୁଲକୁ ବଦଳି ହେଲେ ଓ ସେଠାରେ ଭକ୍ତକବି ମଧୁସୂଦନ ରାଓ ତାଙ୍କର ଛାତ୍ର ଥିଲେ । ପୁରୀରୁ ସେବାଙ୍କୁଡ଼ାକୁ ବଦଳି ହେଲେ ଓ ସେଠାରୁ ୧୮୭୬ରେ ସ୍କୁଲ ବିଭାଗୀୟ ଡ଼େପୁଟି ଇନ୍ସପେକ୍ଟର୍ ପଦରେ ବାଲେଶ୍ୱର ଜିଲ୍ଲାକୁ ଫେରି ଆସିଲେ । ରାଧାନାଥ ତାଙ୍କ ସାହିତ୍ୟସେବାର ଓ ଉତ୍କଳର ଶିକ୍ଷା ବିସ୍ତାର ପ୍ରତି ସ୍ପୃହାର ପୁରସ୍କାରସ୍ୱରୂପ ଗଭର୍ଣ୍ଣମେଣ୍ଟ୍ ତାଙ୍କୁ ରାୟ ବାହାଦୁର ଉପାଧିରେ ଭୂଷିତ କରିଥିଲେ । ଗଡ଼ଜାତ ଭ୍ରମଣରୁ ଫେରି ଜ୍ୱର ରୋଗରେ ଆକ୍ରାନ୍ତ ହୋଇ ସେ ୧୯୦୮ ସାଲ ଅପ୍ରେଲ ମାସ ୧୭ ତାରିଖରେ ମୃତ୍ୟୁ ବରଣ କରିଥିଲେ ।
ରାଧାନାଥ ଓଡ଼ିଆ ଭାଷାରେ ଲେଖିବା ପୂର୍ବରୁ ବଙ୍ଗଳା ଭାଷାରେ କବିତା ଲେଖୁଥିଲେ । ବଙ୍ଗଳା ସାହିତ୍ୟିକ ଭୂଦେବ ମୁଖପାଧ୍ୟାୟ ଙ୍କ ପ୍ରରୋଚନାରେ ସେ ଓଡ଼ିଆ ଭାଷାରେ ଲେଖିବା ଆରମ୍ଭ କରିଥିଲେ । ସେ ସର୍ବଦା ମସିଣାରେ ବସି ଏକ ବାକ୍ସ ଉପରେ ଲେଖୁଥିଲେ । ଉତ୍କଳର ଦର୍ଶନୀୟ ହ୍ରଦ, ପୁଷ୍କରିଣୀ, ପର୍ବତ, ନିର୍ଝର, ନଦୀ, ବନ, ଗ୍ରାମ. ଉଦ୍ୟାନ, ବୃକ୍ଷ, ଲତା, ଆଦି ପ୍ରାକୃତିକ ଦୃଶ୍ୟ ଓ ଐତିହାସିକ ବିଷୟକୁ ସେ ଲିପିବଦ୍ଧ କରି ଯାଇଅଛନ୍ତି ।

ତାଙ୍କର ଖଣ୍ଡିଏ ଗଦ୍ୟ ଉପନ୍ୟାସ (ଇତାଲୀୟ ଯୁବା) ଓ ବିବେକୀ ନାମକ ପ୍ରବନ୍ଧ ଏବଂ କେତେଗୁଡ଼ିଏ ପାଠ୍ୟ ପୁସ୍ତକ ଛଡ଼ା ଆଉ ସବୁ ରଚନା ପଦ୍ୟ । ୧୮୭୩ରେ ପ୍ରକାଶିତ ବିବେକୀ ତାଙ୍କର ପ୍ରଥମ ଓଡ଼ିଆ ସୃଷ୍ଟି । ଅନେକ କାବ୍ୟ ସୃଷ୍ଟି ଯଥା କେଦାରଗୌରୀ (୧୮୮୫),ଚନ୍ଦ୍ରଭାଗା (୧୮୮୬), ନନ୍ଦିକେଶ୍ୱରୀ (୧୮୮୭),ଉଷା (୧୮୮୮),ପାର୍ବତୀ (୧୮୯୦)
ଚିଲିକା (୧୮୯୧),ମହାଯାତ୍ରା (୧୮୯୧-୯୨),ଦରବାର(୧୮୯୭) ଏବଂ କବିତା ସଙ୍କଳନ ମଧ୍ୟରେ ତୁଳସୀ ସ୍ତବକ (୧୮୯୪),
ଯଯାତିକେଶରୀ (୧୮୯୪),ଉର୍ବଶୀ (୧୮୯୫),ଦଶରଥ ବିୟୋଗ (୧୯୦୧),ଭାରତ ଗୀତିକା (୧୯୦୩),ଧବଳେଶ୍ୱର ସ୍ତୋତ୍ରମ(୧୯୦୩),ସାବିତ୍ରୀ ଚରିତ୍ର (୧୯୦୬)ତିନିବନ୍ଧୁ (୧୮୯୮)
ବନ୍ଦନା (୧୯୧୧),ନିବେଦନ (୧୯୧୧),ପ୍ରତାପରୁଦ୍ର (୧୯୧୧)


ଶ୍ମଶାନ ଦୃଶ୍ୟ (୧୯୦୪),ଏକାଗ୍ରତା। (୧୯୦୪)ଦୁର୍ଯ୍ୟେଧନ ର ରକ୍ତନଦୀ ସନ୍ତରଣ(୧୯୦୫) ଓଡ଼ିଆ ବାଣୀ ଭଣ୍ଡାରୀର ଅମୃତ ଅମ୍ଲାନ ପଣ୍ୟ । ରାଧାନାଥଙ୍କ ପ୍ରକୃଷ୍ଟ ଗଦ୍ୟ ରଚନାର ଶକ୍ତିଶାଳୀ ଉଦାହରଣ ହୋଉଛି “ବିବେକୀ”। କବିଙ୍କର ମୌଳିକ ଭାବ ଓ ଦାର୍ଶନିକ ଚିନ୍ତାଧାରା ଏହି ପ୍ରବନ୍ଧରେ ପ୍ରକାଶ ପାଇଛି।ଓଡ଼ିଆ ପ୍ରବନ୍ଧ ସାହିତ୍ୟଏହା ଏକ ଗୌରବମୟ ସୃଷ୍ଟି ଭାବରେ ପରିଚିତ । ରାଧାନାଥ ରାୟଙ୍କ ବ୍ୟକ୍ତିତ୍ୱର ସମ୍ପର୍କରେ ଏହା ଧାରଣା ପ୍ରଦାନ କରେ। ସେହିପରି କବିଵରଙ୍କର ‘ଇତାଲୀୟ ଯୁବା’ହେଉଛିଏକ ବିଦେଶୀ ଗଳ୍ପର ରୂପାନ୍ତର । ରାଧାନାଥ ରାୟଙ୍କ ଗଦ୍ୟ ରଚନା କ୍ଷେତ୍ରରେ ଏହା ଏକ ଅମଳିନ ସୃଷ୍ଟି ।

ଏହା ୧୮୭୩ମସିହାରେ ପ୍ରଥମେ ‘ଉତ୍କଳଦର୍ପଣ’ ପତ୍ରିକାରେ ପ୍ରକାଶ ପାଇଥିଲା ,ଓଡ଼ିଆ ଗଦ୍ୟ ସାହିତ୍ୟର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ସୃଷ୍ଟି ହୋଇଥିଲା। ଏହା ଏକ ପ୍ରେମ ମୂଳକ ଗଳ୍ପ , ଯେଉଁଥିରେ ଏକ ପାଶ୍ଚାତ୍ୟ ପ୍ରଣୟ କାହାଣୀ ରୂପ ପାଇଛି । ରାଧାନାଥ ରାୟଙ୍କ ପାଶ୍ଚାତ୍ୟ ସାହିତ୍ୟଦ୍ୱାରା ଅନୁପ୍ରାଣିତ ହୋଇ ଏହା ରଚନା କରିଥିଲେ ।ତାଙ୍କର ପାଶ୍ଚାତ୍ୟ ସାହିତ୍ୟ ପ୍ରୀତି ଏଥିରେ ସୁସ୍ପଷ୍ଟ । ସେହିପରି ରାଧାନାଥ ପ୍ରାଚ୍ୟ-ପାଶ୍ଚାତ୍ୟ ସମନ୍ୱୟମୂଳକ ଯେଉଁ ଛଅଗୋଟିକାବ୍ୟ ରଚନା କରିଥିଲେ, ତନ୍ମଧ୍ୟରୁ କେଦାରଗୌରୀ ହେଉଛି ଅନ୍ୟତମ ।ପ୍ରାଚ୍ୟ-ପାଶ୍ଚାତ୍ୟ ସାହିତ୍ୟର କଳାଗତ ସୁଷମାର ଏହା ମହିମାମଣ୍ଡିତ ହୋଇଅଛି ।

ରାଧାନାଥ ରାୟ ଗ୍ରୀକ କବି ଓଭିଡ଼ଙ୍କର ମେଟମରଫସିସ କାବ୍ୟର ଗୋଟିଏ ଗଳ୍ପ “The Legend Of Thisbe Of Babylon” ଅବଲମ୍ବନରେ ରଚିତ ସେକ୍ସପଅରଙ୍କ”Mid Summer Night’s Dream”ନାଟକ “Pvramus And Thisbe” ଅବଲମ୍ବନରେ ଏହା ରଚନା କରିଛନ୍ତି । ପାଶ୍ଚାତ୍ୟର କଥା ବସ୍ତୁକୁ ସେ ଓଡ଼ିଶାର କେଦାର ଗୌରୀଚରିତ୍ର ସହିତ ସାମିଲ କରି କାବ୍ୟିକ ସୌନ୍ଦର୍ଯ୍ୟ ପ୍ରତିପାଦନ କରିପାରିଛନ୍ତି । ଭୁବନେଶ୍ୱରର କେଦାରଗୌରୀ ଓ ଉପାଖ୍ୟାନ ଏଥିରେ ପ୍ରକାଶ ପାଇଛି । ଏହା ଏକ ଛୋଟକାବ୍ୟ ହେଲେ ମଧ୍ୟ ଏଥିରୁ ରାଧାନାଥ ରାୟଙ୍କ କବି ପ୍ରତିଭାର ଯଥାର୍ଥ ପରିଚୟ ମିଳିଥାଏ ।

ପୋଲିସ୍ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ପ୍ରସଙ୍ଗ ବଡ଼ମୁଣ୍ଡ ମାନଙ୍କୁ ଖସାଇବା ପାଇଁ କ୍ରାଇମବ୍ରାଞ୍ଚ
ଦାୟିତ୍ୱ ନେଇଛି: ବିଜେଡି

ଶଙ୍କର ପୃଷ୍ଟିର ଦୁଇ ସହଯୋଗୀଙ୍କୁ ଧରି କ୍ରାଇମବ୍ରାଞ୍ଚ ଉଲ୍ଲସିତ
ଏହି ସ୍କାମ୍ର ହିଷ୍ଟ୍ରି ଟ୍ରେଲ୍କୁ ଟ୍ରାକ କରିବା ମୁଡ୍ରେ କ୍ରାଇମବ୍ରାଞ୍ଚ
ନାହିଁ ଆଉଟ୍ସୋର୍ସିଂ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ କି ନାହିଁ ?

ଭୁବନେଶ୍ୱର, ୧୭/୧୦/୨୦୨୫: ପୋଲିସ୍ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ କେବଳ ବଡ଼ମୁଣ୍ଡ ମାନଙ୍କୁ ଖସାଇ ଦେବାକୁ ଉଦ୍ୟମ କରୁଛି । ପ୍ରାୟ ୨୫୦ କୋଟି ଟଙ୍କାର ଏହି ନିଯୁକ୍ତି ସ୍କାମ୍ରେ ସରକାରୀ ଦଳର ଓ ପୋଲିସ୍ ବିଭାଗର ଅନେକ ବଡ଼ମୁଣ୍ଡ ସାମିଲ ଥିବାବେଳେ କ୍ରାଇମବ୍ରାଞ୍ଚ ତଳତଳିଆଙ୍କୁ ଧରିବାକୁ ଚେଷ୍ଟା କରୁଛି ବୋଲି ବିଜୁ ଜନତା ଦଳ କହିଛି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଛନ୍ତି, ଏହି ନିଯୁକ୍ତି କେଳେଙ୍କାରୀର ଜଣେ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କ ୨ ସହଯୋଗୀ ଯଥା, ମୁନା ମହାନ୍ତି ଓ ରିଙ୍କୁ ମହାରଣାଙ୍କୁ ଘଟଣାର ୩ ସପ୍ତାହ ପରେ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ଉଲ୍ଲସିତ । କ୍ରାଇମବ୍ରାଞ୍ଚର ଡିଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ୨ ସହଯୋଗୀଙ୍କ ଗିରଫରେ ଉଲ୍ଲସିତ ହେଉଥିଲେ । ଗଣମାଧ୍ୟମର ପ୍ରତିନିଧି ଯେତେବେଳେ ଏହି ଘଟଣାର ହିଷ୍ଟ୍ରି ଟ୍ରେଲ୍ ବା ସମ୍ପୃକ୍ତ ଥିବା ଅନ୍ୟ ବଡ଼ମୁଣ୍ଡକୁ କେବେ ଖୋଜିବେ ବୋଲି ପ୍ରଶ୍ନ କରିଥିଲେ, ଡିଜି ମହୋଦୟ ଟିକେ ହସି ଦେଇ କହିଥିଲେ, ତାକୁ ଆପଣ ଖୋଜନ୍ତୁ । ଡିଜିଙ୍କ ଉତ୍ତର ଶୁଣି କେବଳ ଆମେ ନୁହେଁ, ସମଗ୍ର ଓଡିଶା ଆଶ୍ଚର୍ଯ୍ୟ । ଏଥିରୁ ସ୍ପଷ୍ଟ ହେଉଛି ଯେ, କ୍ରାଇମବ୍ରାଞ୍ଚର ଅନୁସନ୍ଧାନ କେବଳ ତଳତଳିଆଙ୍କୁ ଧରି ଘଟଣାକୁ ଚପାଇ ଦେବା ।

ଡ଼ ମହାନ୍ତି କହିଥିଲେ, ପ୍ରାୟ ୯୩୩ ଜଣ ପୋଲିସ୍ ଏସ୍ଆଇ ନିଯୁକ୍ତି ପାଇଁ ଓପିଆରବିର ଦାୟିତ୍ୱ ଥିବାବେଳେ ଏହାକୁ କେନ୍ଦ୍ର ସରକାରଙ୍କ ସଂସ୍ଥା ଆଇଟିଆଇକୁ ପ୍ରଦାନ କରାଯାଇଥିଲା । ପରେ ଆଇଟିଆଇ ସିଲିକନ ଟେକ୍ଲାବ୍କୁ ପ୍ରଦାନ କରିଥିଲା ଏବଂ ସିଲିକନ ପୁଣି ପଞ୍ଚସଫ୍ଟ ଟେକ୍ନୋଲୋଜିକୁ ଆଉଟ୍ସୋର୍ସିଂ କରିଥିଲା । ରାଜ୍ୟ ପୋଲିସ୍ ବିଭାଗ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଅଧୀନରେ ଥିବାବେଳେ, ଏହି ଆଉଟ୍ସୋର୍ସିଂ କିପରି ହୋଇପାରିଲା ? ଏହା ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତି ପାଇଛି କି ନାହିଁ ତାହା ଏବେ ବଡ଼ ପ୍ରଶ୍ନ । ସେହିପରି ପୋଲିସ୍ ବିଭାଗର ବଡ଼ ଅଧିକାରୀଙ୍କ ଭୂମିକା ମଧ୍ୟ ସନେ୍ଦହ ଘେରରେ । କ୍ରାଇମବ୍ରାଞ୍ଚର ତଦନ୍ତ ଏ ଦିଗ ଗୁଡିକ ସ୍ପର୍ଶ କରୁନାହିଁ, ଯେଉଁଥିରୁ ବଡ଼ ବଡ଼ ମୁଣ୍ଡକୁ ଖସାଇ ଦେବାକୁ ଉଦ୍ୟମ କରାଯାଉଛି ବୋଲି ସ୍ପଷ୍ଟ ଜଣାପଡୁଛି.