ଆଜି ମୁଁ ଯାହା ହୋଇଛି ଏ ଗୃହ ପାଇଁ ,  ଏ ଗୃହକୁ କୋଟି କୋଟି ପ୍ରଣାମ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ମୁଁ ଯାହା ହୋଇଛି ଏ ଗୃହ ପାଇଁ ,   ଏ ଗୃହକୁ କୋଟି କୋଟି ପ୍ରଣାମ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବିଧାନସଭା ପାଇଁ  ଆଜି ଥିଲା ଐତିହାସିକ ଦିନ ।  ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି କହିଛନ୍ତି, ଘରବାହୁଡା ଭଳି ଲାଗୁଛି ।  ଦେଶର ଏକାଧିକ ବିଧାନସଭାକୁ ସମ୍ବୋଧନ କରିବାର ସୁଯୋଗ ପାଇଛି  ।   ଓଡିଶା କିନ୍ତୁ ଅନନ୍ୟ। ଗାଆଁ ରୁ ଆସିଥିଲି ସାଧାରଣ ଝିଅ ହୋଇ ।  ଏ ଗୃହ ମତେ ସବୁ ଶିଖେଇଛି । ବିଷୟ ଉପସ୍ଥାପନ,  କଥା କହିବା ଏ ଗୃହ ଶିଖେଇଥିଲା । ଆଜି ମୁଁ ଯାହା ହୋଇଛି ଏ ଗୃହ ପାଇଁ ।  ଏ ଗୃହକୁ କୋଟି କୋଟି ପ୍ରଣାମ।  ଓ ବିଧାୟକ ଭାବେ ପ୍ରଶ୍ନ ପଚାରିଛି,  ମନ୍ତ୍ରୀ ଭାବେ ଉତ୍ତର ଦେଇଛି ।   ଖୁସିର କଥା ହେଉଛି ଓଡିଶା ବିଧାନସଭା ପେପର ଲେସ୍ ହୋଇଛି ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଳ୍ପ ଦିନରେ ଅନେକ କାର୍ଯ୍ୟକ୍ରମ ହାତକୁ  ନେଇଛନ୍ତି।  ଲକ୍ଷପତି ଦିଦି ପ୍ରସ୍ତୁତ କରିଛନ୍ତି ।  ଧାନ କିଣାରେ ସବସିଡି ଦେବା ଉତ୍ତମ ପଦକ୍ଷେପ ।

ବିଧାନସଭା ଗୃହରେ, ମହତାବ, ବିଜୁ ପଟ୍ଟାନୟକଙ୍କ ସମେତ ଓଡ଼ିଶାର ଅନେକ ବରପୁତ୍ରଙ୍କୁ ମନେପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ସେ କହିଛନ୍ତି,  ଓଡ଼ିଶା ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ଵ ଉତ୍ସାହଜନକ । ଆଚରଣ ଓ ଉଚ୍ଚାରଣ ଠିକ ରହିବା ଉଚିତ  ବୋଲି ପରାମର୍ଶ ଦେଇଛନ୍ତି ।   ବିଧାନସଭାରେ ଅଭିଭାଷଣ ରଖିବା ପରେ ରାଷ୍ଟ୍ରପତି ବିଧାନସଭାରେ ୧୧ ନମ୍ୱର ପ୍ରକୋଷ୍ଠକୁ ଯାଇଥିଲେ ।  ମନ୍ତ୍ରୀ ଥିବା ସମୟରେ ରାଷ୍ଟ୍ରପତି ଏହି ପ୍ରକୋଷ୍ଠରେ ବସୁଥିଲେ । କିଛି ସମୟ ବସି ଏହି ପ୍ରକୋଷ୍ଠାରେ ସେ ନିଜର ପୁରୁଣା କଥାକୁ ତାଜା କରିଥିଲେ ।

ଅପରାହ୍ନରେ ରାଷ୍ଟ୍ରପତି ବିଧାସଭାରେ ପହଞ୍ଚିବା ପରେ ଗୃହରେ ସମ୍ୱର୍ଦ୍ଧିତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ସମ୍ବୋଧନ ପୂର୍ବରୁ ବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ଅଭିଭାଷଣ ରଖିଥିଲେ । ସବୁ ବିଧାୟକଙ୍କ ସହ ରାଷ୍ଟ୍ରପତି ଫଟୋ ଉଠାଇଥିଲେ ।

ରାଜ୍ୟରେ ପୁଣିଥରେ ଶୀତର ପ୍ରକୋପ , ଦୁଇ ଦିନ ଘନ କୁହୁଡ଼ି

ରାଜ୍ୟରେ ପୁଣିଥରେ ଶୀତର ପ୍ରକୋପ , ଦୁଇ ଦିନ ଘନ କୁହୁଡ଼ି

ରାଜ୍ୟରେ ପୁଣିଥରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳରେ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ ଏବଂ କୋରାପୁଟ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୬ ଡିଗ୍ରୀ କମ୍ ରେକର୍ଡ କରାଯାଇଛି। ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ କମ୍ ରହିଥିଲା। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ କମ୍ ଥିବା ଲକ୍ଷ୍ୟ କରାଯାଇଛି।

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୁରୁବାର ଓଡିଶା ବିଧାନସଭାର ଐତିହାସିକ ଦିନ। ପ୍ରଥମ ଥର ପାଇଁ ବିଧାନସଭାକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣିବା ପାଇଁ ବିଧାୟକ ମାନେ ଅପେକ୍ଷା କରିଛନ୍ତି । କଣ ସମ୍ବୋଧନ କରିବେ ରାଷ୍ଟ୍ରପତି । ତାକୁ ନେଇ ସମସ୍ତଙ୍କ ଅପକ୍ଷୋ ରହିଛି ।

ଏଥିପାଇଁ ସରକାରଙ୍କୁ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ।ଅପରାହ୍ଣ ୪ଟା ୩୦ମିନିଟରେ ବିଧାନସଭାରେ ରାଷ୍ଟ୍ରପତି ପହଞ୍ଚିବା ପରେ ପ୍ରଥମେ ବିଧାୟକମାନଙ୍କୁ ନେଇ ଫଟୋ ସେସନ କରାଯିବ । ଏହାପରେ ବିଧାନସଭାର ସଦସ୍ୟଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣିବା ପାଇଁ ବିଧାୟକ ମାନେ ଅପେକ୍ଷା କରିଛନ୍ତି । କଣ ସମ୍ବୋଧନ କରିବେ ରାଷ୍ଟ୍ରପତି । ବିକିଶିତ ଭାରତ ଓ ବିକଶିତ ଓଡିଶା ପ୍ରସଙ୍ଗ ଅଭିଭାଷଣରେ ସ୍ଥାନ ପାଇପାରେ । ନିଜର ଅଭିଜ୍ଞତାକୁ ବିଧାୟକଙ୍କୁ ଅବଗତ କରାଇପାରନ୍ତି । ଲୋକଙ୍କ ସମସ୍ୟା କିଭଳି ଠିକ ଢଙ୍ଗରେ ବିଧାନସଭାରେ ଉପସ୍ଥାପନ କରାଯିବ ସନେଇ ଟିପ୍ସ ଦେଇପାରନ୍ତି ମହାମହିମ ।

ସେପଟେ ରାଷ୍ଟ୍ରପତିଙ୍କ ପାଇଁ ସମସ୍ତ ପ୍ରସୁତି ସରିଛି ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେହିପରି ବିରୋଧୀ ଦଳ ଉପନେତା ପ୍ରଶନ୍ନ ଆଚାର୍ଯା କହିଛନ୍ତି ରାଷ୍ଟ୍ରପତି ବିଧାନସଭାକୁ ଆସିବେ ଏହା ବଡ଼ ଆନନ୍ଦର କଥା। ଆମେ ତାକୁ ହୃଦୟରୁ ସ୍ୱାଗତ କରୁଛୁ। ରାଷ୍ଟ୍ରପତି ଏହି ଗୃହରେ ସଦସ୍ୟ ଥିଲେ। ଆମ ପାଇଁ ଏହା ସୃତି ହୋଇ ରହିବ ବୋଲି କହିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ସ୍ବାଗତ କରିଛି । ଏହାସହିତ ରାଷ୍ଟ୍ରପତିଙ୍କୁ ରାଜ୍ୟର ସ୍ବାର୍ଥ ସମ୍ମଳିତ ପ୍ରସଙ୍ଗରେ ଦାବୀ ପତ୍ର ମଧ୍ୟ ପ୍ରଦାନ କରିବ ।

୨୦୦୦ରୁ ୨୦୦୯ ପର୍ଯନ୍ତ ଓଡିଶା ବିଧାନସଭାର ସଦସ୍ୟ ରହିଥିଲେ ରାଷ୍ଟ୍ରପତି । ୨୦୦୦ରୁ ୨୦୦୪ ପର୍ଯନ୍ତ ପରିବହନ ମନ୍ତ୍ରୀ ଭାବରେ ଦାୟିତ୍ବ ତୁଲାଇଥିଲେ ଦ୍ରୋପଦୀ ମୁର୍ମୁ ।ସେତେବେଳେ ସଦସ୍ୟ ଭାବରେ ଆସୁଥିଲେ ଏବେ ଦେଶର ସର୍ବୋଚ୍ଚ ପଦରେ ବସିବା ପରେ ପୁଣି ସେହି ସ୍ଥାନକୁ ଫେରୁଛନ୍ତି । ପୁରୁଣା ସ୍ମୃତି ଉଜ୍ଜୀବିତ ହେବ । ବିଧାନସଭାରେ ଅଭିଭାଷଣ ରଖିବା ପରେ ୧୧ ନମ୍ବର ରୁମକୁ ଆସି ସମୟ ବିତାଇବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ତେଣୁ ବିଧାନସଭାରୁ ସ୍ମୃତି ସାଉଁଟିବା ବେଳେ ଏହି ଚାମ୍ବରରେ କିଛି ସମୟ ବିତେଇବେ ରାଷ୍ଟ୍ରପତି। ସେଥିପାଇଁ ବିଧାନସଭା ସମେତ ଏହି ଚାମ୍ବରକୁ ବି ସଜାଯାଇଛି। ରାଷ୍ଟ୍ରପତି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ବିମାନ ବନ୍ଦରରୁ ବିଧାନସଭା ପର୍ଯନ୍ତ କାରକେଡ ରିହରସେଲ କରାଯାଇଥିଲା ।

ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ସ୍ତରରେ ବଡଧରଣର ଅଦଳବଦଳ

ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ସ୍ତରରେ ବଡଧରଣର ଅଦଳବଦଳ

ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି। ଉଷାରାଣୀ ସାହୁ ପଞ୍ଚାୟତିରାଜ ବିଭାଗର ସ୍ଵତନ୍ତ୍ର ସଚିବ ହୋଇଥିବାବେଳେ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ଲୋପାମୁଦ୍ରା ମହାପାତ୍ର। ରାଜ୍ୟ ମାଇନିଂ ବିଭାଗର ସିଭିଓ ହେଲେ ନାରାୟଣ ଚନ୍ଦ୍ର ଧଳ। ଅନୁସୂଚିତ ଜନଜାତି ବିଭାଗର ଅତିରିକ୍ତ ସଚିବ ହେଲେ ଦେବେନ୍ଦ୍ର ନନ୍ଦ । ସେହିପରି ପ୍ରୀତିପର୍ଣ୍ଣା ମିଶ୍ର ରାଜସ୍ଵ ବିଭାଗର ଡ଼େପୁଟି ସେକ୍ରେଟାରୀ ହୋଇଥିବାବେଳେବାଲେଶ୍ବର ଜିଲ୍ଲାର ଡ଼ିଏଚ୍ଏଚ୍ ପ୍ରଶାସନିକ ଅଧିକାରୀ ହୋଇଛନ୍ତି ଅନିତା ନାୟକ।

୧୨ଟି ବିଭାଗର ୭୨୯୩ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

୧୨ଟି ବିଭାଗର ୭୨୯୩ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୧୨ଟି ବିଭାଗର ୭୨୯୩ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟାଯାଇଛି। ଗୃହ ବିଭାଗ ପାଇଁ ମଧ୍ୟ ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ ମଧ୍ୟ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ସରକାର ଖାଲି ପଡ଼ିଥିବା ପଦ ଏବଂ ଖାଲି ହେଉଥିବା ପଦବି ପୁରା କରୁଛନ୍ତି। ବିଭିନ୍ନ ବିଭାଗକୁ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲି। ସରକାର ଦ୍ରୁତ ଶିଳ୍ପାୟନ କ୍ଷେତ୍ରରେ କାମ କରୁଛନ୍ତି। ଆମ ସରକାର ଆସିବାର ୫୦୦ ଦିନ ଭିତରେ ୩୭,୩୨୫ ଜଣଙ୍କୁ ନିଯୁକ୍ତି ଦେଇଛି। ଆଜି ଦ୍ବାଦଶ ନିଯୁକ୍ତି ମେଳାରେ ୧୨ଟି ବିଭାଗରେ ୭,୨୯୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବିତରଣ କରାଯାଇଛି।

ପୂର୍ବ ସରକାରରେ ଏତିକି କମ ଦିନରେ ଏଭଳି ନିଯୁକ୍ତି ଦିଆଯାଇନଥିଲା। ଦୁଇ ବର୍ଷ ମଧ୍ୟରେ ଆମ ସରକାର ୬୫ ହଜାରରୁ ଅଧିକ ନିଯୁକ୍ତି ପ୍ରଦାନ କରିସାରିଥିବେ। ଆମ ଦେଶରେ ୪ରୁ କମ ପ୍ରତିଶତ ସରକାରୀ ଚାକିରି କରିବାର ସୁଯୋଗ ଲାଭ କରିଥାନ୍ତି। ତେଣୁ ଆମ ସରକାର ଶିଳ୍ପାୟନ ମାଧ୍ୟମରେ ନିଯୁକ୍ତି ସୁଯୋଗ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ପୂର୍ବ ସରକାରରେ ଓଡ଼ିଶାରେ ସବୁ ଥାଇ ମଧ୍ୟ ଶିଳ୍ପାୟନ ହୋଇପାରି ନଥିଲା। ଏହା ଦ୍ବାରା ଦେଢ଼ ଲକ୍ଷ ଲୋକଙ୍କୁ ରୋଜଗାର ମିଳିପାରିବ ବୋଲି ଆଶା କରାଯାଉଛି।

ଆଜି ପୁଣି ଲୋକଙ୍କ ଦୁଃଖ ଶୁଣିଛନ୍ତି ମୋହନ ମାଝୀ

ଆଜି ପୁଣି ଲୋକଙ୍କ ଦୁଃଖ ଶୁଣିଛନ୍ତି ମୋହନ ମାଝୀ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ପୁଣି ଲୋକଙ୍କ ଦୁଃଖ ଶୁଣିଛନ୍ତି ମୋହନ ମାଝୀ । ପୁଳା ପୁଳା ଅଭିଯୋଗ ନେଇ ଲୋକେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ । ଲୋକଙ୍କ ଅଭିଯୋଗର ୯୬ପ୍ରତିଶତ ସମାଧାନ ହୋଇଛି ବୋଲି ସରକାର ଦାବି କରିଛନ୍ତି ।ଯାଜପୁରର ମାଣିକ ରଥ । ବୟସ ୮୬ । ଏହି ପରିଣତ ବୟସରେ ଏକା ଏକା ବିତୁଛି ଜୀବନ । ପୁଅ, ବୋହୂ ଅଛନ୍ତି, କିନ୍ତୁ ବାହାରେ ଚାକିରି କରୁଛନ୍ତି, ପୁଣି ଅଲଗା ଅଲଗା । ଏହି ବୟସରେ ପାଖରେ କେହି ରହୁନଥିବାରୁ ମାଣିକ ଅସହାୟ ହୋଇପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି କୋରାପୁଟରୁ ପୁଅକୁ ବଦଳି କରି ଯାଜପୁର ଆଣିବାକୁ ।ସେହିପରି କେନ୍ଦ୍ରାପଡ଼ାର ସନ୍ତୋଷ ସାହୁ । ଦିବ୍ୟାଙ୍ଗ କୋଟାରେ ୨୦୧୪ ମସିହାରେ ଚାକିରି ପାଇଥିଲେ । ୨୦୨୧ରେ କୌଣସି କାରଣ ନଦର୍ଶାଇ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା । ନ୍ୟାୟ ପାଇଁ ନେତା ଓ ଅଧିକାରୀଙ୍କ ପାଖକୁ ଯାଇ ନିରାଶ ହୋଇଥିଲେ । ଏବେ ହାଇକୋର୍ଟ ସନ୍ତୋଷକୁ ପୁଣି ଚାକରି ଦେବାକୁ ନିର୍ଦ୍ଦେଶ ଦେବା ପରେ ବି ଏହା କାର୍ଯ୍ୟକାରୀ ହେଉନାହିଁ । ଏ ନେଇ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି ସନ୍ତୋଷ । ଆଉ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୃତିରେ ସନ୍ତୋଷ ପ୍ରକାଶ କରିଛନ୍ତି ।ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୂଣାଣି ର ଆଜି ଥିଲା ୧୫ତମ ପାଳି । ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକ ଆସି ମୁଖ୍ୟମନ୍ତ୍ରୀଙ୍କୁ ନିଜର ସମସ୍ୟା ଶୁଣାଇଛନ୍ତି । ୧୪ଟି ପାଳିରେ ୧୨ ହଜାର ୯୫୦ ଅଭିଯୋଗ ଆସିଛି । ୫୦ହଜାର ଲୋକ ଏ ଯାଏଁ ଆସିସାରିଲେଣି । ୧୨ ହଜାର ୩୭୧ ଅଭିଯୋଗରୁ ୯୬% ଅଭିଯୋଗର ସମାଧାନ ହୋଇଛି ବୋଲି ସରକାର ଦାବି କରିଛନ୍ତି । ଅଭିଯୋଗ ଶୁଣାଣି ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁ ସମସ୍ୟା ଜିଲ୍ଲା ସ୍ତରରେ ହୋଇପାରିବ ସେଠାରେ ସମାଧାନ ହେଉ । ଭୁବନେଶ୍ୱରକୁ କେବଳ ବଡ଼ ବଡ଼ ଜଟିଳ ମାମଲା ଆସିବ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅନେକ ସରକାରୀ କାମ ଥିଲା । ତାସତ୍ତ୍ୱେ ସରକାରଙ୍କ ଅଭିଯୋଗ ଶୁଣିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଭାରତର 53ତମ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ସୂର୍ଯ୍ୟକାନ୍ତ

ଭାରତର 53ତମ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ସୂର୍ଯ୍ୟକାନ୍ତ

ଜଷ୍ଟିସ ସୂର୍ଯ୍ୟକାନ୍ତ ନଭେମ୍ବର 24 ରେ ଭାରତର 53ତମ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସେ 9 ଫେବୃଆରୀ 2027 ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ୧୯୬୨ ଫେବୃଆରି ୧୦ରେ ହିସାର (ହରିଆଣା)ରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୧ ମସିହାରେ ହିସାରର ସରକାରୀ ପୋଷ୍ଟ ଗ୍ରାଜୁଏଟ୍‌ କଲେଜରୁ ସ୍ନାତକ ହାସଲ କରିଥିଲେ ଏବଂ ୧୯୮୪ ମସିହାରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସେ ୧୯୮୪ ମସିହାରେ ହିସାରର ଜିଲ୍ଲା କୋର୍ଟରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ ଏବଂ ୧୯୮୫ ମସିହାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଅଭ୍ୟାସ କରିବା ପାଇଁ ଚଣ୍ଡିଗଡ଼କୁ ସ୍ଥାନାନ୍ତରିତ ହୋଇଥିଲେ । ସେ ସାମ୍ବିଧାନିକ, ସେବା ଏବଂ ଦେୱାନୀ ମାମଲାରେ ବିଶେଷଜ୍ଞ । ସେ ଅନେକ ବିଶ୍ୱବିଦ୍ୟାଳୟ, ବୋର୍ଡ, କର୍ପୋରେସନ, ବ୍ୟାଙ୍କ ଏବଂ ଏପରିକି ହାଇକୋର୍ଟର ପ୍ରତିନିଧିତ୍ୱ କରିଥିଲେ । ୨୦୦୦ ଜୁଲାଇ ୭ରେ ସେ ହରିୟାଣାର ଆଡଭୋକେଟ୍‌ ଜେନେରାଲ (ଏଜି) ଭାବରେ ନିଯୁକ୍ତ ହୋଇଥିଲେ ଏବଂ ୨୦୦୧ ମାର୍ଚ୍ଚରେ ତାଙ୍କୁ ବରିଷ୍ଠ ଆଡଭୋକେଟ୍‌ ଭାବରେ ନାମିତ କରାଯାଇଥିଲା । ୨୦୦୪ ଜାନୁଆରି ୯ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବରେ ପଦୋନ୍ନତି ହେବା ପର୍ଯ୍ୟନ୍ତ ହରିୟାଣାର ଆଡଭୋକେଟ୍‌ ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ । ସେ ବର୍ତ୍ତମାନ ସୁପ୍ରିମକୋର୍ଟର ତତ୍ତ୍ୱାବଧାନରେ ଭାରତୀୟ ଆଇନ ପ୍ରତିଷ୍ଠାନ ଏକ ଡିମ୍ଡ୍‌ ବିଶ୍ୱବିଦ୍ୟାଳୟର ବିଭିନ୍ନ କମିଟିର ସଦସ୍ୟ । ସେ ୨୦୧୧ରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟର ଦୂରଶିକ୍ଷା ନିର୍ଦ୍ଦେଶାଳୟରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ପ୍ରଥମ ଶ୍ରେଣୀ ପ୍ରଥମ ହେବାର ଆଉ ଏକ ଗୌରବ ଅର୍ଜନ କରିଥିଲେ ।

ସଦର ବିଧାୟକ ସାଗର ଚରଣ ଦାସଙ୍କୁ ହତ୍ୟା ଧମକ

ସଦର ବିଧାୟକ ସାଗର ଚରଣ ଦାସଙ୍କୁ ହତ୍ୟା ଧମକ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସଙ୍କୁ ହତ୍ୟା ଧମକ। ସାଗରଙ୍କ ସମର୍ଥକଙ୍କୁ ମଧ୍ୟ ହତ୍ୟା ଧମକ ଦେଇଛନ୍ତି ଦୁର୍ବୃତ୍ତ।ଭବାନୀପାଟଣା ବ୍ଲକ ଦେପୁର ଜୋନ୍ ୪ର କଂଗ୍ରେସ ସଭାପତି ଉଦେପୁର୍ ଗାଁର ଦେବାନନ୍ଦ ଯୋଶୀଙ୍କୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ବନ୍ଧୁକ୍ ଦେଖାଇ ହତ୍ୟା ଧମକ ଦେବା ସହ ବିଧାୟକଙ୍କ ବିଷୟରେ ତଥ୍ଯ ପ୍ରଦାନ ନକଲେ ଜୀବନରେ ମାରିଦେବାକୁ ସମୟ ଲାଗିବ ନାହିଁ ବୋଲି ଧମକ ଦେଇଛନ୍ତି କିଛି ଦୁର୍ବୃତ୍ତ। ଏନେଇ ଦେବାନନ୍ଦ ଭବାନୀପାଟଣା ସଦର ଥାନାର ଅଭିଯୋଗ କରିଛନ୍ତି।

ଦେବାନନ୍ଦ ନିଜ ଗାଁ ଉଦେପୁର୍ ରେ ଗତକାଲି ରାତ୍ରୀ ସମୟରେ ପୋଖରୀ ନିକଟରେ ବୁଲୁଥିବା ବେଳେ ଏକ ଇନୋଭା କାରରେ ଚାରି ଜଣ ଦୁର୍ବୃତ୍ତ ମୁହଁରେ କପଡା ବାନ୍ଧି ତାଙ୍କ ପାଖକୁ ଆସିଥିଲେ। କେମିତି ଅଛ ଟିକେ ଶୁଣ ବୋଲି ପ୍ରଥମେ କଥାବାର୍ତ୍ତା ହୋଇଥିଲେ। ହେଲେ ପରେ ତମ ବିଧାୟକ ସାଗର ଚରଣ ଦାସଙ୍କ ବିଷୟରେ କ’ଣ କ’ଣ ଜାଣିଛୁ, ଆମକୁ ସବୁ ତଥ୍ୟ ଦେ ବୋଲି ଧମକାଇ ଥିଲେ। ଏପରିକି ପରେ ସେମାନେ ଦେବାନନ୍ଦଙ୍କୁ ବନ୍ଧୁକ ଦେଖାଇ ଧମକାଇ ଥିଲେ। ତଥ୍ୟ ନଦେଲେ ତତେ ଜୀବନରୁ ମାରିଦେବୁ ଓ ତୋର ବିଧାୟକକୁ ବି ଛାଡ଼ିବୁ ନାହିଁ ବୋଲି ଦୁର୍ବୃତ୍ତମାନେ ଧମକ ଚମକ୍ ଦେଇଥିଲେ ଓ ପରେ କାରରେ ଚାଲି ଯାଇଥିଲେ।

ଓଡ଼ିଆ ସ୍ୱାର୍ଥକୁ ପୂରଣ କରିବାରେ ବିଚକ୍ଷଣ ନେତା ଥିଲେ ‘ଉତ୍କଳ କେଶରୀ’ ଡଃ ହରେକୃଷ୍ଣ ମହତାବ- ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ସ୍ୱାର୍ଥକୁ ପୂରଣ କରିବାରେ ବିଚକ୍ଷଣ ନେତା ଥିଲେ ‘ଉତ୍କଳ କେଶରୀ’ ଡଃ ହରେକୃଷ୍ଣ ମହତାବ- ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାର ମହାପୁରୁଷ ‘ଉତ୍କଳ କେଶରୀ’ ଡଃ ହରେକୃଷ୍ଣ ମହତାବ ରାଜ୍ୟରୁ କେନ୍ଦ୍ରସ୍ତର ପର୍ଯ୍ୟନ୍ତ ରାଷ୍ଟ୍ରୀୟ ନେତା ଭାବରେ ଓଡ଼ିଆଙ୍କ ସ୍ୱାଭିମାନ ବଢାଇଥିଲେ। ଓଡ଼ିଆ ସ୍ୱାର୍ଥକୁ ପୂରଣ କରିବାରେ ସେ ଜଣେ ବିଚକ୍ଷଣ ନେତା ଥିଲେ ବୋଲି ଶୁକ୍ରବାର କଟକର ସାରଳା ଭବନରେ ଆୟୋଜିତ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୬ତମ ଜୟନ୍ତୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଡଃ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି ମହତାବ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନଥିଲେ, ସେ ଥିଲେ ଜଣେ ମହାନ ସୁଧାରକ, ମହାନ ବକ୍ତା, ପ୍ରଖ୍ୟାତ ରାଜନେତା, କବି, ଔପନ୍ୟାସିକ, ସ୍ତମ୍ଭକାର, ଇତିହାସକାର ଏବଂ ସାମ୍ବାଦିକ ମଧ୍ୟ । ଗୋଟିଏ ସମାଜ କିମ୍ବା ଜାତି ଦୟାରେ ଚାଲିପାରିବ ନାହିଁ । ଅଧିକାର ପାଇଁ ଚିତ୍କାର କଲେ ହେବନି । ଡଃ ମହତାବ ଏପରି ନେତୃତ୍ୱ ଥିଲେ, ଯେ ଓଡ଼ିଆ ସ୍ୱାର୍ଥକୁ ପୂରଣ କରୁଥିଲେ । ହୀରାକୁଦ ବନ୍ଧର ପରିକଳ୍ପନା ଦ୍ୱାରା ସେ ବନ୍ୟା ଜଳ ନିୟନ୍ତ୍ରଣ ସହ, ଜଳସେଚନ, ବିଦ୍ୟୁତ ଉତ୍ପାଦନ କରିବାର ମାର୍ଗ ପ୍ରଶସ୍ତ କରିଥିଲେ । ଏହିପରି ଭାବରେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଶାସକ ବିରୋଧୀ ଆମ ପଡ଼ୋଶୀ ରାଜ୍ୟ ମାନଙ୍କରେ ଏକାଠି ହେଉଛନ୍ତି କିନ୍ତୁ ଆମ ରାଜ୍ୟରେ ଆମେ ଏକାଠି ହେଇ ପାରୁନାହାନ୍ତି । ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ସମସ୍ତେ ଏକାଠି ହେବା ଦରକାର ବୋଲି ସେ କହିଛନ୍ତି ।ବର୍ତ୍ତମାନ ସମୟରେ ଦେଶରେ ଲୌହପୁରୁଷ ତଥା ‘ଭାରତରତ୍ନ’ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି । ବର୍ତ୍ତମାନ ସମଗ୍ର ଦେଶରେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ‘ବନ୍ଦେ ମାତରମ୍’ର ୧୫୦ ଗୌରବମୟ ବର୍ଷ ପାଳନ କରାଯାଉଛି । ଏହି ଗୀତ ଆମକୁ ସ୍ୱରାଜ୍ୟ ପାଇଁ ସଂଘର୍ଷ କରିବାକୁ ଶକ୍ତି ଦେଇଥିଲା । ଡଃ ମହତାବଙ୍କ ୧୨୫ତମ ଜୟନ୍ତୀ ସମାପନ ଉତ୍ସବ ଜାତୀୟ ସ୍ତରରେ ବ୍ୟାପକ କରିବା ପାଇଁ ଯୋଜନା କରାଯିବ ବୋଲି ସେ ମତପ୍ରକାଶ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଦଳ ମତ ନିର୍ବିଶେଷରେ ଓଡ଼ିଶାର ନବଜାତ ଶିଶୁ ଠାରୁ ଆରମ୍ଭ କରି ସ୍କୁଲ ଛାତ୍ରଛାତ୍ରୀଙ୍କ ଯତ୍ନ ନେବା ଭଳି ୧୦ଟି ବିଷୟରେ ଦାୟିତ୍ୱ ନେବାକୁ ପରାମର୍ଶ ଦେଇଥିଲେ ।

ମିଛ ଧରା ପଡିଯିବା ଭୟରେ ସରକାର ଗଣତି ମଣତିକୁ ଟାଳୁଛନ୍ତି: ବିଜେଡି

ମିଛ ଧରା ପଡିଯିବା ଭୟରେ ସରକାର ଗଣତି ମଣତିକୁ ଟାଳୁଛନ୍ତି: ବିଜେଡି

ରତ୍ନ ଭଣ୍ଡାରର ଗଣତି ମଣତିକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିବା ମନ୍ତବ୍ୟ ଉପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ରଖିଛି । ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଗଣତି ମଣତି ହେବ ବୋଲି ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ରତ୍ନ ଭଣ୍ଡାରର ଗଣତି ମଣତିକୁ ନେଇ ସରକାର କେବଳ ରାଜନୀତି କରୁଛନ୍ତି, ଗଣତି ମଣତି କରିବା ପାଇଁ ରାଜ୍ୟ ବିଜେପି ସରକାରଙ୍କ ଆନ୍ତରିକତା ନାହିଁ ବୋଲି ବିଜେଡି କହିଛି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ନିର୍ବାଚନ ସମୟରେ ବିଜେପି ତରଫରୁ ରତ୍ନ ଭଣ୍ଡାରକୁ ନେଇ ଅନେକ ମିଥ୍ୟା ପ୍ରଚାର କରି ଏହାର ଗଣତି ମଣତି ପାଇଁ ସ୍ୱର ଉଠାଇଥିଲା । ବିଜେପି ତାର ସଙ୍କଳ୍ପ ପତ୍ରରେ କ୍ଷମତାକୁ ଆସିଲେ ଗଣତି ମଣତିର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ, କ୍ଷମତାକୁ ଆସିବା ପରେ ଗଣତି ମଣତିକୁ ଉପରେ ବିଜେପି ସରକାର ଟାଳଟୁଳ ନୀତି ଅବଲମ୍ୱନ କରୁଛନ୍ତି । ଗଣତି ମଣତି ଉପରେ, ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିବା ମନ୍ତବ୍ୟରୁ କେବେ ଏହା କରାଯିବ, ସେନେଇ କୌଣସି ସ୍ପଷ୍ଟତା ନାହିଁ । ଆଇନମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବାରମ୍ୱାର ତାରିଖ ଘୁଞ୍ଚାଇ ଚାଲିଛନ୍ତି । ଆଇନମନ୍ତ୍ରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ମନ୍ତବ୍ୟ ଭିତରେ କୌଣସି ତାଳମେଳ ନାହିଁ । ନିର୍ବାଚନ ସମୟରେ ରତ୍ନ ଭଣ୍ଡାରକୁ ନେଇ ବିଜେପି ଦ୍ୱାରା କରାଯାଇଥିବା ମିଛ ପ୍ରଚାର ସବୁ ଧରାପଡିଯିବା ଭୟରେ ବିଜେପି ସରକାର ଗଣତି ମଣତିକୁ ଜାଣି ଶୁଣି ଘୁଞ୍ଚାଉଛନ୍ତି ବୋଲି ଡ. ମହାନ୍ତି ଅଭିଯୋଗ କରିଛନ୍ତି ।
ଡ. ମହାନ୍ତି ଆହୁରି କହିଛନ୍ତି, ଶ୍ରୀମନ୍ଦିରରେ ବ୍ୟବସ୍ଥିତ ଦର୍ଶନ ଓ ପରିକ୍ରମା ପ୍ରକଳ୍ପକୁ ନେଇ ନିର୍ବାଚନ ବେଳେ ବିଜେପି ଅନେକ ପ୍ରଶ୍ନ ଉଠାଇଥିଲା ବେଳେ ଏବେ ଶ୍ରୀମନ୍ଦିରର ଦର୍ଶନ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଅବ୍ୟବସ୍ଥିତ ହୋଇଛି । ଭକ୍ତ ମାନଙ୍କ ପାଇଁ ପୂର୍ବରୁ କରାଯାଇଥିବା ଏସି ଟନେଲଟିକୁ ଉଠାଇ ଦିଆଯାଇଛି, ଯେଉଁଥି ପାଇଁ ଦର୍ଶନାର୍ଥୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ୱାର ମନ୍ଦିର ଭିତରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଉଛି । ଧାଡ଼ି ଦର୍ଶନ ପାଇଁ ଆଇନ ମନ୍ତ୍ରୀଙ୍କ ପ୍ରତିଶ୍ରୁତି କେବଳ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ସଦୃଶ୍ୟ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୫ର ସେକ୍ସନ ୬ ଅନୁଯାୟୀ ମନ୍ଦିର ପରିଚାଳନା କମିଟିରେ ୧୮ ଜଣ ସଦସ୍ୟ ରହିବା କଥା । କିନ୍ତୁ, ସରକାର କେବଳ ଦଶ ଜଣଙ୍କୁ କମିଟିକୁ ମନୋନୀତ କରିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି, ଶ୍ରୀମନ୍ଦିରର ପରିଚାଳନାକୁ ସରକାର ଗୁରୁତ୍ୱ ଦେଉ ନାହାନ୍ତି । କେବଳ ଫୁଲା ଫାଙ୍କିଆ ଢଙ୍ଗରେ ଶ୍ରୀମନ୍ଦିର ପରିଚାଳନା କାର୍ଯ୍ୟ ଚାଲିଛି ।