ନୁଆପଡା ଉପନିର୍ବାଚନ ପାଇଁ  ୪୦ ଜଣିଆ ତାରକା ପ୍ରଚାରକ ତାଲିକା ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛି

aamodishanews.com

ନୁଆପଡା ଉପନିର୍ବାଚନ ପାଇଁ  ୪୦ ଜଣିଆ ତାରକା ପ୍ରଚାରକ ତାଲିକା ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛି । ଏହି ତାରକା ପ୍ରଚାରକମାନେ ପ୍ରଚାରର ମଙ୍ଗ ଧରିବେ ।  କାର୍ଯ୍ୟକର୍ତାଙ୍କୁ ଉତ୍ସାହିତ କରିବେ ।  ଦଳ ସହିତ ଯୋଡି ହୋଇ ବିଜେପି ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ପ୍ରଚାର କରିବେ ବୋଲି ରାଜ୍ୟ ମୁଖପାତ୍ର  ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଏହି ତାଲିକାରେ  ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶ୍ରୀ ଜୁଏଲ ଓରାମ, ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏ, କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନୀଲ ବଂସଲ, ରାଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମାର, ରାଜ୍ୟ ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡୀ ପ୍ରମୁଖ ରହିଛନ୍ତି ।

ଏହା ସହ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଭି ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡା, ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅରୁଣ ସାଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡ. ସମ୍ବିତ ପାତ୍ର, ବରିଷ୍ଠ ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ଶ୍ରୀ ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ସାଂସଦ ଶ୍ରୀ ବିଜମୋହନ ଅଗ୍ରଓ୍ବାଲ, ଶ୍ରୀମତୀ ସଂଗୀତା ସିଂହଦେଓ, ପଂଚାୟତିରାଜ ଏବଂ ପାନୀୟ ଜଳ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଆଦିବାସୀ କଲ୍ୟାଣ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ସାମିଲ ଅଛନ୍ତି ।

ତାଲିକାରେ  ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଛତିଶଗଡ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଗୁରୁ ଖୁସଓ୍‌ôନ୍ତ ସାହବ, ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ, ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର, ସାଂସଦ ଶ୍ରୀମତୀ ରୁପକୁମାରୀ ଚୈାଧୁରୀ, ଶ୍ରୀମତୀ ମାଳବିକା ଦେବୀ, ପୂର୍ବତନ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ, ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ସାଂସଦ ଶ୍ରୀ ଅନୁଭବ ମହାନ୍ତି, ବିଧାୟକ ଶ୍ରୀ ଆକାଶ ଦାଶ ନାୟକ, ରାଜ୍ୟ ସାଧାରଣ ସଂପାଦକ(ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ବରିଷ୍ଠ ନେତା ଶ୍ରୀ ରଞ୍ଜନ କୁମାର ପଟେଲ, ପ୍ରସିଦ୍ଧ ଅଭିନେତା ତଥା ଛତିଶଗଡ ବିଧାୟକ ଶ୍ରୀ ଅନୁଜ ଶର୍ମା, ଶ୍ରୀ ରୋହିତ ସାହୁ, ଶ୍ରୀ ଯୋଗେଶ୍ୱର ରାଜୁ ସିହ୍ନା, ଶ୍ରୀ ଲକ୍ଷ୍ମଣ ବାଗ ଏବଂ ଶ୍ରୀ ସନତ ଗଡତିଆ ପ୍ରମୁଖ ସାମିଲ ଅଛନ୍ତି ।


ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ, ରାଜ୍ୟ ଲିଗାଲ ସେଲ ସଂଯୋଜକ ଜୟନ୍ତ ଜେନା, ବରିଷ୍ଠ ନେତା ମୁରଲୀ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ 

କଥା ଦେଇ କଥା ରଖି ନାହାନ୍ତି ପୂର୍ବ ସରକାର: ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଉପନିର୍ବାଚନ ପାଇଁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ କାହାର ନାମ ନନେଇ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି। ପୂର୍ବ ସରକାର କଥା ଦେଇ କଥା ରଖି ନାହାନ୍ତି। କିନ୍ତୁ ଆମେ ସେପରି କରିବୁ ନାହିଁ। ଯାହା କହିବୁ ତାହା କରି ଦେଖାଇବୁ। ନିର୍ବାଚନ ସମୟରେ ଯାହା କହିଥିଲୁ ତାହା କରି ଦେଖାଇଛୁ।ଆମେ ସେବା କରିବାକୁ ଆସିଛୁ। ସେବା ପାଇଁ କେତେ ବର୍ଷ ଦରକାର। ବିଜେଡ଼ି ଏବଂ କଂଗ୍ରେସ ବର୍ଷ ବର୍ଷ ଧରି କ୍ଷମତାରେ ରହି କିଛି କରି ନାହାନ୍ତି। ଏନେଇ ବିଜେପିକୁ ଆପଣଙ୍କ ସହଯୋଗ ଆବଶ୍ୟକ। ବିଜେପିର ବିଜୟ ନିଶ୍ଚିତ ହୋଇ ସାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜେନ୍ଦତ୍ର ଢ଼ୋଲକିଆଙ୍କ ଅଧୁରା କାମ ତାଙ୍କ ପୁଅ ଜୟ ଢ଼ୋଲକିଆ କରିବେ। ସେ ନୂଆପଡ଼ାର ବିକାଶ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଅନ୍ତଃସାର ଶୂନ୍ୟ: ବିଜେଡି ଗତ ୧୬ ମାସରେ ଡବଲ ଇଞ୍ଜିନ ସରକାର ଫେଲ ମାରିଛି

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଆଜି ନୂଆପଡାରେ ଦେଇଥିବା ବକ୍ତବ୍ୟ ଉପରେ ବିଜୁ ଜନତା ଦଳ କଡା ପ୍ରତିକ୍ରିୟା ଦେଇଛି । ନୂଆପଡା ଡବଲ ଇଞ୍ଜିନର ବିକାଶ ଦେଖିବ ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ, ଦୀର୍ଘ ୧୬ ମାସରେ ରାଜ୍ୟ ବିକାଶ ପରିବର୍ତ୍ତେ ବିନାଶ ଦେଖିବାକୁ ମିଳୁଛି ବୋଲି ବିଜେଡି କହିଛି ।
ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ହତାଶ ଭାବ ତାଙ୍କ ଭାଷଣରେ ପରିଲକ୍ଷିତ ହେଉଥିଲା । ଚିରାଚରିତ ଢଙ୍ଗରେ, ମୁଖ୍ୟମନ୍ତ୍ରୀ କେବଳ ଗୁଡିଏ ଗପ ଶୁଣାଇଛନ୍ତି, ଯାହାକୁ କେବେ ବି ନୂଆପଡାବାସୀ ଗ୍ରହଣ କରିବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ, ବିଜେପି ପ୍ରାର୍ଥୀ ଆଜି ମନୋନୟନ ପତ୍ର ଦାଖଲ କରିବେ ବୋଲି କୁହାଯାଇଥିଲା । କିନ୍ତୁ, ତାହା ହୋଇ ପାରିଲା ନାହିଁ । ବିଜେପିରେ ପ୍ରାର୍ଥୀଙ୍କୁ ନେଇ ସୃଷ୍ଟି ହୋଇଥିବା ଅନ୍ତଦ୍ୱନ୍ଦ୍ୱ ଏବେବି ସମାଧାନ ହୋଇ ପାରିନାହିଁ ବୋଲି ଜଳ ଜଳ ଦିଶୁଛି । ସମ୍ଭବତଃ ସେହି କାରଣରୁ, ମୁଖ୍ୟମନ୍ତ୍ରୀଙ୍କ ହତାଶଭାବ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ଦେଇଥିବା ବକ୍ତବ୍ୟ ଅନ୍ତଃସାର ଶୂନ୍ୟ ଥିଲା । କେବଳ ବିଜେପିର ବିଜୟ ନିଶ୍ଚିତ ବୋଲି ଦାବି କରିବା ଛଡା ତାଙ୍କ ବକ୍ତବ୍ୟରେ ଆଉ କିଛି ନଥିଲା ।
ଡ. ମହାନ୍ତି କହିଛନ୍ତି, ପ୍ରବାଦ ପୁରୁଷ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନୂଆପଡା ଜିଲ୍ଲା ଜନ୍ମ ନେଇଥିଲା । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ, ନୂଆପଡାର ବିକାଶ ତ୍ୱରାନ୍ୱିତ ହୋଇଥିଲା । ପୂର୍ବରୁ ନୂଆପଡା ଜିଲ୍ଲା ଏକ ମରୁଡି ପ୍ରପୀଡ଼ିତ ଜିଲ୍ଲା ଭାବେ ପରିଚିତ ଥିଲା ବେଳେ, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମୟରେ ଅପର-ଜଙ୍କ ଏବଂ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ନୂଆପଡା ସବୁଜିମାର ରୂପ ନେଇଥିଲା । ସେହିପରି, ଗମନାଗମନ କ୍ଷେତ୍ରରେ, ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ହେବା ପରେ ଐତିହାସିକ ପ୍ରଗତି ହାସଲ ହୋଇଛି । ଜିଲ୍ଲାର ସମସ୍ତ ସ୍କୁଲ ଓ ହସ୍ପିଟାଲର ରୂପାନ୍ତିକରଣ ହୋଇ ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ହୋଇଛି । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂଆପଡାରେ ‘ଝିଅ ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ ହାତକୁ ନେଇ ମହିଳା ସଶକ୍ତିକରଣକୁ ସେ ଅଞ୍ଚଳରେ ଦୃଢ କରିଥିଲେ । ଏହା ଦ୍ୱାରା ସେଠାରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଥିବା ଅନୁପାତ ୧୦୨୦କୁ ବୃଦ୍ଧି ପାଇଥିଲା । ନୂଆପଡାବାସୀ ବିଜୁ ଜନତା ଦଳ ସହିତ ଅଛନ୍ତି । ଉପନିର୍ବାଚନରେ, ନୂଆପଡାବାସୀ ବିଜେଡି ସପକ୍ଷରେ ମତଦାନ କରିବେ ବୋଲି ଡ. ମହାନ୍ତି ଦୃଢୋକ୍ତି କରିଛନ୍ତି