ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୁରୁବାର ଓଡିଶା ବିଧାନସଭାର ଐତିହାସିକ ଦିନ। ପ୍ରଥମ ଥର ପାଇଁ ବିଧାନସଭାକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣିବା ପାଇଁ ବିଧାୟକ ମାନେ ଅପେକ୍ଷା କରିଛନ୍ତି । କଣ ସମ୍ବୋଧନ କରିବେ ରାଷ୍ଟ୍ରପତି । ତାକୁ ନେଇ ସମସ୍ତଙ୍କ ଅପକ୍ଷୋ ରହିଛି ।

ଏଥିପାଇଁ ସରକାରଙ୍କୁ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ।ଅପରାହ୍ଣ ୪ଟା ୩୦ମିନିଟରେ ବିଧାନସଭାରେ ରାଷ୍ଟ୍ରପତି ପହଞ୍ଚିବା ପରେ ପ୍ରଥମେ ବିଧାୟକମାନଙ୍କୁ ନେଇ ଫଟୋ ସେସନ କରାଯିବ । ଏହାପରେ ବିଧାନସଭାର ସଦସ୍ୟଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣିବା ପାଇଁ ବିଧାୟକ ମାନେ ଅପେକ୍ଷା କରିଛନ୍ତି । କଣ ସମ୍ବୋଧନ କରିବେ ରାଷ୍ଟ୍ରପତି । ବିକିଶିତ ଭାରତ ଓ ବିକଶିତ ଓଡିଶା ପ୍ରସଙ୍ଗ ଅଭିଭାଷଣରେ ସ୍ଥାନ ପାଇପାରେ । ନିଜର ଅଭିଜ୍ଞତାକୁ ବିଧାୟକଙ୍କୁ ଅବଗତ କରାଇପାରନ୍ତି । ଲୋକଙ୍କ ସମସ୍ୟା କିଭଳି ଠିକ ଢଙ୍ଗରେ ବିଧାନସଭାରେ ଉପସ୍ଥାପନ କରାଯିବ ସନେଇ ଟିପ୍ସ ଦେଇପାରନ୍ତି ମହାମହିମ ।

ସେପଟେ ରାଷ୍ଟ୍ରପତିଙ୍କ ପାଇଁ ସମସ୍ତ ପ୍ରସୁତି ସରିଛି ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେହିପରି ବିରୋଧୀ ଦଳ ଉପନେତା ପ୍ରଶନ୍ନ ଆଚାର୍ଯା କହିଛନ୍ତି ରାଷ୍ଟ୍ରପତି ବିଧାନସଭାକୁ ଆସିବେ ଏହା ବଡ଼ ଆନନ୍ଦର କଥା। ଆମେ ତାକୁ ହୃଦୟରୁ ସ୍ୱାଗତ କରୁଛୁ। ରାଷ୍ଟ୍ରପତି ଏହି ଗୃହରେ ସଦସ୍ୟ ଥିଲେ। ଆମ ପାଇଁ ଏହା ସୃତି ହୋଇ ରହିବ ବୋଲି କହିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ସ୍ବାଗତ କରିଛି । ଏହାସହିତ ରାଷ୍ଟ୍ରପତିଙ୍କୁ ରାଜ୍ୟର ସ୍ବାର୍ଥ ସମ୍ମଳିତ ପ୍ରସଙ୍ଗରେ ଦାବୀ ପତ୍ର ମଧ୍ୟ ପ୍ରଦାନ କରିବ ।

୨୦୦୦ରୁ ୨୦୦୯ ପର୍ଯନ୍ତ ଓଡିଶା ବିଧାନସଭାର ସଦସ୍ୟ ରହିଥିଲେ ରାଷ୍ଟ୍ରପତି । ୨୦୦୦ରୁ ୨୦୦୪ ପର୍ଯନ୍ତ ପରିବହନ ମନ୍ତ୍ରୀ ଭାବରେ ଦାୟିତ୍ବ ତୁଲାଇଥିଲେ ଦ୍ରୋପଦୀ ମୁର୍ମୁ ।ସେତେବେଳେ ସଦସ୍ୟ ଭାବରେ ଆସୁଥିଲେ ଏବେ ଦେଶର ସର୍ବୋଚ୍ଚ ପଦରେ ବସିବା ପରେ ପୁଣି ସେହି ସ୍ଥାନକୁ ଫେରୁଛନ୍ତି । ପୁରୁଣା ସ୍ମୃତି ଉଜ୍ଜୀବିତ ହେବ । ବିଧାନସଭାରେ ଅଭିଭାଷଣ ରଖିବା ପରେ ୧୧ ନମ୍ବର ରୁମକୁ ଆସି ସମୟ ବିତାଇବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ତେଣୁ ବିଧାନସଭାରୁ ସ୍ମୃତି ସାଉଁଟିବା ବେଳେ ଏହି ଚାମ୍ବରରେ କିଛି ସମୟ ବିତେଇବେ ରାଷ୍ଟ୍ରପତି। ସେଥିପାଇଁ ବିଧାନସଭା ସମେତ ଏହି ଚାମ୍ବରକୁ ବି ସଜାଯାଇଛି। ରାଷ୍ଟ୍ରପତି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ବିମାନ ବନ୍ଦରରୁ ବିଧାନସଭା ପର୍ଯନ୍ତ କାରକେଡ ରିହରସେଲ କରାଯାଇଥିଲା ।

ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ସ୍ତରରେ ବଡଧରଣର ଅଦଳବଦଳ

ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ସ୍ତରରେ ବଡଧରଣର ଅଦଳବଦଳ

ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି। ଉଷାରାଣୀ ସାହୁ ପଞ୍ଚାୟତିରାଜ ବିଭାଗର ସ୍ଵତନ୍ତ୍ର ସଚିବ ହୋଇଥିବାବେଳେ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ଲୋପାମୁଦ୍ରା ମହାପାତ୍ର। ରାଜ୍ୟ ମାଇନିଂ ବିଭାଗର ସିଭିଓ ହେଲେ ନାରାୟଣ ଚନ୍ଦ୍ର ଧଳ। ଅନୁସୂଚିତ ଜନଜାତି ବିଭାଗର ଅତିରିକ୍ତ ସଚିବ ହେଲେ ଦେବେନ୍ଦ୍ର ନନ୍ଦ । ସେହିପରି ପ୍ରୀତିପର୍ଣ୍ଣା ମିଶ୍ର ରାଜସ୍ଵ ବିଭାଗର ଡ଼େପୁଟି ସେକ୍ରେଟାରୀ ହୋଇଥିବାବେଳେବାଲେଶ୍ବର ଜିଲ୍ଲାର ଡ଼ିଏଚ୍ଏଚ୍ ପ୍ରଶାସନିକ ଅଧିକାରୀ ହୋଇଛନ୍ତି ଅନିତା ନାୟକ।

୧୨ଟି ବିଭାଗର ୭୨୯୩ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

୧୨ଟି ବିଭାଗର ୭୨୯୩ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୧୨ଟି ବିଭାଗର ୭୨୯୩ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟାଯାଇଛି। ଗୃହ ବିଭାଗ ପାଇଁ ମଧ୍ୟ ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ ମଧ୍ୟ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ସରକାର ଖାଲି ପଡ଼ିଥିବା ପଦ ଏବଂ ଖାଲି ହେଉଥିବା ପଦବି ପୁରା କରୁଛନ୍ତି। ବିଭିନ୍ନ ବିଭାଗକୁ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲି। ସରକାର ଦ୍ରୁତ ଶିଳ୍ପାୟନ କ୍ଷେତ୍ରରେ କାମ କରୁଛନ୍ତି। ଆମ ସରକାର ଆସିବାର ୫୦୦ ଦିନ ଭିତରେ ୩୭,୩୨୫ ଜଣଙ୍କୁ ନିଯୁକ୍ତି ଦେଇଛି। ଆଜି ଦ୍ବାଦଶ ନିଯୁକ୍ତି ମେଳାରେ ୧୨ଟି ବିଭାଗରେ ୭,୨୯୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବିତରଣ କରାଯାଇଛି।

ପୂର୍ବ ସରକାରରେ ଏତିକି କମ ଦିନରେ ଏଭଳି ନିଯୁକ୍ତି ଦିଆଯାଇନଥିଲା। ଦୁଇ ବର୍ଷ ମଧ୍ୟରେ ଆମ ସରକାର ୬୫ ହଜାରରୁ ଅଧିକ ନିଯୁକ୍ତି ପ୍ରଦାନ କରିସାରିଥିବେ। ଆମ ଦେଶରେ ୪ରୁ କମ ପ୍ରତିଶତ ସରକାରୀ ଚାକିରି କରିବାର ସୁଯୋଗ ଲାଭ କରିଥାନ୍ତି। ତେଣୁ ଆମ ସରକାର ଶିଳ୍ପାୟନ ମାଧ୍ୟମରେ ନିଯୁକ୍ତି ସୁଯୋଗ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ପୂର୍ବ ସରକାରରେ ଓଡ଼ିଶାରେ ସବୁ ଥାଇ ମଧ୍ୟ ଶିଳ୍ପାୟନ ହୋଇପାରି ନଥିଲା। ଏହା ଦ୍ବାରା ଦେଢ଼ ଲକ୍ଷ ଲୋକଙ୍କୁ ରୋଜଗାର ମିଳିପାରିବ ବୋଲି ଆଶା କରାଯାଉଛି।

ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବରୁ ନିର୍ଦ୍ଧାରିତ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ କରିଛନ୍ତି । ପ୍ରଥମେ ଅଯୋଧ୍ୟାରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦୀ ସପ୍ତମନ୍ଦିରରେ ଶକ୍ତିପୀଠ ଦର୍ଶନ କରିଥିଲେ । ଏହା ପରେ ଧ୍ଵଜା ଆରୋହଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଧ୍ଵଜା ଆରୋହଣ କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବାନ୍ ପଟେଲ ଏବଂ ଆରଏସଏସ ମୁଖ୍ୟ ମୋହନ ଭଗବତ ଏହି ଉତ୍ସବରେ ମୋଦୀଙ୍କ ସହ ଯୋଗଦେଇଛନ୍ତି  ।

ମନ୍ଦିର ଶିଖରରେ ଗେରୁଆ ରଙ୍ଗର ଧ୍ଵଜା ଫରଫର ହୋଇ ଉଡୁଛି । ଧ୍ଵଜା ଗେରୁଆ ରଙ୍ଗ ସହିତ ଦକ୍ଷିଣକୋଣୀ ହୋଇଛି । ଯାହା ସୂର୍ଯ୍ୟଙ୍କ ପ୍ରତୀକ ବହନ କରୁଛି । ଅନନ୍ତ ଶକ୍ତି, ଦିବ୍ୟ ଆଲୋକ, ଗୁଣ ଓ ଜ୍ଞାନ ଏବଂ ପ୍ରଭୁ ରାମଙ୍କ ସହିତ ଜଡିତ ସମସ୍ତ ଗୁଣକୁ ପ୍ରତିନିଧିତ୍ୱ କରୁଛି ଧ୍ଵଜା । ଧ୍ଵଜାରେ କାଞ୍ଚନ ବୃକ୍ଷର ପ୍ରତିଛବି ରହିଛି  । ୧୯୧ ଫୁଟ ଉଚ୍ଚତାରେ ମନ୍ଦିର ଶିଖରରେ ୧୦ ଫୁଟ ଲମ୍ବ ଓ ୨୨ ଫୁଟ ଓସାରର ଏହି ଧ୍ଵଜା ଉଡୁଛି । ଏହାର ଓଜନ ପ୍ରାୟ ୧୧ କେଜି । ଧ୍ଵଜାରେ ରହିଛି ପ୍ରଭୁ ରାମଙ୍କ ପ୍ରତୀକ । ଧ୍ଵଜାରେ ‘ଓମ୍’ ଚିହ୍ନ ଖୋଦିତ ରହିଛି । ଏହି ଧ୍ଵଜାକୁ ପାରମ୍ପରିକ ଉତ୍ତର ଭାରତୀୟ ନାଗରା ସ୍ଥାପତ୍ୟ ଶୈଳୀରେ ନିର୍ମିତ ‘ଶିଖର’ ଉପରେ ସ୍ଥାପନ କରାଯାଇଛି । ୩ଟି ଲେୟାର ଫେବ୍ରିକରେ ଏହି ଧ୍ଵଜା ତିଆରି ହୋଇଛି ଓ ଏହାକୁ ନିର୍ମାଣ ଲାଗି ୨୫ ଦିନ ସମୟ ଲାଗିଛି । ଏହି ଧ୍ଵଜା ଅହମ୍ମଦାବାଦରେ ତିଆରି ହୋଇଛି

ଟି-୨୦ ବିଶ୍ଵକପ୍ ର ବ୍ରାଣ୍ଡ ଆମ୍ବାସଡର ହେଲେ ଭାରତର ବରିଷ୍ଠ ଖେଳାଳି ରୋହିତ ଶର୍ମା

ଟି-୨୦ ବିଶ୍ଵକପ୍ ର ବ୍ରାଣ୍ଡ ଆମ୍ବାସଡର ହେଲେ ଭାରତର ବରିଷ୍ଠ ଖେଳାଳି ରୋହିତ ଶର୍ମା

ଆଇସିସି ଟି-୨୦ ବିଶ୍ଵକପ୍ ୨୦୨୬ ପାଇଁ ମଙ୍ଗଳବାର କ୍ରୀଡ଼ାସୂଚୀ ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସି ଭାରତର ବରିଷ୍ଠ ଖେଳାଳି ରୋହିତ ଶର୍ମାଙ୍କୁ ବଡ଼ ଦାୟିତ୍ଵ ଦେଇଛି। ରୋହିତଙ୍କୁ ଟି-୨୦ ବିଶ୍ଵକପ୍ ପାଇଁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରାଯାଇଛି। ଟୁର୍ଣ୍ଣାମେଣ୍ଟର ଦଶମ ସଂସ୍କରଣ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ।

ଆଇସିସି ଚେୟାରମ୍ୟାନ ଜୟ ଶାହ ମଙ୍ଗଳବାର ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଜାରି କରିବା ସହ ରୋହିତଙ୍କ ନିଯୁକ୍ତି ନେଇ ଘୋଷଣା କରିଛନ୍ତି। ରୋହିତଙ୍କ ନେତୃତ୍ଵରେ ଗବର୍ଷ ଭାରତ ଟି-୨୦ ବିଶ୍ଵକପ୍ ଜିତିଥିଲା। ରୋହିତ ଟି-୨୦ ଓ ଟେଷ୍ଟରୁ ସନ୍ନ୍ୟାସ ନେଇ ସାରିଥିବା ବେଳେ ଏବେ କେବଳ ଦିନିକିଆରେ ସକ୍ରିୟ ଅଛନ୍ତି।

ଆଇସିସି ପ୍ରଥମ ଥର କୌଣସି ସକ୍ରିୟ କ୍ରିକେଟରଙ୍କୁ ଟି-୨୦ ବିଶ୍ଵକପର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ କରିଛି। ରୋହିତ ଭାରତର ଦୁଇଟି ବିଶ୍ଵକପ୍ ବିଜେତା ଦଳର ସଦସ୍ୟ। ସେ ୨୦୦୭ ଟି-୨୦ ବିଶ୍ଵକପର ପଦାର୍ପଣ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହା ପରେ ୨୦୨୪ ଟୁର୍ଣ୍ଣାମେଣ୍ଟରେ ତାଙ୍କ ନେତୃତ୍ଵରେ ଭାରତ ଦ୍ଵିତୀୟ ଥର ଟି-୨୦ ବିଶ୍ଵକପ୍ ଜିତିବାରେ ସଫଳ ହୋଇଛି। ଭାରତ ଟି-୨୦ ଚାମ୍ପିଅନ ହେବା ପରେ ରୋହିତ ଟି-୨୦ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଭାରତ ୧୧ ବର୍ଷ ପରେ ଆଇସିସି ଟ୍ରଫି ଜିତିଥିଲା। ରୋହିତ ଟି-୨୦ ଅନ୍ତର୍ଜାତୀୟରେ ଭାରତ ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ୩୨.୦୧ ହାରରେ ଏବଂ ୧୪୦.୮୯ ଷ୍ଟ୍ରାଇକ ରେଟରେ ୪ ହଜାର ୨୩୧ ରନ କରିଛନ୍ତି। ହିଟମ୍ୟାନ ନାଁରେ ପ୍ରସିଦ୍ଧ ରୋହିତ ୨୦୨୫ରେ ଟେଷ୍ଟରୁ ଅବସର ନେଇଥିଲେ।

ଜୟ ଶାହ ଏକ୍ସରେ ଲେଖିଛନ୍ତି, ଏହି ଘୋଷଣା କରି ମୁଁ ଗର୍ବିତ ଯେ, ରୋହିତ ଶର୍ମା ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଟି-୨୦ ବିଶ୍ଵକପର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ପ୍ରତିନିଧିତ୍ଵ ଭାବେ ୨୦୨୪ର ଟି-୨୦ ବିଶ୍ଵକପ୍ ବିଜେତା ଅଧିନାୟକ ଏବଂ ଏ ପର୍ଯ୍ୟନ୍ତ ସମସ୍ତ ନଅ ସଂସ୍କରଣ ଖେଳିଥିବା ଖେଳାଳିଙ୍କଠୁ ଭଲ ବିକଳ୍ପ ଆଉ ହୋଇ ପାରିବ ନାହିଁ।

୨୦୨୬ ଟି-୨୦ ବିଶ୍ୱକପ୍ ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ପାକିସ୍ତାନ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯିବ। ଉଭୟ ସେମିଫାଇନାଲ ପାଇଁ ସ୍ଥାନ ମଧ୍ୟ ଚୂଡ଼ାନ୍ତ ହୋଇଛି। ପ୍ରଥମ ସେମିଫାଇନାଲ କୋଲକାତା ଏବଂ ଦ୍ୱିତୀୟ କଲମ୍ବୋରେ ଖେଳାଯିବ। ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଟି-୨୦ ବିଶ୍ୱକପ୍ ଆୟୋଜନ କରିବେ। ଫାଇନାଲ୍ ମାର୍ଚ୍ଚ ୮ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଯଦି ପାକିସ୍ତାନ ଫାଇନାଲରେ ପହଞ୍ଚିଯାଏ, ତେବେ ଟାଇଟଲ୍ ମ୍ୟାଚ୍ କଲମ୍ବୋରେ ଖେଳାଯିବ।

୨୦୨୪ ଟି-୨୦ ବିଶ୍ୱକପ୍ ପରି, ପରବର୍ତ୍ତୀ ବିଶ୍ୱକପ୍ରେ ୨୦ଟି ଦଳ ଅଂଶଗ୍ରହଣ କରିବେ। ଭାରତ ଏବଂ ପାକିସ୍ତାନକୁ ସମାନ ଗ୍ରୁପ୍ରେ ରଖାଯାଇଛି। ଭାରତ-ପାକିସ୍ତାନ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ କଲମ୍ବୋରେ ଖେଳାଯିବ। ପୂର୍ବ ସଂସ୍କରଣ ପରି, ଆଠଟି ଦଳ ସୁପର ୮ ପର୍ଯ୍ୟାୟ, ତା’ପରେ ସେମିଫାଇନାଲ୍ ଏବଂ ତା’ପରେ ଫାଇନାଲ ଦେଇ ଆଗକୁ ବଢ଼ିବେ। ମୋଟ ଆଠଟି ସ୍ଥାନରେ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ। ଭାରତର ୫ଟି ସହରକୁ ବିଶ୍ୱକପ୍ ଆୟୋଜନ ଅଧିକାର ପ୍ରଦାନ କରାଯାଇଛି: ଦିଲ୍ଲୀ, କୋଲକାତା, ଚେନ୍ନାଇ, ଅହମ୍ମଦାବାଦ ଏବଂ ମୁମ୍ବାଇ। ଶ୍ରୀଲଙ୍କାର ତିନୋଟି ସହରରେ ହେବ ବିଶ୍ୱକପ୍ ମ୍ୟାଚ୍ ।

ଭାରତର ୫୩ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଶପଥ ଗ୍ରହଣ କରିଛନ୍ତି

ଭାରତର ୫୩ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଶପଥ ଗ୍ରହଣ କରିଛନ୍ତି

ଭାରତର ୫୩ତମ ପ୍ରଧାନ ବିଚାରପତି (ସି​‌େ​‌ଜଆଇ) ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଶପଥ ଗ୍ରହଣ କରିଛନ୍ତି । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ଭୁଟାନ, କେନିଆ, ମାଲେସିଆ, ମରିସସ୍‌, ନେପାଳ ଓ ଶ୍ରୀଲଙ୍କା ଭଳି ଦେଶର ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତି ଏବଂ ସେମାନଙ୍କ ପରିବାର ସଦସ୍ୟ ଯୋଗ ଦେଇଛନ୍ତି ।

୧୯୬୨ ଫେବୃଆରୀ ୧୦ରେ ହରିୟାଣାର ହିସାରରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ସୂର୍ଯକାନ୍ତ ୧୯୮୧ରେ ହିସାରର ସରକାରୀ ପୋଷ୍ଟଗ୍ରାଜୁଏଟ୍ କଲେଜରୁ ସ୍ନାତକ ଡିଗ୍ରୀ ଓ ୧୯୮୪ରେ ରୋହତକର ମହର୍ଷି ଦୟାନନ୍ଦ ୟୁନିଭର୍ସିଟିରୁ ଆଇନରେ ସ୍ନାତକ ଡିଗ୍ରୀ ପାସ୍ କରିଥିଲେ। ୨୦୧୧ରେ ସେ କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟର ଡାଇରେକ୍ଟୋରେଟ୍ ଅଫ୍ ଡିଷ୍ଟାନ୍ସ ଏଜୁକେସନରୁ ଆଇନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ୧୯୮୫ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଆଇନ ଅଭ୍ୟାସ କରିବାକୁ ଚଣ୍ଡିଗଡ ଚାଲିଆସିଥିଲେ। ଏହି ସମୟରେ ସେ ବିଭିନ୍ନ ବିଶ୍ବବିଦ୍ୟାଳୟ, ବୋର୍ଡ, କର୍ପୋରେସନ, ବ୍ୟାଙ୍କର ଆଇନ ଅଧିକାରୀ ଭାବେ ପ୍ରତିନିଧିତ୍ବ କରିଥିଲେ।

୨୦୦୦ ଜୁଲାଇ ୭ରେ ହରିୟାଣାର ଆଡଭୋକେଟ୍ ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ। ୨୦୦୧ ମାର୍ଚ୍ଚରେ ସେ ବରିଷ୍ଠ ଆଇନଜୀବୀର ମାନ୍ୟତା ପାଇଥିଲେ। ୨୦୦୪ ଜାନୁଆରୀ ୯ରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୮ ଅକ୍ଟୋବର ୫ରେ ସେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୧୯ ମେ ୨୪ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ଏବେ ସେ ସୁପ୍ରିମକୋର୍ଟର ଲିଗାଲ ସର୍ଭିସ୍‌ କମିଟିର ଚେୟାରମ୍ୟାନ ଅଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ୨୦୨୭ ଫେବୃଆରୀ ୯ରେ ଅବସର ଗ୍ରହଣ କରିବେ।

ବର୍ଷିଆନ ଅଭିନେତା ଧର୍ମେନ୍ଦ୍ର ଙ୍କ ପରଲୋକ

ବର୍ଷିଆନ ଅଭିନେତା ଧର୍ମେନ୍ଦ୍ର ଙ୍କ ପରଲୋକ

ଚଳଚ୍ଚିତ୍ର ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ବର୍ଷିଆନ ଅଭିନେତା ଧର୍ମେନ୍ଦ୍ର ଆଉ ନାହାନ୍ତି । ୮୯ ବର୍ଷ ବୟସରେ ଧର୍ମେନ୍ଦ୍ର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । କିଛି ଦିନ ହେଲା ଧର୍ମେନ୍ଦ୍ର ଖରାପ ସ୍ବାସ୍ଥ୍ୟ କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଫଳରେ ଆଜି ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଧର୍ମେନ୍ଦ୍ରଙ୍କ ବିୟୋଗରେ ସାରା ବଲିଉଡରେ ଶୋକର ଲହରୀ ଖେଳାଇ ଦେଇଛି। ମୁମ୍ବାଇର ବ୍ରୀଚ କ୍ୟାଣ୍ଡି ହସ୍ପିଟାଲରେ ଧର୍ମେନ୍ଦ୍ର ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଘରକୁ ନିଆଯାଇଥିଲା । ଘରେ ରହି ଧର୍ମେନ୍ଦ୍ର ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସେ ସମସ୍ତଙ୍କୁ ଛାଡ଼ି ପରଲୋକରେ ଗମନ କରିଛନ୍ତି ।

ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ଧର୍ମେଙ୍କୁ ଘରେ ଲାଇଫ୍ ସପୋର୍ଟରେ ରଖାଯାଇଥିଲା । ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଖବର ପ୍ରଚାର ହେଉଥିଲା, କିନ୍ତୁ ବର୍ତ୍ତମାନ ତାଙ୍କର ଦେହାନ୍ତ ନିଶ୍ଚିତ ହୋଇଛି। ସେ ୬ ଦଶନ୍ଧିର ଫିଲ୍ମ କ୍ୟାରିଅରରେ ୩ ଶହରୁ ଊର୍ଦ୍ଧ୍ବ ସିନେମାରେ ଅଭିନୟ କରିଛନ୍ତି। ୧୯୬୦ରେ ଦିଲ ଭି ତେରା ହମ ଭି ତେରା ଫିଲ୍ମ ମାଧ୍ୟମରେ ଧର୍ମେନ୍ଦ୍ର ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ଅନପଢ଼, ବନ୍ଦିନୀ, ଅନୂପମା ଓ ଆୟା ସାୱନ ଝୁମ କେ ମାଧ୍ୟମରେ ସେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡ଼ିଥିଲେ। ସେ ରେକର୍ଡ ବ୍ରେକିଂ ଶୋଲେ, ଧରମବୀର, ଚୁପକେ ଚୁପକେ, ମେରା ଗାଁଓ ମେରା ଦେଶ ଓ ଡ୍ରିମ ଗାର୍ଲ ପରି ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟିଥିଲେ। ଦୁହିଁଙ୍କ ଯୋଡି ସବୁବେଳେ ଦର୍ଶକଙ୍କ ପ୍ରଥମ ପସନ୍ଦ ରହିଆସିଛି। ନବେ ଦଶକ ଶେଷଆଡକୁ ଧର୍ମେନ୍ଦ୍ର ଚରିତ୍ର ଅଭିନେତା ଭୂମିକାକୁ ଓହ୍ଲାଇ ଆସିଥିଲେ।

ଅଭିନୟ ଜଗତରୁ ଅବସର ନେବାପରେ ସେ ରାଜନୀତିରେ ପାଦ ଥାପିଥିଲେ। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀଭାବେ ସେ ରାଜସ୍ଥାନର ବିକାନେର ଆସନରୁ ଲୋକସଭାକୁ ପ୍ରତିନିଧିତ୍ବ କରିଥିଲେ।ତାଙ୍କୁ ଶେଷଥର ପାଇଁ ତେରି ବାତୋଁ ମେଁ ଏସା ଉଲଝା ଜିୟାରେ ଦେଖିବାକୁ ମିଳିଥିଲା। ଏଥିରେ ଶାହିଦ କପୁର ଓ କୃତି ସାନନ ପ୍ରମୁଖ ଅଭିନୟ କରିଥିଲେ। ନିକଟରେ ତାଙ୍କର ଆଗାମୀ ଫିଲ୍ମ ଏକ୍କିସର ଟ୍ରେଲର ରିଲିଜ ହୋଇଛି। ଏଥିରେ ଧର୍ମେନ୍ଦ୍ରଙ୍କ ଭୂମିକାକୁ ବେଶ ପସନ୍ଦ କରାଯାଉଛି। ଫିଲ୍ମଟି ଡିସେମ୍ବର ୨୫ରେ ରିଲିଜ ହେବ।

ଆଜି ପୁଣି ଲୋକଙ୍କ ଦୁଃଖ ଶୁଣିଛନ୍ତି ମୋହନ ମାଝୀ

ଆଜି ପୁଣି ଲୋକଙ୍କ ଦୁଃଖ ଶୁଣିଛନ୍ତି ମୋହନ ମାଝୀ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ପୁଣି ଲୋକଙ୍କ ଦୁଃଖ ଶୁଣିଛନ୍ତି ମୋହନ ମାଝୀ । ପୁଳା ପୁଳା ଅଭିଯୋଗ ନେଇ ଲୋକେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ । ଲୋକଙ୍କ ଅଭିଯୋଗର ୯୬ପ୍ରତିଶତ ସମାଧାନ ହୋଇଛି ବୋଲି ସରକାର ଦାବି କରିଛନ୍ତି ।ଯାଜପୁରର ମାଣିକ ରଥ । ବୟସ ୮୬ । ଏହି ପରିଣତ ବୟସରେ ଏକା ଏକା ବିତୁଛି ଜୀବନ । ପୁଅ, ବୋହୂ ଅଛନ୍ତି, କିନ୍ତୁ ବାହାରେ ଚାକିରି କରୁଛନ୍ତି, ପୁଣି ଅଲଗା ଅଲଗା । ଏହି ବୟସରେ ପାଖରେ କେହି ରହୁନଥିବାରୁ ମାଣିକ ଅସହାୟ ହୋଇପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି କୋରାପୁଟରୁ ପୁଅକୁ ବଦଳି କରି ଯାଜପୁର ଆଣିବାକୁ ।ସେହିପରି କେନ୍ଦ୍ରାପଡ଼ାର ସନ୍ତୋଷ ସାହୁ । ଦିବ୍ୟାଙ୍ଗ କୋଟାରେ ୨୦୧୪ ମସିହାରେ ଚାକିରି ପାଇଥିଲେ । ୨୦୨୧ରେ କୌଣସି କାରଣ ନଦର୍ଶାଇ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା । ନ୍ୟାୟ ପାଇଁ ନେତା ଓ ଅଧିକାରୀଙ୍କ ପାଖକୁ ଯାଇ ନିରାଶ ହୋଇଥିଲେ । ଏବେ ହାଇକୋର୍ଟ ସନ୍ତୋଷକୁ ପୁଣି ଚାକରି ଦେବାକୁ ନିର୍ଦ୍ଦେଶ ଦେବା ପରେ ବି ଏହା କାର୍ଯ୍ୟକାରୀ ହେଉନାହିଁ । ଏ ନେଇ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି ସନ୍ତୋଷ । ଆଉ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୃତିରେ ସନ୍ତୋଷ ପ୍ରକାଶ କରିଛନ୍ତି ।ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୂଣାଣି ର ଆଜି ଥିଲା ୧୫ତମ ପାଳି । ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକ ଆସି ମୁଖ୍ୟମନ୍ତ୍ରୀଙ୍କୁ ନିଜର ସମସ୍ୟା ଶୁଣାଇଛନ୍ତି । ୧୪ଟି ପାଳିରେ ୧୨ ହଜାର ୯୫୦ ଅଭିଯୋଗ ଆସିଛି । ୫୦ହଜାର ଲୋକ ଏ ଯାଏଁ ଆସିସାରିଲେଣି । ୧୨ ହଜାର ୩୭୧ ଅଭିଯୋଗରୁ ୯୬% ଅଭିଯୋଗର ସମାଧାନ ହୋଇଛି ବୋଲି ସରକାର ଦାବି କରିଛନ୍ତି । ଅଭିଯୋଗ ଶୁଣାଣି ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁ ସମସ୍ୟା ଜିଲ୍ଲା ସ୍ତରରେ ହୋଇପାରିବ ସେଠାରେ ସମାଧାନ ହେଉ । ଭୁବନେଶ୍ୱରକୁ କେବଳ ବଡ଼ ବଡ଼ ଜଟିଳ ମାମଲା ଆସିବ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅନେକ ସରକାରୀ କାମ ଥିଲା । ତାସତ୍ତ୍ୱେ ସରକାରଙ୍କ ଅଭିଯୋଗ ଶୁଣିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଭାରତର 53ତମ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ସୂର୍ଯ୍ୟକାନ୍ତ

ଭାରତର 53ତମ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ସୂର୍ଯ୍ୟକାନ୍ତ

ଜଷ୍ଟିସ ସୂର୍ଯ୍ୟକାନ୍ତ ନଭେମ୍ବର 24 ରେ ଭାରତର 53ତମ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସେ 9 ଫେବୃଆରୀ 2027 ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ୧୯୬୨ ଫେବୃଆରି ୧୦ରେ ହିସାର (ହରିଆଣା)ରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୧ ମସିହାରେ ହିସାରର ସରକାରୀ ପୋଷ୍ଟ ଗ୍ରାଜୁଏଟ୍‌ କଲେଜରୁ ସ୍ନାତକ ହାସଲ କରିଥିଲେ ଏବଂ ୧୯୮୪ ମସିହାରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସେ ୧୯୮୪ ମସିହାରେ ହିସାରର ଜିଲ୍ଲା କୋର୍ଟରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ ଏବଂ ୧୯୮୫ ମସିହାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଅଭ୍ୟାସ କରିବା ପାଇଁ ଚଣ୍ଡିଗଡ଼କୁ ସ୍ଥାନାନ୍ତରିତ ହୋଇଥିଲେ । ସେ ସାମ୍ବିଧାନିକ, ସେବା ଏବଂ ଦେୱାନୀ ମାମଲାରେ ବିଶେଷଜ୍ଞ । ସେ ଅନେକ ବିଶ୍ୱବିଦ୍ୟାଳୟ, ବୋର୍ଡ, କର୍ପୋରେସନ, ବ୍ୟାଙ୍କ ଏବଂ ଏପରିକି ହାଇକୋର୍ଟର ପ୍ରତିନିଧିତ୍ୱ କରିଥିଲେ । ୨୦୦୦ ଜୁଲାଇ ୭ରେ ସେ ହରିୟାଣାର ଆଡଭୋକେଟ୍‌ ଜେନେରାଲ (ଏଜି) ଭାବରେ ନିଯୁକ୍ତ ହୋଇଥିଲେ ଏବଂ ୨୦୦୧ ମାର୍ଚ୍ଚରେ ତାଙ୍କୁ ବରିଷ୍ଠ ଆଡଭୋକେଟ୍‌ ଭାବରେ ନାମିତ କରାଯାଇଥିଲା । ୨୦୦୪ ଜାନୁଆରି ୯ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବରେ ପଦୋନ୍ନତି ହେବା ପର୍ଯ୍ୟନ୍ତ ହରିୟାଣାର ଆଡଭୋକେଟ୍‌ ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ । ସେ ବର୍ତ୍ତମାନ ସୁପ୍ରିମକୋର୍ଟର ତତ୍ତ୍ୱାବଧାନରେ ଭାରତୀୟ ଆଇନ ପ୍ରତିଷ୍ଠାନ ଏକ ଡିମ୍ଡ୍‌ ବିଶ୍ୱବିଦ୍ୟାଳୟର ବିଭିନ୍ନ କମିଟିର ସଦସ୍ୟ । ସେ ୨୦୧୧ରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟର ଦୂରଶିକ୍ଷା ନିର୍ଦ୍ଦେଶାଳୟରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ପ୍ରଥମ ଶ୍ରେଣୀ ପ୍ରଥମ ହେବାର ଆଉ ଏକ ଗୌରବ ଅର୍ଜନ କରିଥିଲେ ।

ସଦର ବିଧାୟକ ସାଗର ଚରଣ ଦାସଙ୍କୁ ହତ୍ୟା ଧମକ

ସଦର ବିଧାୟକ ସାଗର ଚରଣ ଦାସଙ୍କୁ ହତ୍ୟା ଧମକ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସଙ୍କୁ ହତ୍ୟା ଧମକ। ସାଗରଙ୍କ ସମର୍ଥକଙ୍କୁ ମଧ୍ୟ ହତ୍ୟା ଧମକ ଦେଇଛନ୍ତି ଦୁର୍ବୃତ୍ତ।ଭବାନୀପାଟଣା ବ୍ଲକ ଦେପୁର ଜୋନ୍ ୪ର କଂଗ୍ରେସ ସଭାପତି ଉଦେପୁର୍ ଗାଁର ଦେବାନନ୍ଦ ଯୋଶୀଙ୍କୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ବନ୍ଧୁକ୍ ଦେଖାଇ ହତ୍ୟା ଧମକ ଦେବା ସହ ବିଧାୟକଙ୍କ ବିଷୟରେ ତଥ୍ଯ ପ୍ରଦାନ ନକଲେ ଜୀବନରେ ମାରିଦେବାକୁ ସମୟ ଲାଗିବ ନାହିଁ ବୋଲି ଧମକ ଦେଇଛନ୍ତି କିଛି ଦୁର୍ବୃତ୍ତ। ଏନେଇ ଦେବାନନ୍ଦ ଭବାନୀପାଟଣା ସଦର ଥାନାର ଅଭିଯୋଗ କରିଛନ୍ତି।

ଦେବାନନ୍ଦ ନିଜ ଗାଁ ଉଦେପୁର୍ ରେ ଗତକାଲି ରାତ୍ରୀ ସମୟରେ ପୋଖରୀ ନିକଟରେ ବୁଲୁଥିବା ବେଳେ ଏକ ଇନୋଭା କାରରେ ଚାରି ଜଣ ଦୁର୍ବୃତ୍ତ ମୁହଁରେ କପଡା ବାନ୍ଧି ତାଙ୍କ ପାଖକୁ ଆସିଥିଲେ। କେମିତି ଅଛ ଟିକେ ଶୁଣ ବୋଲି ପ୍ରଥମେ କଥାବାର୍ତ୍ତା ହୋଇଥିଲେ। ହେଲେ ପରେ ତମ ବିଧାୟକ ସାଗର ଚରଣ ଦାସଙ୍କ ବିଷୟରେ କ’ଣ କ’ଣ ଜାଣିଛୁ, ଆମକୁ ସବୁ ତଥ୍ୟ ଦେ ବୋଲି ଧମକାଇ ଥିଲେ। ଏପରିକି ପରେ ସେମାନେ ଦେବାନନ୍ଦଙ୍କୁ ବନ୍ଧୁକ ଦେଖାଇ ଧମକାଇ ଥିଲେ। ତଥ୍ୟ ନଦେଲେ ତତେ ଜୀବନରୁ ମାରିଦେବୁ ଓ ତୋର ବିଧାୟକକୁ ବି ଛାଡ଼ିବୁ ନାହିଁ ବୋଲି ଦୁର୍ବୃତ୍ତମାନେ ଧମକ ଚମକ୍ ଦେଇଥିଲେ ଓ ପରେ କାରରେ ଚାଲି ଯାଇଥିଲେ।