ସାମି ଭଲ ବୋଲିଂ କରିପାରିବେ ବୋଲି ଯୁକ୍ତି ବାଢିଛନ୍ତି ଗାଙ୍ଗୁଲି

ସାମି ଭଲ ବୋଲିଂ କରିପାରିବେ ବୋଲି ଯୁକ୍ତି ବାଢିଛନ୍ତି ଗାଙ୍ଗୁଲି

ଫିଟ୍ ଅଛନ୍ତି ମହମ୍ମଦ ସାମି । ସେ ଟେଷ୍ଟ୍ ମ୍ୟାଚ୍ ଖେଳିପାରିବେ । ଦଳରେ ତାଙ୍କୁ ସୁଯୋଗ ଦେଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ପୂର୍ବତନ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି । ସାମି ଭଲ ବୋଲିଂ କରିପାରିବେ ବୋଲି ଯୁକ୍ତି ବାଢିଛନ୍ତି ଗାଙ୍ଗୁଲି ।

ରିପୋର୍ଟ ଅନୁସାରେ, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ଦଳ ଘୋଷଣା କରିଥିଲା । ଏଥିରେ ୩୫ ବର୍ଷୀୟ ମହମ୍ମଦ ସାମିଙ୍କ ନାଁ ନଥିଲା । ଯାହା ଫ୍ୟାନ୍ସଙ୍କୁ ନିରାଶ କରିଥିଲା । ରଣଜୀରେ ଭଲ ପ୍ରଦର୍ଶନ କରିଥିଲେ ବି ସାମିଙ୍କୁ ସୁଯୋଗ ମିଳିନଥିଲା । ଶେଷଥର ପାଇଁ ତାଙ୍କୁ ଭାରତୀୟ ଜର୍ସିରେ ଚାମ୍ପିଅନ୍ସ ଟ୍ରଫିରେ ଦେଖିବାକୁ ମିଳିଥିଲା ।

ଭାରତୀୟ କ୍ରିକେଟରେ ଦାଦା ଭାବେ ପରିଚିତ ଗାଙ୍ଗୁଲିଙ୍କୁ ସାମିଙ୍କ ବାବଦରେ ପ୍ରଶ୍ନ କରାଯାଇଥିଲା । ଯାହାର ଜବାବରେ ସେ କହିଛନ୍ତି ଯେ, ସାମି ପୂରା ଫିଟ୍ ଅଛନ୍ତି । ରଣତୀ ଟ୍ରଫିର ତିନୋଟି ମ୍ୟାଚରେ ସେ ପଶ୍ଚିମବଙ୍ଗକୁ ନିଜ ଦମରେ ଜିତାଇଥିଲେ । ଏହାସହ ସେ ୯୧ ଓଭର ବୋଲିଂ କରି ୧୫ଟି ଓ୍ୱିକେଟ୍ ଅକ୍ତିଆର୍ କରିଥିଲେ । ୨୦୨୩ ବିଶ୍ବକପ ପରେ ତାଙ୍କ ହାତରେ ସର୍ଜିରୀ ହୋଇଥିଲା । ସୁସ୍ଥ ହେଲା ପରେ ସେ ତୁରନ୍ତ ଲୟକୁ ଫେରିଥିଲେ ।

ଗାଙ୍ଗୁଲି ଆହୁରି କହିଛନ୍ତି ଯେ, ଚୟନକର୍ତ୍ତା ତାଙ୍କୁ ନଜରରେ ରଖିଛନ୍ତି । ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବ । ଫିଟନେସ ଏବଂ କୌଶଳକୁ ଦେଖିଲେ ସାମି ଆଗ ଭଳି ଅଛନ୍ତି । ସେ ଭାରତ ପାଇଁ ନ ଖେଳିବାର କୌଣସି କାରଣ ନାହିଁ । ଏବେ ଭାରତ ପାଖରେ ପ୍ରସିଦ୍ଧ କ୍ରିଷ୍ଣା ଏବଂ ଆକାଶ ଦୀପଙ୍କ ଭଳି ଦକ୍ଷ ବୋଲର ଅଛନ୍ତି । ତଥାପି ସାମିଙ୍କ ଅନୁଭବ ଭାରତ ପାଇଁ ଭଲ ରହିବ । ଆଗାମୀ ଦିନରେ ସେ ଅନ୍ତର୍ଜାତୀୟ ମୁକାବିଲାରେ ନଜର ଆସିବା ନେଇ କହିଛନ୍ତି ଗାଙ୍ଗୁଲି ।

ଇତିହାସ ହେବାକୁ ଯାଉଛି ଦିଲ୍ଲୀର ଐତିହାସିକ ଜବାହରଲାଲ୍ ନେହରୁ ଷ୍ଟାଡିୟମ

ଇତିହାସ ହେବାକୁ ଯାଉଛି ଦିଲ୍ଲୀର ଐତିହାସିକ ଜବାହରଲାଲ୍ ନେହରୁ ଷ୍ଟାଡିୟମ

ଦିଲ୍ଲୀର ଐତିହାସିକ ଜବାହରଲାଲ୍ ନେହରୁ ଷ୍ଟାଡିୟମ ଏବେ ଇତିହାସ ହେବାକୁ ଯାଉଛି । ସରକାର ଏହାକୁ ଧ୍ୱଂସ କରି, ଏଠାରେ ନୂଆ ବିଶ୍ୱ ସ୍ତରୀୟ ସ୍ପୋର୍ଟ୍ସ ସିଟି ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି । ଏହି ଷ୍ଟାଡିୟମରେ ଗତ ୧୫ ବର୍ଷରେ  ପ୍ରାୟ ୧,୦୧୧ କୋଟି ଟଙ୍କ ଖର୍ଚ୍ଚ କରାଯାଇଛି । ଏହି ଷ୍ଟାଡିୟମ ୧୯୮୨ ଏସୀୟ କ୍ରୀଡ଼ା ଓ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମୁକ ସାକ୍ଷୀ ରହିଛି ।

ଜବାହରଲାଲ୍ ନେହରୁ ଷ୍ଟାଡିୟମକୁ ସର୍ବପ୍ରଥମେ ୧୯୮୨ ଏସୀୟ କ୍ରୀଡ଼ା ପାଇଁ ନିର୍ମାଣ କରାଯାଇଥିଲା । ୨୦୧୦ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ଏଥିରେ ପୁଣି ଥରେ ନିର୍ମାଣ କାର୍ଯ୍ୟ କରି ଅପଗ୍ରେଡେସନ କରାଯାଇଥିଲା । ଆଧୁନିକ ସୁବିଧା ସହ ଖେଳାଳି ଓ ଦର୍ଶକଙ୍କ ପାଇଁ ଉନ୍ନତ ଭିତ୍ତିଭୂମି ନିର୍ମାଣ କରାଯାଇଥିଲା । ନିକଟରେ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନଶିପ ପୂର୍ବରୁ ଏହାର ଅପଗ୍ରେଡେସନ ପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ୱାର୍ଲଡ ପାରା ଚାମ୍ପିଅନଶିପ ପାଇଁ ଷ୍ଟାଡିୟମରେ ୧୦,୦୦୦ ନୂଆ ସିଟ୍ ଓ ଦୁଇଟି ନୂଆ ମୋଣ୍ଡୋ ଟ୍ରାକ୍ ଲଗାଯାଇଥିଲା ।

ଇଣ୍ଡିୟନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ଜବାହରଲାଲ୍ ନେହରୁ ଷ୍ଟାଡିୟମକୁ ଧ୍ୱସ୍ତ କରି ଏକ ସୋର୍ଟ୍ସ ସିଟି ନିର୍ମାଣ କରିବା ପାଇଁ ରଣନୀତି କରାଯାଉଛି । ଏହି ସ୍ପୋର୍ଟ୍ସ ସିଟିରେ ସମସ୍ତ ଖେଳର ଆୟୋଜନ ସ୍ଥଳ ଏବଂ ଖେଳାଳିଙ୍କ ପାଇଁ ଆବଶ୍ୟକୀୟ ସୁବିଧା ରହିବ । ତେବେ ଏହା ବର୍ତ୍ତମାନ ବିଚାର-ବିମର୍ଶ ପର୍ଯ୍ୟାୟରେ ରହିଛି । ସରକାର ଏବେ ସାରା ଦୁନିଆର ବିଭିନ୍ନ ମଡେଲର ଅଧ୍ୟୟନ କରୁଛନ୍ତି । ସୂତ୍ର ଅନୁସାରେ ଏହି ପରିଯୋଜନା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ସମୟ ସୀମା ସ୍ଥିର କରାଯାଇ ନାହିଁ । ସରକାର ଦୋହା ପରି ସ୍ପୋର୍ଟ୍ସ ସିଟିର ଆକଳନ କରୁଛନ୍ତି ।

ଜେଏଲଏନ୍ ଷ୍ଟାଡିୟମରେ ବର୍ତ୍ତମାନ ଗୋଟିଏ ମୁଖ୍ୟ ଫୁଟବଲ୍ ଷ୍ଟାଡିୟମ ଏବଂ ଆଥଲେଟିକ୍ସ ଟ୍ରାକ୍ ବ୍ୟତୀତ, ଏକ ତୀରନ୍ଦାଜୀ ଏକାଡେମୀ, ବ୍ୟାଡମିଣ୍ଟନ କୋର୍ଟ ଏବଂ ଭାରତୀୟ କ୍ରୀଡା ପ୍ରାଧିକରଣ, ଜାତୀୟ ଆଣ୍ଟିଂ ଡୋପିଂ ଏଜେନ୍ସି ଏବଂ ଜାତୀୟ ଡୋପ୍ ପରୀକ୍ଷଣ ପ୍ରୟୋଗଶାଳାର କାର୍ଯ୍ୟାଳୟ ରହିଛି । IE ରିପୋର୍ଟ ଅନୁସାରେ, ଏଗୁଡିକର କ’ଣ ହେବ ପ୍ରଶ୍ନର ଜବାବରେ ଅଧିକାରୀ କହିଛନ୍ତି, “ସମସ୍ତ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବ। ସେହିପରି, ମୁଖ୍ୟ ଷ୍ଟାଡିୟମକୁ ଭାଙ୍ଗି ଦିଆଯିବ । ଆବାସିକ କମ୍ପ୍ଲେକ୍ସ ନିର୍ମାଣ କରାଯିବ ଯାହା ଦ୍ୱାରା ଖେଳାଳିମାନେ ଏଠାକୁ ପ୍ରତିଯୋଗିତା କରିବାକୁ ଆସିଲେ ଷ୍ଟାଡିୟମ ନିକଟରେ ରହିପାରିବେ।”

କ୍ରୀଡା ମନ୍ତ୍ରଣାଳୟ ୧୦୨ ଏକର ବିଶିଷ୍ଟ ଷ୍ଟାଡିୟମ କମ୍ପ୍ଲେକ୍ସକୁ ବ୍ୟବହାର କରିବାକୁ ଚାହୁଁଛି, କାରଣ ଏହାର ଏକ ପ୍ରମୁଖ ଅଂଶ ବର୍ତ୍ତମାନ ଅବ୍ୟବହୃତ ହୋଇ ରହିଛି । ପ୍ରାୟ ୬୦,୦୦୦ ଦର୍ଶକଙ୍କ କ୍ଷମତା ସହିତ ଏହି ଷ୍ଟାଡିୟମ ଦେଶର ସବୁଠାରୁ ପ୍ରତିଷ୍ଠିତ ସ୍ଥାନ ମଧ୍ୟରୁ ଗୋଟିଏ ହୋଇଆସିଛି । ଏହା ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ୨୦୧୭ ଫିଫା୧୭ ବର୍ଷରୁ କମ୍ ବିଶ୍ୱକପ୍ ମଧ୍ୟ ଆୟୋଜନ କରିଥିଲା ।

ଷ୍ଟାଡିୟମରେ ପ୍ରଥମ ଥର ପାଇଁ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନଶିପ୍ ଆୟୋଜନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ମୁଖ୍ୟ ଷ୍ଟାଡିୟମ ଏବଂ ଅଭ୍ୟାସ କ୍ଷେତ୍ରରେ ଦୁଇଟି ନୂତନ ମୋଣ୍ଡୋ ଟ୍ରାକ୍ ବିଛାଯାଇଥିଲା । ସେହିପରି ତଳ ଷ୍ଟାଣ୍ଡରେ ୧୦,୦୦୦ ନୂଆ ସିଟ୍ ଲଗାଯାଇଥିଲା । ଏହା ସହିତ, ଷ୍ଟାଡିୟମକୁ ନୂତନ ଲିଫ୍ଟ ଏବଂ ସୁଗମ ଶୌଚାଳୟ ସହିତ ହ୍ୱିଲଚେୟାର-ଅନୁକୂଳ କରାଯାଇଥିଲା ।

ଡିସେମ୍ବର ମାସରେ ଅନୁଷ୍ଠିତ ହେବା IPL ୨୦୨୬ ମିନି-ନିଲାମ

ଡିସେମ୍ବର ମାସରେ ଅନୁଷ୍ଠିତ ହେବା IPL ୨୦୨୬  ମିନି-ନିଲାମ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୬ ସିଜିନ୍ ପାଇଁ ଖେଳାଳିଙ୍କ ମିନି-ନିଲାମ ଚଳିତ ବର୍ଷ ଡିସେମ୍ବର ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ୨୦୨୬ର ମିନି-ନିଲାମ ପାଇଁ ଡିସେମ୍ବର ୧୫ ତାରିଖ ସ୍ଥିର କରାଯାଇଛି। ପୂର୍ବରୁ ଏହି ନିଲାମ ଉପସାଗରୀୟ ଅଞ୍ଚଳରେ ହେବାର ଗୁଜବ ଥିବାବେଳେ, ବର୍ତ୍ତମାନ ଏହା ଭାରତରେ ହିଁ ହେବାର ସମ୍ଭାବନା ଅଧିକ ରହିଛି। ତେବେ ଏନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ପକ୍ଷରୁ କୌଣସି ଆଧିକାରିକ ଘୋଷଣା କରାଯାଇ ନାହିଁ। ୨୦୨୨ ପରେ ଏହା ପ୍ରଥମ ଥର ପାଇଁ ଭାରତରେ ନିଲାମ ହେବ।

ସମସ୍ତ ୧୦ଟି ଆଇପିଏଲ୍ ଫ୍ରାଞ୍ଚାଇଜ୍ ପାଇଁ ଖେଳାଳି ଧାରଣ (Retention) ତାଲିକା ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୧୫ ରହିଛି। ଚେନ୍ନାଇ ସୁପର କିଙ୍ଗସ୍ (CSK) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) କାଶୀ ବିଶ୍ୱନାଥନ୍ ସୂଚନା ଦେଇଛନ୍ତି ଯେ ଅଧିନାୟକ ଏମଏସ୍ ଧୋନି ଆଇପିଏଲ୍ ୨୦୨୬ରେ ଖେଳିବା ପାଇଁ ଉପଲବ୍ଧ ଅଛନ୍ତି। ସେ କହିଛନ୍ତି, “ଏମଏସ୍ ଆମକୁ କହିଛନ୍ତି ଯେ ସେ ଆସନ୍ତା ସିଜିନ୍ ପାଇଁ ଉପଲବ୍ଧ ରହିବେ।”

ଧୋନିଙ୍କ ଖେଳିବା ଖବର ସହ ସଞ୍ଜୁ ସାମସନଙ୍କୁ ଟ୍ରେଡ୍ କରି CSKକୁ ଆଣିବା ନେଇ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି। ଏହା ବ୍ୟତୀତ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ମାଲିକ ଡିଆଜିଓ (Diageo) ୨୦୨୬ ସିଜିନ ପୂର୍ବରୁ ଫ୍ରାଞ୍ଚାଇଜ୍‌କୁ ବିକ୍ରି କରିବା ପାଇଁ ‘ରଣନୀତିକ ସମୀକ୍ଷା’ ଆରମ୍ଭ କରିଛି। କମ୍ପାନୀ ଏହି କ୍ରିକେଟ୍ ବ୍ୟବସାୟକୁ ଏହାର ମୂଳ ମଦ୍ୟପାନ କାରବାର ବାହାରେ ରଖିଛି।

୨-୧ରେ ସିରିଜ୍‌ ଜିତିଲା ଟିମ୍ ଇଣ୍ଡିଆ

୨-୧ରେ ସିରିଜ୍‌ ଜିତିଲା ଟିମ୍ ଇଣ୍ଡିଆ

ବର୍ଷା ଯୋଗୁଁ ବାତିଲ ହେଲା ଭାରତ-ଅଷ୍ଟ୍ରେଲିଆ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍ । ଶେଷ ଟି-୨୦ ମ୍ୟାଚ୍‌ରେ ମାତ୍ର ୪.୫ ଓଭର ଖେଳାଯାଇଥିଲା । ଯେଉଁଥିରେ ଟିମ୍ ଇଣ୍ଡିଆ ୫୨ ରନ୍ କରିଥିଲା । ଏହା ପରେ ବର୍ଷା କାରଣରୁ ମ୍ୟାଚ୍ ପୁଣି ଆରମ୍ଭ ହୋଇପାରିଲା ନାହିଁ । ଯାହାଫଳରେ ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୧ରେ ଜିତିଛି ।ବ୍ରିସବେନର ଐତିହାସିକ ଗାବାରେ ଖେଳାଯାଇଥିବା ପଞ୍ଚମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶୁବମନ ଗିଲ୍ ଏବଂ ଅଭିଷେକ ଶର୍ମା ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ତେବେ ୪.୫ ଓଭରରେ ଖେଳ ହେବା ପରେ ପ୍ରବଳ ବର୍ଷା ଯୋଗୁଁ ଖେଳ ବନ୍ଦ ହୋଇଯାଇଥିଲା । ପ୍ରାୟ ୨ ଘଣ୍ଟା ୧୫ ମିନିଟ୍ ପର୍ଯ୍ୟନ୍ତ ବର୍ଷା ନ କମିବାରୁ ଏହି ମ୍ୟାଚ୍‌କୁ ବାତିଲ କରାଯାଇଥିଲା । ପୂର୍ବରୁ, ସିରିଜର ପ୍ରଥମ ମ୍ୟାଚ୍ ମଧ୍ୟ ବର୍ଷା ଯୋଗୁଁ ଧୋଇ ଯାଇଥିଲା ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୨୯ରେ କାନବେରାରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ ବର୍ଷା କାରଣରୁ ବାତିଲ ହୋଇଥିଲା । ତେବେ ଦ୍ବିତୀୟ ମ୍ୟାଚ୍‌ ଅକ୍ଟୋବର ୩୧ରେ ମେଲବର୍ଣ୍ଣରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୨୫ ରନ୍‌ କରିଥିଲା ।

ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟି-୨୦ – ଅଷ୍ଟ୍ରେଲିଆକୁ ୪୮ ରନରେ ପରାସ୍ତ କରିଛି ଭାରତ

ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟି-୨୦ – ଅଷ୍ଟ୍ରେଲିଆକୁ ୪୮ ରନରେ ପରାସ୍ତ କରିଛି ଭାରତ

କ୍ବିନ୍ସଲାଣ୍ଡର କାରାରା ଓଭାଲ୍ସଠାରେ ଗୁରୁବାର ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟି-୨୦ରେ ଅଷ୍ଟ୍ରେଲିଆକୁ ୪୮ ରନରେ ପରାସ୍ତ କରିଛି ଭାରତ । ଏହା ସହିତ ଏହି ୫ ଟିକିଆ ସିରିଜରେ ଭାରତ ୨-୧ରେ ଆଗୁଆ ହୋଇଯାଇଛି ।  ଭାରତ ଦ୍ବାରା ରଖାଯାଇଥିବା ୧୬୮ରନର ଲକ୍ଷ୍ୟର ଜବାବରେ ଅଷ୍ଟ୍ରେଲିଆ ୧୮.୨ ଓଭରରେ ୧୧୯ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ମିଚେଲ ମାର୍ସ ୩୦ ରନ କରିଥିବାବେଳେ ମାଥ୍ୟୁ ସର୍ଟ ୨୫ରନ କରିଥିଲେ । କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ । ଭାରତ ପକ୍ଷରୁ ଓ୍ବାସିଂଟନ ସୁନ୍ଦର ୩ଟି ଓ୍ବିକେଟ ନେଇଥିବାବେଳେ ଅକ୍ଷର ପଟେଲ ଓ ଶିବମ ଦୁବେ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତି ଓ ଯସପ୍ରୀତ ବୁମରା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୭ ରନ କରିଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ଓ ଶୁବମନ ଗିଲ୍ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୧ ରନ କରି ଏକ ଭଲ ମୂଳଦୁଆ ପକାଇଥିଲେ । ଶର୍ମା ୨୮ ରନ ଓ ଗିଲ୍ ୪୬ ରନ କରିଥିଲେ । ସେହିପରି ଶିବମ ଦୁବେ ୨୨ ଓ ସୂର୍ଯ୍ୟକୁମାର ଯାଦବ ୨୦ ରନ କରିଥିଲେ । ମାତ୍ର ତିଳକ ବର୍ମା ଓ ଜିତେଶ ଶର୍ମା ଯଥାକ୍ରମେ ୫ ଓ ୩ ରନ କରି ବିଫଳ ହୋଇଥିଲେ । ତେବେ ଅକ୍ଷର ପଟେଲ ୧୧ଟି ବଲରୁ ୨୧ ରନ କରି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ୍ ଓ ଆଡାମ ଜାମ୍ପା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

 

ରନ୍ ମେସିନ କୋହଲି ନେବେ କି ଅବସର !

ରନ୍ ମେସିନ କୋହଲି ନେବେ କି ଅବସର !

ଏକଦା ରନ ମେସିନ ଭାବରେ ଜଣାଶୁଣା କୋହଲି ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି,ଯାହାକୁ କୌଣସି ବ୍ୟାଟ୍ସମ୍ୟାନ ଭାଙ୍ଗିବାକୁ ଚାହିଁବେ ନାହିଁ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୪୦ତମ ଥର ବିରାଟଙ୍କୁ ବିନା ରନ୍‌ରେ ଆଉଟ କରାଯାଇଛି।

ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ ତାଲିକାର ଶୀର୍ଷରେ ଅଛନ୍ତି। ତିନୋଟି ଫର୍ମାଟରେ ଭାରତ ପାଇଁ ୩୦୯ ମ୍ୟାଚ ଖେଳିଥିବା ଜାହିର ୪୩ ଥର ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ସେ ବଲ୍‌ରେ ଦଳ ପାଇଁ ଅନେକ ମ୍ୟାଚ ଜିତାଇଥିଲେ, କିନ୍ତୁ ବ୍ୟାଟ୍‌ରେ ତାଙ୍କର ଅବଦାନ ସୀମିତ ଥିଲା।

ଭାରତର ସବୁଠାରୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବିବେଚିତ ବିରାଟ କୋହଲି ୨ ନମ୍ବରରେ ଅଛନ୍ତି। ତଥାପି, ପରିସଂଖ୍ୟାନ ଦର୍ଶାଉଛି ଯେ, କୋହଲିଙ୍କ ନାମରେ ଏବେ ୪୦ ଡକ ଅଛି। ତାଙ୍କ ଚମତ୍କାର କ୍ୟାରିୟରରେ, କୋହଲି ପ୍ରାୟ ୨୮,୦୦୦ ଅନ୍ତର୍ଜାତୀୟ ରନ ଏବଂ ୮୨ ଶତକ ହାସଲ କରିଛନ୍ତି, କିନ୍ତୁ ଏହି ‘ଡକ ରେକର୍ଡ’ ତାଙ୍କ ଗୌରବମୟ କ୍ୟାରିୟରରେ ଏକ ଦାଗ। ଆଡିଲେଡରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍‌ରେ ସେ ପୁଣି ଥରେ ବିନା ସ୍କୋରରେ ଆଉଟ ହୋଇଥିଲେ।

ଇଶାନ୍ତ ଶର୍ମା ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ଏହି ଦ୍ରୁତ ବୋଲର ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୪୦ ଥର ଡକ କରିଛନ୍ତି। ଭାରତର କିମ୍ବଦନ୍ତୀ ସ୍ପିନର ହରଭଜନ ସିଂହ ଚତୁର୍ଥ ସ୍ଥାନରେ ଅଛନ୍ତି। ପ୍ରାୟ ୨୦ ବର୍ଷର କ୍ୟାରିୟରରେ, ସେ ଦୁଇଟି ଟେଷ୍ଟ ଶତକ ହାସଲ କରିଥିଲେ କିନ୍ତୁ ୩୭ ଥର ଡକରେ ଆଉଟ ହୋଇଥିଲେ। ହରଭଜନ ବଲ ସହିତ ଭାରତକୁ ଅନେକ ଥର ବିଜୟୀ କରାଇଥିଲେ, କିନ୍ତୁ ବ୍ୟାଟ ସହିତ ଅନେକ ଥର ଶୀଘ୍ର ଆଉଟ ହୋଇଥିଲେ। ବର୍ତ୍ତମାନର ଦ୍ରୁତ ବୋଲର ଜସପ୍ରିତ ବୁମରା ପଞ୍ଚମ ସ୍ଥାନରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୩୫ ଥର ଡକ କରିଛନ୍ତି।

ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନକୁ ଅନୁମୋଦନ

aamodishanews.com

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ ପାଇଁ ଭାରତର ପ୍ରୟାସକୁ ରାଜ୍ୟଗୋଷ୍ଠୀ ସଂଘର ମଞ୍ଜୁରୀ ମିଳିବା ନେଇ ଖୁସି ବ୍ୟକ୍ତ କରିଛନ୍ତି। 

ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଶ୍ରୀ ଶାହ କହିଛନ୍ତି, “ଭାରତ ପାଇଁ ଏହା ଏକ ଅପାର ଆନନ୍ଦ ଏବଂ ଗର୍ବର ଦିନ। ଅହମ୍ମଦାବାଦରେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜନ ପାଇଁ ଭାରତର ପ୍ରୟାସକୁ ରାଜ୍ୟଗୋଷ୍ଠୀ କ୍ରୀଡା ସଂଘ ଅନୁମୋଦନ କରିଥିବାରୁ ଭାରତର ପ୍ରତ୍ୟେକ ନାଗରିକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭାରତକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ସ୍ଥାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ପ୍ରୟାସର ଏହା ଏକ ବିଶାଳ ସମର୍ଥନ। ବିଶ୍ୱସ୍ତରୀୟ ଭିତ୍ତିଭୂମି ସୃଷ୍ଟି କରିବା ଏବଂ ଦେଶବ୍ୟାପୀ କ୍ରୀଡ଼ା ପ୍ରତିଭାର ଭଣ୍ଡାର ସୃଷ୍ଟି କରିବା, ମୋଦିଜୀ ଭାରତକୁ ଏକ ଚମତ୍କାର କ୍ରୀଡ଼ା ଗନ୍ତବ୍ୟସ୍ଥଳରେ ପରିଣତ କରିଛନ୍ତି ।’’