ଭୁବନେଶ୍ୱର ପଦ୍ମ ଭୂଷଣ ଜାଭେଦ ଅଖତର, ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ ହେବେ

ଭୁବନେଶ୍ୱର ପଦ୍ମ ଭୂଷଣ ଜାଭେଦ ଅଖତର, ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ ହେବେ

ଶବ୍ଦର ଯାଦୁକର, ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ, ପଦ୍ମ ଭୂଷଣ ଜାଭେଦ ଅଖତରଙ୍କୁ ତାଙ୍କର ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯିବ । ଏହି ସମ୍ମାନ ଗ୍ରହଣ କରିବା ପାଇଁ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିଛନ୍ତି ଜାଭେଦ ଅଖତର । ଭୁବନେଶ୍ୱର ବିମାନ ବନ୍ଦରରେ ସୋଆ ପକ୍ଷରୁ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ରେ ସ୍ଵାଗତ କରାଯାଇଛି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଆସନ୍ତା ୨୯ ତାରିଖରେ ଆୟୋଜିତ ହେବାକୁ ଥିବା ୨ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ଏହି ପ୍ରଖ୍ୟାତ ସାହିତ୍ୟ ସାଧକଙ୍କୁ ସମ୍ମାନିତ କରାଯିବ । ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠିତ ସୋଆ ସାହିତ୍ୟ ସମ୍ମାନ ଦେଶରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ । ବିଶିଷ୍ଟ ଲେଖକ, କବି ଓ ଚିନ୍ତକ ଯେଉଁମାନଙ୍କର ଏହି କ୍ଷେତ୍ରରେ ଉତ୍କର୍ଷତା, ସୃଜନଶୀଳତା ଓ ବୌଦ୍ଧିକ ଗଭୀରତା ରହିଛି ସେମାନଙ୍କୁ ସମ୍ମାନିତ କରିବା ହିଁ ସୋଆ ସାହିତ୍ୟ ସମ୍ମାନର ବିନମ୍ର ଉଦ୍ଦେଶ୍ୟ ।

ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ପ୍ରଦାନ ଅବସରରେ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ମାନପତ୍ର, ଦେବୀ ସରସ୍ୱତୀଙ୍କ ରୌପ୍ୟ ମୂର୍ତ୍ତି ଓ ଉତରୀୟ ପ୍ରଦାନ କରାଯିବ । ଭାରତୀୟ ସମ୍ବିଧାନ ଅନୁମୋଦିତ ଯେକୌଣସି ଭାରତୀୟ ଭାଷାର ସାହିତ୍ୟିକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।

ସୋଆ ପରିଚାଳିତ ସେଣ୍ଟର ଫର ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍ସିଏଂଟ କଲ୍ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆସନ୍ତା ନଭେମ୍ବର ୨୯ ଓ ୩୦ ଦୁଇ ଦିନ ଧରି ଏହି ସାହିତ୍ୟ ଉତ୍ସବ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷର ପ୍ରସଙ୍ଗ ହେଉଛି ‘କଲ୍ଚର, କ୍ରିଏଟିଭିଟି ଆଣ୍ଡ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ’ ଅର୍ଥାତ ସଂସ୍କୃତି, ସୃର୍ଜନଶୀଳତା ଓ କୃତ୍ରିମ ବୁଦ୍ଧିମତା ।

ବର୍ଷିଆନ ଅଭିନେତା ଧର୍ମେନ୍ଦ୍ର ଙ୍କ ପରଲୋକ

ବର୍ଷିଆନ ଅଭିନେତା ଧର୍ମେନ୍ଦ୍ର ଙ୍କ ପରଲୋକ

ଚଳଚ୍ଚିତ୍ର ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ବର୍ଷିଆନ ଅଭିନେତା ଧର୍ମେନ୍ଦ୍ର ଆଉ ନାହାନ୍ତି । ୮୯ ବର୍ଷ ବୟସରେ ଧର୍ମେନ୍ଦ୍ର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । କିଛି ଦିନ ହେଲା ଧର୍ମେନ୍ଦ୍ର ଖରାପ ସ୍ବାସ୍ଥ୍ୟ କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଫଳରେ ଆଜି ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଧର୍ମେନ୍ଦ୍ରଙ୍କ ବିୟୋଗରେ ସାରା ବଲିଉଡରେ ଶୋକର ଲହରୀ ଖେଳାଇ ଦେଇଛି। ମୁମ୍ବାଇର ବ୍ରୀଚ କ୍ୟାଣ୍ଡି ହସ୍ପିଟାଲରେ ଧର୍ମେନ୍ଦ୍ର ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଘରକୁ ନିଆଯାଇଥିଲା । ଘରେ ରହି ଧର୍ମେନ୍ଦ୍ର ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସେ ସମସ୍ତଙ୍କୁ ଛାଡ଼ି ପରଲୋକରେ ଗମନ କରିଛନ୍ତି ।

ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ଧର୍ମେଙ୍କୁ ଘରେ ଲାଇଫ୍ ସପୋର୍ଟରେ ରଖାଯାଇଥିଲା । ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଖବର ପ୍ରଚାର ହେଉଥିଲା, କିନ୍ତୁ ବର୍ତ୍ତମାନ ତାଙ୍କର ଦେହାନ୍ତ ନିଶ୍ଚିତ ହୋଇଛି। ସେ ୬ ଦଶନ୍ଧିର ଫିଲ୍ମ କ୍ୟାରିଅରରେ ୩ ଶହରୁ ଊର୍ଦ୍ଧ୍ବ ସିନେମାରେ ଅଭିନୟ କରିଛନ୍ତି। ୧୯୬୦ରେ ଦିଲ ଭି ତେରା ହମ ଭି ତେରା ଫିଲ୍ମ ମାଧ୍ୟମରେ ଧର୍ମେନ୍ଦ୍ର ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ଅନପଢ଼, ବନ୍ଦିନୀ, ଅନୂପମା ଓ ଆୟା ସାୱନ ଝୁମ କେ ମାଧ୍ୟମରେ ସେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡ଼ିଥିଲେ। ସେ ରେକର୍ଡ ବ୍ରେକିଂ ଶୋଲେ, ଧରମବୀର, ଚୁପକେ ଚୁପକେ, ମେରା ଗାଁଓ ମେରା ଦେଶ ଓ ଡ୍ରିମ ଗାର୍ଲ ପରି ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟିଥିଲେ। ଦୁହିଁଙ୍କ ଯୋଡି ସବୁବେଳେ ଦର୍ଶକଙ୍କ ପ୍ରଥମ ପସନ୍ଦ ରହିଆସିଛି। ନବେ ଦଶକ ଶେଷଆଡକୁ ଧର୍ମେନ୍ଦ୍ର ଚରିତ୍ର ଅଭିନେତା ଭୂମିକାକୁ ଓହ୍ଲାଇ ଆସିଥିଲେ।

ଅଭିନୟ ଜଗତରୁ ଅବସର ନେବାପରେ ସେ ରାଜନୀତିରେ ପାଦ ଥାପିଥିଲେ। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀଭାବେ ସେ ରାଜସ୍ଥାନର ବିକାନେର ଆସନରୁ ଲୋକସଭାକୁ ପ୍ରତିନିଧିତ୍ବ କରିଥିଲେ।ତାଙ୍କୁ ଶେଷଥର ପାଇଁ ତେରି ବାତୋଁ ମେଁ ଏସା ଉଲଝା ଜିୟାରେ ଦେଖିବାକୁ ମିଳିଥିଲା। ଏଥିରେ ଶାହିଦ କପୁର ଓ କୃତି ସାନନ ପ୍ରମୁଖ ଅଭିନୟ କରିଥିଲେ। ନିକଟରେ ତାଙ୍କର ଆଗାମୀ ଫିଲ୍ମ ଏକ୍କିସର ଟ୍ରେଲର ରିଲିଜ ହୋଇଛି। ଏଥିରେ ଧର୍ମେନ୍ଦ୍ରଙ୍କ ଭୂମିକାକୁ ବେଶ ପସନ୍ଦ କରାଯାଉଛି। ଫିଲ୍ମଟି ଡିସେମ୍ବର ୨୫ରେ ରିଲିଜ ହେବ।

ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ

ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ

ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟିଛି। ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ଦେହାନ୍ତ ହୋଇଛି। ହ୍ୟୁମାନଙ୍କର ‘ମଲ୍ଟି ଅର୍ଗାନ ଡିସଫଙ୍କସନ ସିଣ୍ଡ୍ରୋମ’ (MODS) ସହ ଏନସେଫାଲୋପାଥି (ମସ୍ତିଷ୍କ ସମସ୍ୟା), ଶ୍ୱାସକ୍ରିୟାରେ ବିଫଳତା, ତୀବ୍ର ବୃକକ ଆଘାତ, ଯକୃତ ରୋଗ, ଦ୍ୱିପାକ୍ଷିକ ନିମୋନିଆ ଏବଂ ହୃଦ୍‌ଘାତ ଭଳି ସମସ୍ୟା ଥିଲା।

ଓଲିଉଡରେ ଜଣାଶୁଣା କଣ୍ଠଶିଳ୍ପୀ ଥିଲେ ହ୍ୟୁମାନ ସାଗର। ଅନେକ ଆଲବମ ଓ ଫିଲ୍ମରେ ଗୀତ ଗାଇଥିଲେ ହ୍ୟୁମାନ। ତାଙ୍କ ମୃତ୍ୟୁ ଖବରରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି।

ଗତ କିଛି ସପ୍ତାହ ହେଲା ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାଜ୍ୟ ବାହାରକୁ ନେବାକୁ ଯୋଜନା ଥିଲା ଏବଂ ଏଥିପାଇଁ ତାଙ୍କ ମାଆ ଓ ସ୍ତ୍ରୀ ରାଜ୍ୟ ସରକାରଙ୍କୁ ସହାୟତା କରିବା ପାଇଁ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଡାକ୍ତରଙ୍କ ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଆଲୋଚନା କରିଥିଲେ।

ଇଣ୍ଟରନେଟ୍‌ର ନୂଆ ‘କ୍ରସ୍ ଗିରିଜା ଓକ୍

ଇଣ୍ଟରନେଟ୍‌ର ନୂଆ ‘କ୍ରସ୍ ଗିରିଜା ଓକ୍

ମରାଠୀ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଗିରିଜା ଓକ୍ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ଇଣ୍ଟରନେଟ୍‌ର ନୂଆ ‘କ୍ରସ୍’ (New Crush) ପାଲଟିଛନ୍ତି। ଏକ ସାକ୍ଷାତକାରରେ ସେ ନୀଳ ରଙ୍ଗର ଶାଢ଼ୀ ପିନ୍ଧିଥିବାର ଏକ ଭିଡିଓ କ୍ଲିପ୍ ଭାଇରାଲ୍ ହେବା ପରେ, ତାଙ୍କର ସୌନ୍ଦର୍ଯ୍ୟ ଓ ସରଳତା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଭାଇରାଲ୍ ଭିଡିଓରେ ଗିରିଜା ନିଜ ଜୀବନର କିଛି ଅନୁଭୂତି ବର୍ଣ୍ଣନା କରୁଛନ୍ତି, ଯେଉଁଥିରେ ତାଙ୍କର ଫିଜିକ୍ସ ଶିକ୍ଷକ ‘waves’ ଶବ୍ଦକୁ ଭୁଲ ଉଚ୍ଚାରଣ କରି ‘babes’ କହୁଥିବାର ଏକ ମଜାଦାର ଘଟଣା ସାମିଲ ଅଛି। ଏହି କ୍ଲିପ୍ ଯୋଗୁଁ ଇଣ୍ଟରନେଟରେ ଉପଭୋକ୍ତାମାନେ ପଚାରିବା ଆରମ୍ଭ କରି ଦେଇଛନ୍ତି, “ଏହି ନୀଳ ଶାଢ଼ୀରେ ଥିବା ମହିଳା ଜଣକ କିଏ?”

କିଏ ଏହି ଗିରିଜା ଓକ୍?

ଗିରିଜା ଓକ୍ ଜଣେ ମରାଠୀ ଓ ହିନ୍ଦୀ ଅଭିନେତ୍ରୀ। ସେ ଡିସେମ୍ବର ୨୭, ୧୯୮୭ରେ ନାଗପୁର, ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ। ସେ ହେଉଛନ୍ତି ବରିଷ୍ଠ ମରାଠୀ ଅଭିନେତା ଗିରୀଶ ଓକ୍‌ଙ୍କ ଝିଅ। ସେ ମୁମ୍ବାଇର ଠାକୁର କଲେଜ୍ ଅଫ୍ ସାଇନ୍ସ ଆଣ୍ଡ କମର୍ସରୁ ବାୟୋଟେକ୍ନୋଲୋଜିରେ ଡିଗ୍ରୀ ହାସଲ କରିଛନ୍ତି।ମରାଠୀ ସିନେମା ବ୍ୟତୀତ ସେ ବଲିଉଡ୍‌ର ବହୁ ଚର୍ଚ୍ଚିତ ଫିଲ୍ମ ଯେପରିକି ‘ତାରେ ଜମିନ୍ ପର୍’, ‘ଶୋର୍ ଇନ୍ ଦ ସିଟି’, ଏବଂ ଶାହରୁଖ ଖାନ୍‌ଙ୍କ ‘ଜୱାନ୍’ ରେ ଅଭିନୟ କରିଛନ୍ତି। ସେ OTT ପ୍ରୋଜେକ୍ଟ ‘ଇନ୍ସପେକ୍ଟର ଜେନ୍ଦେ’ରେ ମନୋଜ ବାଜପେୟୀଙ୍କ ବିପକ୍ଷରେ ମଧ୍ୟ ଅଭିନୟ କରିଛନ୍ତି।ଇଣ୍ଟରନେଟରୁ ଏପରି ପ୍ରଶଂସା ମିଳିବା ପରେ ଗିରିଜା ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ କହିଛନ୍ତି ଯେ ରବିବାର ଠାରୁ ତାଙ୍କ ଫୋନ୍ ଲଗାତାର ବାଜୁଛି। ତେବେ, ସେ ସଚେତନ ଅଛନ୍ତି ଯେ ଏହା କେବଳ ଏକ ଟ୍ରେଣ୍ଡ। ସେ କହିଛନ୍ତି, “ମୁଁ ଯେଉଁ କାମ କରେ, ସେଥିରେ ଏପରି ରହିବ। ଯଦି ଲୋକମାନେ ବର୍ତ୍ତମାନ ମୋ କାମକୁ ଆବିଷ୍କାର କରୁଛନ୍ତି, ତେବେ ଏଥିରେ ମୁଁ ଖୁସି।” ”ସେ ଆହୁରି ଏକ ପୋଷ୍ଟରେ ଲେଖିଛନ୍ତି ଏବେ ଏହି ଆଟେନ୍ସନ୍ କୁ ଦେଖି ମଜା ନେଉଛି।”

ବଲିଉଡ୍ ଅଭିନେତା ଗୋବିନ୍ଦା ଅସୁସ୍ଥ

ବଲିଉଡ୍ ଅଭିନେତା ଗୋବିନ୍ଦା ଅସୁସ୍ଥ

ବଲିଉଡ଼ ଅଭିନେତା ଗୋବିନ୍ଦାଙ୍କୁ ନେଇ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ବଲିଉଡ୍ ଅଭିନେତା ଗୋବିନ୍ଦା ଅସୁସ୍ଥ । ତାଙ୍କୁ ମୁମ୍ବାଇର ଜୁହୁସ୍ଥିତ କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ରାତିରେ ଗୋବିନ୍ଦା ହଠାତ୍ ଅଚେତ ହୋଇ ପଡିଥିଲେ । ଫୋନରେ ଡାକ୍ତରଙ୍କ ସହ ପରାମର୍ଶ କରି ତାଙ୍କୁ ତୁରନ୍ତ ଔଷଧ ଦିଆଯାଇଥିଲା । ଏହାପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଛି । ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗୋବିନ୍ଦାଙ୍କ ଲୟର ଲଲିତ ବିନ୍ଦଲ କହିଛନ୍ତି, ”ଅଭିନେତା ଗୋବିନ୍ଦା ଅସୁସ୍ଥ ଅନୁଭବ କରିଥିଲେ । ଘରେ ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସବୁ ପରୀକ୍ଷା କରାଯାଇଛି । ରିପୋର୍ଟ ଏବଂ ନ୍ୟୁରୋ ପରାମର୍ଶଦାତାଙ୍କୁ ଅପେକ୍ଷା କରିଛୁ । ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଅଛି ।”

ଏହି କାମ ପାଇଁ ଗିନିଜ୍ ବୁକ୍ ଅଫ୍ ୱର୍ଲଡ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଭାରତର ଲୋକପ୍ରିୟ ଗାୟିକା ପଲକ ମୁଚ୍ଛଲ

ଏହି କାମ ପାଇଁ ଗିନିଜ୍ ବୁକ୍ ଅଫ୍ ୱର୍ଲଡ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଭାରତର ଲୋକପ୍ରିୟ ଗାୟିକା ପଲକ ମୁଚ୍ଛଲ

ଗିନିଜ୍ ବୁକ୍ ଅଫ୍ ୱର୍ଲଡ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଭାରତର ଲୋକପ୍ରିୟ ଗାୟିକା ପଲକ ମୁଚ୍ଛଲ । ତେବେ ସଙ୍ଗୀତ ପାଇଁ ନୁହେଁ, ନିଜର ଅଦ୍ୱିତୀୟ ମାନବୀୟ କାର୍ଯ୍ୟ ପାଇଁ । ପଲକ ପଲାଶ ଦାତବ୍ୟ ସଂଗଠନ ଜରିଆରେ ପଲକ ଦେଶ ଓ ବିଦେଶରେ ବଞ୍ଚିତ ୩,୮୦୦ରୁ ଉଦ୍ଧ୍ୱର୍ ପିଲାଙ୍କର ହାର୍ଟ ସର୍ଜରି ପାଇଁ ପାଣ୍ଠି ସଂଗ୍ରହରେ ସେ ନିଜର ଯୋଗଦାନ ଦେଇଛନ୍ତି । ଏହି ମହତ ପ୍ରୟାସ ଜରିଆରେ ସଙ୍ଗୀତ ପ୍ରତି ନିଜ ପାସନ୍କୁ ଦୟାଭାବର ଏକ ଜୀବନବ୍ୟାପୀ ମିଶନରେ ସେ ରୂପାନ୍ତରିତ କରିଛନ୍ତି । ପଲକଙ୍କ ଦାତବ୍ୟ ପ୍ରୟାସର ଯାତ୍ରା ପିଲାଦିନୁ ଆରମ୍ଭ ହୋଇଥିଲା।

ପିଲାଦିନେ, ଏକ ଟ୍ରେନ୍ ଯାତ୍ରା ସମୟରେ ସେ କିଛି ବଞ୍ଚିତ ପିଲାଙ୍କ ସଂସ୍ପର୍ଶରେ ଆସିଥିଲେ । ସେହି ମୁହୂର୍ତ୍ତ ତାଙ୍କ ଜୀବନକୁ ନୂଆ ମୋଡ଼ ଦେଲା । ସେହିଦିନ ସେ ନିଜକୁ ପ୍ରତିଶ୍ରୁତି ଦେଲେ ‘ଦିନେ ମୁଁ ସେମାନଙ୍କୁ ସାହାଯ୍ୟ କରିବି ।’ ସେହି ପ୍ରତିଶ୍ରୁତି ତାଙ୍କ ସଂଗଠନ ପଛର ବଡ଼ ପ୍ରେରଣାପ୍ରଦ ଶକ୍ତି ପାଲଟିଲା । ଏହା ଜରିଆରେ ପଲକ ପ୍ରତ୍ୟେକ କନ୍ସର୍ଟ ଓ ବ୍ୟକ୍ତିଗତ ସଞ୍ଚୟରୁ ଆୟ ଅର୍ଥକୁ ବଞ୍ଚିତଙ୍କ ଜୀବନ ରକ୍ଷାକାରୀ ଚିକିତ୍ସାରେ ଲଗାଉଛନ୍ତି । ପଲକଙ୍କ ବଦାନ୍ୟତା ଗୋଟିଏ କାରଣ ମଧ୍ୟରେ ସୀମିତ ନୁହେଁ । ଅନେକ ବର୍ଷ ଧରି ସେ କାରଗିଲ ସହିଦଙ୍କ ପରିବାରଙ୍କୁ ସାହାଯ୍ୟ କରିଛନ୍ତି । ଗୁଜରାଟ ଭୂକମ୍ପ ପୀଡ଼ିତଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।

ସମାଜ ମଙ୍ଗଳ ନିମନ୍ତେ ତାଙ୍କ ଅଙ୍ଗୀକାରବଦ୍ଧତା ଗଭୀର ଦୟାଭାବର ଉଦାହରଣ, ଯାହା ନିରନ୍ତର ପ୍ରୟାସ ଦ୍ୱାରା ସଫଳ ହୋଇଛି ।ପଲକ ‘ମେରୀ ଆଶିକୀ’, ‘କୌନ୍ ତୁଝେ’ ଓ ‘ପ୍ରେମ୍ ରତନ ଧନ ପାୟୋ’ ଭଳି ଗୀତ ଜରିଆରେ ସଙ୍ଗୀତ କ୍ୟାରିଅର୍ରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି । କିନ୍ତୁ ନିଜର ସାମର୍ଥ୍ୟ ଓ ଆୟକୁ ସେ ନିଜ ସଂଗଠନକୁ ଉତ୍ସର୍ଗ କରିଛନ୍ତି । ବୃତ୍ତିଗତ ଉପଲବ୍ଧି ସହିତ ମାନବୀୟ କାର୍ଯ୍ୟ ପ୍ରତି ଅଦ୍ଭୁତ ସମର୍ପଣଭାବ ତାଙ୍କୁ ଲିମ୍କା ବୁକ୍ ଅଫ୍ ରେକର୍ଡସ୍ର ଅଧିକାରିଣୀ କରିଛି ।

 ଧର୍ମେନ୍ଦ୍ରଙ୍କ ଙ୍କ ପରଲୋକ ଖବରକୁ ପରିବାର ପକ୍ଷରୁ ଖଣ୍ଡନ

 ଧର୍ମେନ୍ଦ୍ରଙ୍କ ଙ୍କ ପରଲୋକ ଖବରକୁ ପରିବାର ପକ୍ଷରୁ ଖଣ୍ଡନ

ମଙ୍ଗଳବାର ସକାଳେ ବଲିଉଡ ସୁପରଷ୍ଟାର ଅଭିନେତା  ଧର୍ମେନ୍ଦ୍ରଙ୍କ ଙ୍କ ପରଲୋକ ହୋଇଥିବା ନେଇ ଟେଲିଭିଜନର ଅନେକ ଲୋକପ୍ରିୟ ଚ୍ୟାନେଲଗୁଡ଼ିକ ବାଜି ଉଠିଥିଲା।  କେବଳ ଏତିକି ନୁହେଁ ବିଭିନ୍ନ ପ୍ରକାର ପୋଷ୍ଟ ମାଧ୍ୟମରେ ଲେ‌ାକେ ସୋସିଆଲ ମିଡିଆରେ ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବି ଆରମ୍ଭ କରି ଦେଇଥିଲେ।

ଆରପାରିରେ ଟ୍ରାଭେଲ ଇନଫ୍ଲୁଏନ୍ସର ଓ ଫଟୋଗ୍ରାଫର ଅନୁନୟ ସୁଦ

ଆରପାରିରେ ଟ୍ରାଭେଲ ଇନଫ୍ଲୁଏନ୍ସର ଓ ଫଟୋଗ୍ରାଫର ଅନୁନୟ ସୁଦ

ଦୁବାଇର ଜଣାଶୁଣା ଟ୍ରାଭେଲ ଇନଫ୍ଲୁଏନ୍ସର ଓ ଫଟୋଗ୍ରାଫର ଅନୁନୟ ସୁଦଙ୍କ ଦେହାନ୍ତ। ୩୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କ ପରିବାର ଲୋକେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ ମୃତ୍ୟୁ ଖବର ସୁନିଶ୍ଚିତ କରିଥିବା ବେଳେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। କୁହାଯାଉଛି ଯେ,ମୃତ୍ୟୁ ବେଳକୁ ଅନୁନୟ ଆମେରିକାର ଲାସ ଭେଗାସରେ ଥିବା ଜଣାପଡିଛିଯେଉଁଠାରେ ସେ ତାଙ୍କର ଶେଷ ପୋଷ୍ଟ ସେୟାର କରିଥିଲେ।

ଅନୁନୟ ସୁଦଙ୍କ ଶେଷ ଇନଷ୍ଟାଗ୍ରାମ୍ ପୋଷ୍ଟ କିଛି ଦିନ ପୂର୍ବରୁ ଥିଲାଯେଉଁଥିରେ ସେ ଲାସ୍ ଭେଗାସ୍‌ର ରାସ୍ତାରେ ସ୍ପୋର୍ଟସ୍ କାରମାନଙ୍କ ମଝିରେ ଥିବା ଦେଖିବାକୁ ମିଳିଥିଲା। ଏହି ପୋଷ୍ଟ ଏବେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ତାଙ୍କ ସ୍ମୃତିର ଶେଷ ଅଂଶ ପାଲଟିଛି।ଦୁବାଇର ଟ୍ରାଭେଲ୍ ସୁପରଷ୍ଟାର ଅନୁନୟ ସୁଦ କେବଳ ଟ୍ରାଭେଲ ଇନଫ୍ଲୁଏସର ନଥିଲେ ବରଂ ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ଥିଲେ। ତାଙ୍କର ଇନଷ୍ଟାଗ୍ରାମରେ ୧.୪ ମିଲିୟନରୁ ଅଧିକ ଫଲୋଅର୍ସ ଏବଂ ୟୁଟ୍ୟୁବ୍‌ରେ ପ୍ରାୟ ୪୦୦,୦୦୦ ସବସ୍କ୍ରାଇବର୍ ଥିଲେ। ସ୍ୱିଜରଲ୍ୟାଣ୍ଡର ପର୍ବତଠାରୁ ଆଇସଲ୍ୟାଣ୍ଡର ହ୍ରଦ ଏବଂ ଟୋକିଓର ରାସ୍ତା ପର୍ଯ୍ୟନ୍ତତାଙ୍କ କ୍ୟାମେରା ପ୍ରତ୍ୟେକ ସ୍ଥାନର କାହାଣୀ କହୁଥିଲା।

ଫୋର୍ବସ୍‌ର ଶ୍ରେଷ୍ଠ ୧୦୦ ଡିଜିଟାଲ୍ ଷ୍ଟାର୍ ତାଲିକାରେ ଲଗାତାର ତିନି ବର୍ଷ – ୨୦୨୨୨୦୨୩ ଏବଂ ୨୦୨୪ – ଅନ୍ତର୍ଭୁକ୍ତ । ଅନୁନୟ ଏକ ସଫଳ ମାର୍କେଟିଂ ଫାର୍ମ ମଧ୍ୟ ଚଲାଇଥିଲେଯାହା ମାଧ୍ୟମରେ ସେ ସୋସିଆଲ ମିଡିଆର ସୃଜନଶୀଳ ଦୁନିଆରେ ନିଜକୁ ଭିନ୍ନ କରିଥିଲେ।  ତେବେ ଏହି ଖବର ପରେତାଙ୍କ ଫଲୋର୍ସମାନେ କମେଣ୍ଟ ବକ୍ସରେରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅନେକ ଲେଖିଛନ୍ତି ଯେଅନୁନୟ ସେମାନଙ୍କୁ ପୂର୍ଣ୍ଣ ଜୀବନ ବଞ୍ଚିବାକୁ ପ୍ରେରଣା ଦେଇଛନ୍ତି। ଏକ ସ୍ୱପ୍ନ ଯାହା ଅଧୁରା ରହିଗଲା। ଅନୁନୟ ସୁଦଙ୍କ କ୍ୟାରିଅର ନୂତନ ଶିଖରରେ ପହଞ୍ଚିବା ସମୟରେ ତାଙ୍କ ଯାତ୍ରା ଶେଷ ହୋଇଗଲା। ସେ ଥରେ କହିଥିଲେ, “ଯଦି ମୋର କ୍ୟାମେରା ଗୋଟିଏ ବ୍ୟକ୍ତିକୁ ମଧ୍ୟ ଦୁନିଆ ଦେଖିବା ପାଇଁ ପ୍ରେରଣା ଦିଏତେବେ ମୋର କାମ ସଫଳ।”

ମହାଭାରତର ପୁନଃ-ପରିକଳ୍ପନା କରିବା ପାଇଁ ପ୍ରସାର ଭାରତୀ ଓ କଲେକ୍ଟିଭ୍ ମିଡିଆ ନେଟୱାର୍କର ନୂଆ ପଦକ୍ଷେପ

aamodishanews.com

କଲେକ୍ଟିଭ୍ ମିଡିଆ ନେଟୱାର୍କ ଏଆଇ ମାଧ୍ୟମରେ ଭାରତର ସବୁଠାରୁ ପ୍ରସିଦ୍ଧ ମହାକାବ୍ୟ, ମହାଭାରତର ଏକ ଅଭୂତପୂର୍ବ ପୁନଃ-ପରିକଳ୍ପନା ଘୋଷଣା କରିଛି। ଏହି ସିରିଜ ୨୫ ଅକ୍ଟୋବର, ୨୦୨୫ରେ ଓ୍ବେଭ୍ସ ଓଟିଟିରେ ଏକ ସ୍ୱତନ୍ତ୍ର ଡିଜିଟାଲ ପ୍ରିମିୟର ହେବ, ଏବଂ ତା’ପରେ ୨ ନଭେମ୍ବର, ୨୦୨୫ ଠାରୁ ପ୍ରତି ରବିବାର ସକାଳ ୧୧.୦୦ରେ ଦୂରଦର୍ଶନରେ ପ୍ରସାରିତ ହେବ। ଏହି ସିରିଜ୍ ଭାରତ ଏବଂ ସାରା ବିଶ୍ୱରେ ଡିଜିଟାଲ ଦର୍ଶକଙ୍କ ପାଇଁ ଓ୍ବେଭ୍ସ ଓଟିଟିରେ ଏକକାଳୀନ ଉପଲବ୍ଧ ହେବ।

ଏହି ପ୍ରଥମ ପ୍ରକାରର ସହଯୋଗ ଭାରତର ରାଷ୍ଟ୍ରୀୟ ପ୍ରସାରଣକାରୀ ଦୂରଦର୍ଶନର ଐତିହ୍ୟ ଏବଂ ଦେଶବ୍ୟାପୀ ପହଞ୍ଚକୁ ପରବର୍ତ୍ତୀ ପିଢ଼ିର ମିଡିଆ ନେଟୱାର୍କର ସୃଜନଶୀଳ ନବସୃଜନ ସହିତ ମିଶ୍ରଣ କରିଥାଏ। ଅତ୍ୟାଧୁନିକ ଏଆଇ ଉପକରଣ ବ୍ୟବହାର କରି, ଏହି ଧାରାବାହିକ ମହାଭାରତ ମହାକାବ୍ୟର ବିଶାଳ ପରିସର, ଏହାର ଚରିତ୍ର, ଯୁଦ୍ଧକ୍ଷେତ୍ର, ଭାବନା ଏବଂ ନୈତିକ ଦ୍ୱନ୍ଦ୍ୱକୁ ସିନେମାଟିକ୍ ସ୍କେଲ୍ ଏବଂ ଆଶ୍ଚର୍ଯ୍ୟଜନକ ବାସ୍ତବବାଦ ସହିତ ପୁନଃନିର୍ମାଣ କରିଥାଏ। ଏହି ପ୍ରକଳ୍ପ ମେକ୍ ଇନ୍ ଇଣ୍ଡିଆ ଏବଂ ଡିଜିଟାଲ ଇଣ୍ଡିଆର ଆତ୍ମାକୁ ମୂର୍ତ୍ତିମନ୍ତ କରିଥାଏ, ଯାହା ପ୍ରଦର୍ଶନ କରିଥାଏ ଯେ ଐତିହ୍ୟ ଏବଂ ନବସୃଜନ କିପରି ଏକାଠି ବିକଶିତ ହୋଇପାରେ।

ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ ଏହି ସହଯୋଗ ବିଷୟରେ କହି କହିଛନ୍ତି, “ପ୍ରସାର ଭାରତୀ ସର୍ବଦା ପ୍ରତ୍ୟେକ ଭାରତୀୟଙ୍କ ଘରେ ଜାତୀୟ ଏବଂ ସାଂସ୍କୃତିକ ମହତ୍ତ୍ୱର କାହାଣୀ ଆଣିବା ପାଇଁ ପ୍ରତିବଦ୍ଧ। ଲକଡାଉନ୍ ସମୟରେ ମୂଳ ମହାଭାରତର ପୁନଃପ୍ରସାରଣ ଆମକୁ ମନେ ପକାଇ ଦେଇଥିଲା ଯେ, ଏହି କାହାଣୀଗୁଡ଼ିକ ପରିବାର ଏବଂ ପିଢ଼ିକୁ କେତେ ଗଭୀର ଭାବରେ ସଂଯୋଗ କରେ। ଏହି ଏଆଇ-ଆଧାରିତ ପୁନଃକଳ୍ପନା ଦର୍ଶକମାନଙ୍କୁ ପରମ୍ପରାକୁ ସମ୍ମାନ ଦେଇ ଏବଂ ଅତ୍ୟାଧୁନିକ କାହାଣୀ କହିବା ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରି ଭାରତର ସର୍ବୋତ୍ତମ ମହାକାବ୍ୟ ମଧ୍ୟରୁ ଗୋଟିଏର ଏକ ନୂତନ ଅଭିଜ୍ଞତା ପ୍ରଦାନ କରେ। ଏହା ଆଧୁନିକ ପ୍ରସାରଣରେ ବିବର୍ତ୍ତନ ଏବଂ ଐତିହ୍ୟର ଏକତ୍ର ହେବାର ଏକ ପ୍ରକାଶନ।”

କଲେକ୍ଟିଭ୍ ଆର୍ଟିଷ୍ଟ୍ସ ନେଟୱାର୍କର ପ୍ରତିଷ୍ଠାତା ଏବଂ ଗ୍ରୁପ୍ ସିଇଓ ବିଜୟ ସୁବ୍ରମଣ୍ୟମ୍ ଏହି ସହଭାଗୀତା ବିଷୟରେ ନିଜର ମତାମତ ପ୍ରକାଶ କରି କହିଛନ୍ତି। ସେ କହିଛନ୍ତି ଯେ, ଲକ୍ଷ ଲକ୍ଷ ଭାରତୀୟଙ୍କ ପରି, ସେ ପ୍ରତି ରବିବାର ଟେଲିଭିଜନରେ କ୍ଲାସିକ୍ ମହାଭାରତ ଦେଖି ବଡ଼ ହୋଇଛନ୍ତି। ଏହା ଏକ ଅଭିଜ୍ଞତା ଥିଲା ଯାହା ଆମର କଳ୍ପନା ଏବଂ ସଂସ୍କୃତି ସହିତ ଆମର ସଂଯୋଗକୁ ଆକାର ଦେଇଥିଲା। ଏହି ନୂଆ ମହାଭାରତ ସହିତ, ଆମର ଆଶା ହେଉଛି ଆଜିର ପିଢ଼ିକୁ ଏକ ନିମଗ୍ନ ଏବଂ ସମନ୍ୱିତ ଅଭିଜ୍ଞତା ପ୍ରଦାନ କରିବା, ଯାହା ଆଜିର ପ୍ରଯୁକ୍ତିର ସମ୍ଭାବନା ସହିତ ଗଭୀର ଏବଂ ନିର୍ବିଘ୍ନରେ ପ୍ରତିଧ୍ୱନିତ ହୁଏ। ଏହା ଭକ୍ତି ଏବଂ ପ୍ରଗତିର ମିଶ୍ରଣ, ଏପରି କିଛି ସୃଷ୍ଟି କରେ ଯାହା କେବଳ ପରମ୍ପରାରେ ଗଭୀର ଭାବରେ ମୂଳ ନୁହେଁ ବରଂ ସାହସିକ ଭାବରେ ଦୂରଦର୍ଶୀ ମଧ୍ୟ।